କୃଷିଋଣ ଛାଡ଼ କରିବାକୁ ବିକ୍ଷୋଭ ସମାବେଶ

ବ୍ରହ୍ମପୁର ଅଫିସ,୪ା୮-ସିପିଏମ୍‌ର ଛାମୁଆ ସଂଗଠନ କୃଷକ ସଭା ପକ୍ଷରୁ ଶନିବାର ବ୍ରହ୍ମପୁର ଉପଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ସମାବେଶ ହୋଇଥିଲା। ସ୍ବାମୀନାଥନ କମିଶନଙ୍କ ସୁପାରିସ ଅନୁସାରେ ସମସ୍ତ କୃଷିଜାତ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ଚାଷୀଙ୍କୁ ପ୍ରଦାନ ସହ ବିନିଯୋଗ ଖର୍ଚ୍ଚ ହ୍ରାସ ନିମନ୍ତେ ବିହନ, ସାର, କୀଟନାଶକ, କୃଷି ଯନ୍ତ୍ରପାତି ଓ କୃଷି ଉପକରଣର ରିହାତି ବୃଦ୍ଧି କରାଯିବା ସମେତ ୬ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଥିଲା। କୁକୁଡ଼ାଖଣ୍ଡି ଓ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଶତାଧିକ ଚାଷୀ ଏଥିରେ ସାମିଲ ହୋଇଥିଲେ। ଜିଲା କମିଟି ନେତା ବସନ୍ତ ନନ୍ଦ, ବିଦ୍ୟାଧର ଜେନା ଓ ବିଜୟ ବିଶୋୟୀ ନେତୃତ୍ୱ ନେଇଥିଲେ।
ଅନ୍ୟ ଦାବିଗୁଡ଼ିକ ମଧ୍ୟରେ ଗରିବ, ମଧ୍ୟମ ଚାଷୀ ଏବଂ ବୟସ୍କ କୃଷି ଶ୍ରମିକଙ୍କୁ ସରକାର ମାସିକ ୫ ହଜାର ଟଙ୍କା ଲେଖାଏ ପେନସନ ଦେବା, ପ୍ରକୃତ କୃଷକଙ୍କ ନାମରେ ଜମିଜମା ରେକର୍ଡ କରି ପଟ୍ଟା ପ୍ରଦାନ, ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬କୁ ଠିକଣା ଭାବେ କାର୍ଯ୍ୟକାରୀ କରାଯିବା, ଚାଷୀଙ୍କ ସମସ୍ତ କୃଷିଋଣ ଛାଡ଼ କରାଯିବା ଅନ୍ତର୍ଭୁକ୍ତ। ଅପରପକ୍ଷରେ କୃଷକ ସପକ୍ଷବାଦୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ଏବଂ କୃଷକ ପରିବାର ପାଇଁ ସ୍ବାସ୍ଥ୍ୟ ବୀମା ଏବଂ ପଶୁ ସମ୍ପଦ ବୀମା ଯୋଜନା ସୁନିଶ୍ଚିତ କରାଯିବା ସହ ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷତିପୂରଣ ପରିମାଣ ବୃଦ୍ଧି ଓ ଏ ସମ୍ପର୍କିତ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ ଲାଗି ଦାବି କରାଯାଇଛି। ଦାବି ସମ୍ବଳିତ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳଙ୍କୁ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଆୟର ପନ୍ଥା ଯୋଗାଇବା ନାଁରେ ଠକେଇ

କେନ୍ଦୁଝର, ୨ା୭(ଡି.ଏନ୍‌.ଏ.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବନାଯୋଡି ଗ୍ରାମରେ ଏକ ସ୍ବେଚ୍ଛାସେବୀ ସଂସ୍ଥା ଗତବର୍ଷ କାର୍ଯ୍ୟାଳୟ ଖୋଲି ମହିଳାମାନଙ୍କୁ ଛେଳି ଚାଷ ଓ କ୍ଷୁଦ୍ର...

ମହାବାତ୍ୟାକୁ ୨୦ ବର୍ଷ : ସ୍ମୃତି ଆଜି ବି ଅଭୁଲା

କରାଳ ରାତି, ଘନ ଅନ୍ଧକାର ମଧ୍ୟରେ କେବଳ ପବନର ସୁ ସୁ ଶବ୍ଦ। ପ୍ରଚଣ୍ଡ ବର୍ଷା ଓ ବିଜୁଳି ଆଲୋକରେ ଘରୁ ବାହାରିବା ଥିଲା କଷ୍ଟକର।...

ଯୋରନ୍ଦା ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ

ଢେଙ୍କାନାଳ ଅଫିସ, ୧୩।୫: ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦାରେ ବଳ୍କଳଧାରୀ ଏବଂ କୌପୀନଧାରୀ ସନ୍ନ୍ୟାସୀ ଗୋଷ୍ଠୀ ମଧ୍ୟରେ ଦୀର୍ଘ ୧୩୦ବର୍ଷ ଧରି ଲାଗି ରହିଥିବା ବିବାଦର...

ଅସୁରକ୍ଷିତ ଶ୍ରମିକଙ୍କୁ ସହାୟତା

ବରଗଡ଼ ଅଫିସ୍‌,୨୪।୪: ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କୁତ୍ରାମାଲ ଏବଂ ବରପାଲି ଗ୍ରାମର ୧୨ଜଣ ଦାଦନ ଶ୍ରମିକ ଇଟା ଗଢ଼ିବାକୁ ଯାଇ ପୁରୀ ଜିଲା...

‘ନିର୍ବାଚନ ବାତିଲ, ଗଣତନ୍ତ୍ରର ହତ୍ୟା’

ବ୍ରହ୍ମପୁର ଅଫିସ୍‌,୨୪ା୮-କ୍ୟାମ୍ପସ୍‌ରେ ବିଶୃଙ୍ଖଳା ଆଶଙ୍କାରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବନ୍ଦକରି ଦିଆଯାଇଛି। ଏହାକୁ ଅନେକ ଛାତ୍ର ସଂଗଠନ...

ନିର୍ବାଚନରେ ବେଆଇନ କାର୍ଯ୍ୟ: ୨ ଶିକ୍ଷକ ନିଲମ୍ବିତ

ଫୁଲବାଣୀ ଅଫିସ, ୧୧ା୪: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ କେନ୍ଦ୍ରରେ ବେଆଇନ କାର୍ଯ୍ୟ କରିବା ୨ ଶିକ୍ଷକଙ୍କୁ ମହଙ୍ଗା ପଡିଛି ା ଜିଲା ନିର୍ବାଚନ...

ଯୋଗାଡ଼ କରିବା ଜଟିଳ

କେଇ ଦଶନ୍ଧି ପରେ ଢେଙ୍କାନାଳର ଐତିହ୍ୟସମ୍ପନ୍ନ ରଥଯାତ୍ରା ଇତିହାସ ପାଲଟିଯିବନି ତ? ଏବେ ସାରା ସହରରେ ଏଭଳି ଏକ ପ୍ରଶ୍ନ ବୁଦ୍ଧିଜୀବୀ ମହଲରେ ଗୁଞ୍ଜରଣ ସୃଷ୍ଟି...

ଅନୁଭବଙ୍କ ଘର ଛାଡ଼ିବେ ବର୍ଷା !

କଟକ ଅଫିସ,୨ା୬: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିବାଦ ତୁଟିବାର ନାଁ ଧରୁନି। ବର୍ଷା ଅନୁଭବଙ୍କ ପୈତୃକ...

Advertisement
Archives

Model This Week