Posted inଜାତୀୟ

କୂଟନୈତିକ ସମ୍ପର୍କ ବୃଦ୍ଧିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୭ା୬: ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ବୁଧବାର ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ସାକ୍ଷାତ କରିଛନ୍ତି। ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ବୃଦ୍ଧି, ବାଣିଜି୍ୟକ କଟକଣା ହ୍ରାସ ଓ ଅନ୍ୟ ପ୍ରମୁଖ ଜାତୀୟ, ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଆଲୋଚନା ପରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିକୁ ତ୍ୱରାନ୍ବିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପରସ୍ପରର ଆସ୍ଥାଭାଜନ ହୋଇ କାମ କରିବାକୁ ପମ୍ପିଓ ସହମତି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପୂର୍ବରୁ ପମ୍ପିଓ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ରୁଷିଆଠାରୁ ଏସ୍‌-୪୦୦ ପ୍ରତିରକ୍ଷା କ୍ଷେପଣାସ୍ତ୍ର କ୍ରୟକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଭାରତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଆମେ ଆମେରିକା ସହ ସୁସମ୍ପର୍କ ସ୍ଥାପନ କରିବାକୁ ଚାହୁଁ ବୋଲି ଜୟଶଙ୍କର କହିଛନ୍ତି।
ପରେ ମିଳିତ ସାମ୍ବାଦିକ ସମ୍ମିଳନୀକୁ ପମ୍ପିଓ କହିଥିଲେ, ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଲାଗି ଆମେରିକା ସର୍ବଦା ପ୍ରୟାସ କରିଆସିଛି। ଜୟଶଙ୍କର କହିଥିଲେ ଯେ, ଆମେରିକା ସହ ଭାରତର କୂଟନୈତିକ ସମ୍ପର୍କ ବୃଦ୍ଧି, ଶକ୍ତି, ବାଣିଜ୍ୟ ଓ ଅନ୍ୟ କେତେକ କ୍ଷେତ୍ର ଉପରେ ଆଲୋଚନା ହୋଇଛି। ଆତଙ୍କବାଦ ନେଇ ଆମେରିକା ଭାରତକୁ ଦୃଢ ସମର୍ଥନ ଦେଇଆସିଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କୋର୍ଟରେ ହାଜର ହେବେ ଲାଲୁ ଯାଦବ, ରାବ୍ରି ଦେବୀ

ନୂଆଦିଲ୍ଲୀ,୧୫।୩: ଜମି ବଦଳରେ ଚାକିରି ଦେବା ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି...

ଭାରତ ଯୁଦ୍ଧ-ହିଂସାକୁ କେବେ ମଧ୍ୟ ସମର୍ଥନ କରେ ନାହିଁ : ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୩।୧୨ : ଭାରତ ଅନ୍ୟ ଦେଶର କୌଣସି ଅନିଷ୍ଟ କରେ ନାହିଁ କିମ୍ବା ସମସ୍ୟା ସୃଷ୍ଟି କରୁଥିବା ଲୋକଙ୍କୁ ସୁରକ୍ଷା ଦିଏ ନାହିଁ। ଭାରତ ଯୁଦ୍ଧ...

ପାକିସ୍ତାନ-ଚାଇନା-ନେପାଳ ସହିତ ସୀମା ବିବାଦ: ମୋଦିଙ୍କ ପାଇଁ ପାଲଟିଛି ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ, ୧୮।୬: ଭାରତ ସହିତ ପାକିସ୍ତାନ,ଚାଇନା ଓ ନେପାଳର ସୀମା ବିବାଦ ଜାରି ରହିଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅଗ୍ନି ପରୀକ୍ଷା ପାଲଟିଛି।...

ନୀତି ଆୟୋଗ ଏସ୍‌ଡିଜି ରିପୋର୍ଟ: ବିହାର ସବୁଠୁ ପଛୁଆ

ନୂଆଦିଲ୍ଲୀ, ୩୦।୭:କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିହାର ଦେଶର ସବୁଠୁ ପଛୁଆ ରାଜ୍ୟ। ନୀତୀଶ କୁମାର ସରକାରରେ ଭାଜପା ସହଯୋଗୀ ଦଳ ରହିଥିବାବେଳେ...

ଦିଦିଙ୍କୁ ଝଟ୍‌କା: ପୁଅ ପରେ ବାପା ଛାଡ଼ିଲେ ତୃଣମୂଳ

କୋଲକାତା,୨୧।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲଗାତାର ଝଟ୍‌କା ଲାଗି ଚାଲିଛି। ଜଣେ ପରେ ଜଣେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ମମତା...

କଂଗ୍ରେସ କ୍ଷମତାକୁ ଆସିଲେ ପୁରୁଣା ପେନସନ୍‌ ସ୍କିମ୍‌ କରାଯିବ ଲାଗୁ: ରାହୁଲ

ହାଇଦ୍ରାବାଦ୍‌,୩୦।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ତେଲେଙ୍ଗାନାରେ ଚାଲିଛି। ରବିବାର ଏହି ଯାତ୍ରା ଗୋଲାପାଲୀରୁ ଆରମ୍ଭ ହୋଇଥିଲା। ଏହି ସମୟରେ ରାହୁଲ ଗାନ୍ଧୀ କାର୍ଯ୍ୟକର୍ତ୍ତା...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ କ୍ୟାପ୍ସିକମ୍‌

ସାଧାରଣତଃ କ୍ୟାପ୍ସିକମକୁ ଚିଲି ତରକାରୀ କିମ୍ବା ସାଲାଡରେ ବ୍ୟବହାର କରାଯାଏ। କ୍ୟାପ୍ସିକମ କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ଏହା ଶରୀର ପାଇଁ ବହୁ...

ବର୍ଷା ପାଇଁ ଆନ୍ଧ୍ରପ୍ରଦେଶରେ ଆୟୋଜିତ ହେଲା ବରୁଣ ଯଜ୍ଞମ୍‌

ଚିତୋର,୨୩।୭: ଆଧୁନିକ ବିଜ୍ଞାନ ବଳରେ ମଣିଷ ବହୁ ଚମତ୍କାର କରିବାରେ ଲାଗିଛି। ତେବେ ଏବେ ମଧ୍ୟ ସମାଜର କେତେକ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି।...

Advertisement
Archives

Model This Week