Posted inଜାତୀୟ

କୁମାରସ୍ବାମୀଙ୍କ ଶକ୍ତି ପରୀକ୍ଷା: ବିଦ୍ରୋହୀଙ୍କୁ ଗୃହରେ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଇପାରିବ ନି କହିଲେ ସୁପ୍ରିମ୍‌କୋର୍ଟ

ବେଙ୍ଗାଲୁର୍‌,୧୭।୭: କର୍ନାଟକରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ବାମୀ ବିଧାନସଭାରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ ବାଚସ୍ପତି ମୁକ୍ତ ଭାବେ ନିଷ୍ପତ୍ତି ନେଇପାରିବେ  ବୋଲି ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ସେହିପରି ବିଦ୍ରୋହୀ ୧୬ ଜଣ ବିଧାୟକଙ୍କୁ ଶକ୍ତି ପରୀକ୍ଷା ସମୟରେ ଗୃହରେ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। କର୍ନାଟକ ବିଧାନସଭାରେ ସମ୍ପ୍ରତି ୨୨୪ ଜଣ ସଦସ୍ୟ ଅଛନ୍ତି ବାଚସ୍ପତିଙ୍କୁ ବାଦ୍‌ ଦେଲେ ଏହି ସଂଖ୍ୟା ୨୨୩ ହେଉଛି। ଗୃହରେ ବହୁମତ ପାଇଁ ୧୧୨ ଜଣ ସଦସ୍ୟଙ୍କ ଆବଶ୍ୟକତା ପଡ଼ିବ। ତେବେ କୁମାରସ୍ବାମୀଙ୍କ ମେଣ୍ଟ ସରକାର ସଦସ୍ୟ ସଂଖ୍ୟା ୧୧୬ ରହିଛି। ସେଥିମଧ୍ୟରେ କଂଗ୍ରେସ ୭୮, ଜେଡିଏସ୍‌ ୩୭ ଏବଂ ବିଏସ୍‌ପିର ଜଣେ ସଦସ୍ୟ ଅଛନ୍ତି। ମାତ୍ର ୧୬ ଜଣ ବିଦ୍ରୋହୀଙ୍କୁ ବାଦ୍‌ ଦେଲେ ଗୃହର ସଦସ୍ୟ ସଂଖ୍ୟା ବାଚସ୍ପତିଙ୍କୁ ଛାଡ଼ି ୨୦୭ ରହିବ। ଏପରିସ୍ଥଳେ ବହୁମତ ପାଇଁ ୧୦୪ ଜଣ ସଦସ୍ୟଙ୍କ ଆବଶ୍ୟକ ହେବ। ଏପରିସ୍ଥଳେ କୁମାରସ୍ବାମୀଙ୍କ ପାଖରେ ଶହେ ଜଣ ସଦସ୍ୟ ରହିବେ। ଅପରପକ୍ଷରେ ବି.ଏସ୍‌. ୟେଦୁରପ୍ପାଙ୍କ ପାଖରେ ୧୦୫ ସଦସ୍ୟ ଅଛନ୍ତି। ଏଥିରେ ୨ଜଣ ନିର୍ଦ୍ଦଳୀୟ ସଦସ୍ୟଙ୍କୁ ମିଶାଇଲେ ଏହା ୧୦୭ ହେବ। ଏହା ଦ୍ୱାରା ସେ ସରକାର ଗଠନ କରିବା ଲାଗି ସୁଯୋଗ ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଦ୍ଧା ଦିନକୁ ୧୮୬ ଟଙ୍କା ପାରିଶ୍ରମିକରେ ଲଗାଉଛନ୍ତି ଜୀବନକୁ ବାଜି

ଭୋପାଳ,୨୩।୪: କରୋନା ଭାଇରସ ସାରା ଦେଶର ଚିନ୍ତାକୁ ବଢାଇ ଚାଲିଥିବା ବେଳେ ଏବେ ଏହାସହ ସିଧାସଳଖ ଲଢୁଥିବା ଲୋକଙ୍କୁ ଆମେ କରୋନା ଯୋଦ୍ଧା ବୋଲି କହୁଛୁ।...

ଅନଶନରେ ବସିଥିବା ଡାକ୍ତରଙ୍କୁ ୪ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବାକୁ କହିଲେ ମମତା

କୋଲକତା,୧୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଅନଶନରେ ବସିଥିବା ଡାକ୍ତରଙ୍କୁ ୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି। ନଚେତ୍‌ ସେମାନଙ୍କ ବିରୋଧରେ...

୧୧ ଦିନ ପରେ କମିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୧ ।୮: ଦେଶରେ କରୋନା ସଂକ୍ରମଣ କେତେବେଳେ ବୃଦ୍ଧି ପାଉଛି ତ ପୁଣି କେତେବେଳେ କମ୍ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪...

ଅକ୍ସିଜେନ ଅଭାବରୁ କାହାକୁ ମରିବାକୁ ଦେବୁ ନାହିଁ – କେଜରିଓ୍ବାଲ

ନୂଆଦିଲ୍ଲୀ, ୬ା୫ : ଯଦି କେନ୍ଦ୍ର ସରକାର ଆମକୁ ଆବଶ୍ୟକ ପରିମାଣର (ପ୍ରତ୍ୟେକ ଦିନ ୭୦୦ ଟନ) ଅକ୍ସିଜେନ ଯୋଗାନ୍ତି, ତେବେ ଦିଲ୍ଲୀରେ ଅକ୍ସିଜେନ ଅଭାବରୁ...

ଜୁନ ୮ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିଲା ଲକ୍‌ଡାଉନ: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ

ପାଟନା,୩୧।୫: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ବିହାରରେ ପୁଣିଥରେ ଲକ୍‌ଡାଉନ ବୃଦ୍ଧି କରାଯାଇଛି। ଏଣିକି ଜୁନ ୮ପର୍ଯ୍ୟନ୍ତ ରାଜ୍ୟରେ ପୂର୍ବଭଳି ରହିବ ଲକ୍‌ଡାଉନ କଟକଣା। ଏନେଇ...

ହାତୀକୁ ଆଖୁ ଖୁଆଇଲେ ରାଷ୍ଟ୍ରପତି

ଚେନ୍ନାଇ,୬।୮:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାମିଲନାଡୁର ନୀଳଗିରି ଜିଲାର ଥେପାକାଡୁ ହାତୀ ଶିବିର ପରିଦର୍ଶନ କରି ଭାରତର ସାଂସ୍କୃତିକ ଐତିହ୍ୟ ରକ୍ଷା କରିବାରେ ଜଡିତ ଆଦିବାସୀଙ୍କୁ ପ୍ରଶଂସା...

ପରଲୋକରେ ଅଭିନେତା କୁଶଲ ପଞ୍ଜାବୀ

ମୁମ୍ବାଇ,୨୭।୧୨: ଟେଲି କଳାକାର କୁଶଲ ପଞ୍ଜାବୀଙ୍କର ୩୭ବର୍ଷ ବୟସରେ ମୃତ୍ୟୁ ହୋଇଛି। ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶୁକ୍ରବାର ଦ୍ୱିପ୍ରହରେ ତାଙ୍କର...

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୭।୪: ହରିୟାଣାର ଶୋନିପତର କୁଣ୍ଡୁଲି ଅଞ୍ଚଳରେ ଥିବା ରାସାୟନିକ କାରଖାନାରେ ରବିବାର ଏକ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ ପାଇଁ ଏବେ ଚେଷ୍ଟା କରାଯାଉଛି। ହରିୟାଣା...

Advertisement
Archives

Model This Week