Posted inଜାତୀୟ

କୁନାଲ କାମ୍‌ରା ନାମଧାରୀଙ୍କ ଟିକେଟ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୭-୨(ପି.ଟି.):ହାସ୍ୟାଭିନେତା କୁନାଲ କାମ୍‌ରାଙ୍କ ନାମରେ ଅନ୍ୟଜଣେ ବ୍ୟକ୍ତିଙ୍କ ଟିକେଟକୁ ଏୟାର ଇଣ୍ଡିଆ ବୁଧବାର ବାତିଲ କରିଥିଲା। ତାଙ୍କ ଟିକେଟକୁ ଭୁଲ୍‌ବଶତଃ ବାତିଲ କରାଯାଇଥିବା ସମ୍ପୃକ୍ତ ବ୍ୟକ୍ତି ଗୁରୁବାର ସୂଚନା ଦେଇଛନ୍ତି। କାଗଜପତ୍ର ଯାଞ୍ଚ ପରେ ତାଙ୍କୁ ବିମାନ ଯାତ୍ରା ଲାଗି ଅନୁମତି ମିଳିଥିଲା। ହାସ୍ୟାଭିନେତା କୁନାଲଙ୍କ ବିମାନ ଯାତ୍ରା ଉପରେ ୪ଟି ଏୟାରଲାଇନ୍ସ ନିଷିଦ୍ଧାଦେଶ ଲଗାଇଥିଲେ। ଏହା ପରେ କୁନାଲ କାମ୍‌ରା ନାମଧାରୀ ଅନ୍ୟଜଣେ ବ୍ୟକ୍ତିଙ୍କ ଟିକେଟକୁ ଏୟାର ଇଣ୍ଡିଆ ବାତିଲ କରିଦେଇଥିଲା। ତାଙ୍କ ନାଁ କଳା ତାଲିକାରେ ଅଛି ବୋଲି ବିମାନ କର୍ମଚାରୀ କହିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନାଯୋଗ୍ୟ, ନିକଟରେ ଇଣ୍ଡିଗୋ ବିମାନରେ ରିପବ୍ଲିକ୍‌ ଟିଭିର ଏଡିଟର-ଇନ୍‌-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ କୁନାଲଙ୍କ ବିମାନଯାତ୍ରା ଉପରେ କଟକଣା ଲଗାଯାଇଥିଲା। ଏୟାର ଇଣ୍ଡିଆ, ସ୍ପାଇସ୍‌ଜେଟ ଏବଂ ଗୋଏୟାର ଅନ୍ୟାଦେଶ ପର୍ଯ୍ୟନ୍ତ ହାସ୍ୟାଭିନେତାଙ୍କ ବିମାନ ଯାତ୍ରା ଉପରେ କଟକଣା ଲଗାଇଥିବାବେଳେ ଇଣ୍ଡିଗୋ ୬ ମାସ ପାଇଁ ନିଷିଦ୍ଧାଦେଶ ଲଗାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଟିକା ପ୍ରମାଣପତ୍ର ହ୍ବାଟ୍ସଆପ୍‌ରେ

ନୂଆଦିଲ୍ଲୀ,୮।୮: କୋଭିଡ୍‌ ଟିକା ନେଉଥିବା ଲୋକଙ୍କୁ ଏଣିକି ହ୍ବାଟ୍ସଆପ୍‌ ଜରିଆରେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ପ୍ରମାଣପତ୍ର ମିଳିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ୍‌ ମାଣ୍ଡବ୍ୟଙ୍କ କାର୍ଯ୍ୟାଳୟ...

ସର୍ଦ୍ଦାର ପଟେଲଙ୍କ ୬୯ତମ ପୁଣ୍ୟତିଥି: ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୧୫।୧୨: ସ୍ବାଧୀନ ଭାରତ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୬୯ ତମ ପୁଣ୍ୟତିଥି ରବିବାର ପାଳିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ...

ସ୍ବାମୀଙ୍କ ହତ୍ୟାକାରୀ ସ୍ତ୍ରୀର ଷଡ଼ଯନ୍ତ୍ର ଜାଣି ଚକିତ ହୋଇଗଲା ପୋଲିସ

ଫରିଦାବାଦ୍‌, ୮ା୨- ଏକ ସୁପରିକଳ୍ପିତ ହତ୍ୟାକାଣ୍ଡର ପର୍ଦ୍ଦା ଫାସ କରିଛି ଡାବୁଆ ପୋଲିସ। ଜାନୁୟାରୀ ୨୮ ତାରିଖରେ ଦିଲ୍ଲୀ ଏନ୍‌ସିଆର ସିଟିର ଡାବୁଆ ଅଞ୍ଚଳର ଡ୍ରେନରୁ...

ଦେଶରେ ୧୫୧, ବିଦେଶରେ ୨୭୬ ଭାରତୀୟଙ୍କୁ କରୋନା

ନୂଆଦିଲ୍ଲୀ, ୧୯।୩ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ସନ୍ଧ୍ୟା ସୁଦ୍ଧା ୧୫୧କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏମାନଙ୍କ...

ଏନ୍‌ସିପି ମୁଖ୍ୟଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ମୁମ୍ବାଇ,୧୧।୬: ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶୁକ୍ରବାର ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହାକୁ ନେଇ ରାଜନୈତିକ ଉସ୍ମତା ଦେଖାଦେଇଛି। ଏହା...

ଶାହାଙ୍କ ସହ ସାକ୍ଷାତକାର ପରେ ଟୁଇଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୨: ତୃତୀୟଥର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ବୁଧବାର ଅପରାହ୍ନରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

କରୋନା ସଙ୍କଟ ମଧ୍ୟରେ ଧର୍ମଘଟ କଲେ ୩ହଜାର ଜୁନିଅର ଡାକ୍ତର

ଭୋପାଳ,୩୧।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ଇତିମଧ୍ୟରେ ମଧ୍ୟପ୍ରଦେଶରେ ପ୍ରାୟ ୩ହଜାର ଜୁନିଅର ଡାକ୍ତର ଧାରଣାରେ ଯାଇଛନ୍ତି। ସୋମବାର ଡାକ୍ତରମାନେ କୋଭିଡ ଡ୍ୟୁଟି ସମେତ...

ବଢୁଛି ସ୍ମାର୍ଟଫୋନ୍‌ ବ୍ୟବହାର: ବର୍ଷକୁ ୭୫ ଦିନ ନଷ୍ଟ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଦିନକୁ ଘଣ୍ଟା ଘଣ୍ଟା କାଳ ମୋବାଇଲ୍‌ ଫୋନ୍‌ ବ୍ୟବହାର ଶରୀରକୁ କ୍ଷତି ପହଞ୍ଚାଉଛି। ଯଦି ଏପରି ଅଭ୍ୟାସ ଜାରି ରୁହେ ତା’ହେଲେ ଆଗାମୀ ଦିନରେ...

Advertisement
Archives

Model This Week