କୁଆଲାଲମ୍ପୁରରୁ ଫେରିଲେ ୩୧ ପ୍ରବାସୀ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଥିବାବେଳେ ଶୁକ୍ରବାର ରାତିରେ କୁଆଲାଲମ୍ପୁରରୁ ଏୟାର ଇଣ୍ଡିଆର ଏକ ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି। ବିମାନରେ ମୋଟ୍‌ ୧୩୯ ଜଣ ଯାତ୍ରୀ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୩୧ଜଣ ଯାତ୍ରୀ ଭୁବନେଶ୍ୱରରେ ଓହ୍ଲାଇଛନ୍ତି। କୁଆଲାଲମ୍ପୁରରୁ ଏୟାର ଇଣ୍ଡିଆର ଏଆଇ ୧୩୨୭ ସ୍ବତନ୍ତ୍ର ବିମାନ ଭୁବନେଶ୍ୱରରେ ସନ୍ଧ୍ୟା ୬.୫୦ରେ ଅବତରଣ କରିଥିଲା। ପରେ ୮ଟା ୨୫ରେ ବାକି ୧୦୮ ଯାତ୍ରୀଙ୍କୁ ନେଇ ବିମାନଟି ବେଙ୍ଗାଲୁରୁ ଯାଇଥିବା ଜଣାପଡ଼ିଛି। ତେବେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଥରକେ ୨୦ ଜଣ ଯାତ୍ରୀ ବିମାନରୁ ଓହ୍ଲାଇ ପଞ୍ଜୀକରଣ କେନ୍ଦ୍ରକୁ ଆସିଥିଲେ। ପରେ ଟର୍ମିନାଲ ବାହାରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ସ୍କ୍ରିନିଂ କରାଯାଇଥିଲା ଓ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯାଇଥିଲା। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏହି କାର୍ଯ୍ୟ କରାଯାଇଥିବାବେଳେ ପଞ୍ଜୀକରଣ ଓ ଥର୍ମାଲ ସ୍କ୍ରିନିଂ କେନ୍ଦ୍ରରେ ପ୍ରବାସୀଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିଥିବାର ଦେଖିବାକୁ ମିଳିଥିଲା। ଏଥିସହ ସେମାନଙ୍କ ଗମନାଗମନ ପାଇଁ ସବିଶେଷ ସୁବିଧା କରାଯାଇଥିଲା। ଯାତ୍ରୀମାନେ ବିମାନବନ୍ଦର ସମ୍ମୁଖରେ ଥିବା କ୍ୟାବ୍‌ ତଥା ନିଜ ଗାଡ଼ି ଓ ମୋ ବସ୍‌ରେ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ଖୋର୍ଦ୍ଧା, କଟକ ଓ ଭୁବନେଶ୍ୱର ଯିବାକୁ ଥିବା କିଛି ଯାତ୍ରୀ ମୋ ବସ୍‌ ଦ୍ୱାରା ଯାଇଥିଲେ। ତେବେ ବିମାନଯାତ୍ରୀଙ୍କ ତଥ୍ୟ ସମ୍ପୃକ୍ତ ଜିଲା ଓ ଗାଁକୁ ଜଣାଇ ଦିଆଯାଇଛି। ପ୍ରବାସୀମାନେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବା ପୂର୍ବରୁ କିପରି କ୍ୱାରାଣ୍ଟାଇନ୍‌ରେ ରହିବେ ସେନେଇ ଉଲ୍ଲେଖ କରିଛନ୍ତି। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ସମ୍ପୃକ୍ତ ଜିଲାର ଜିଲାପାଳ ଓ ବ୍ଲକ୍‌ ଅଧିକାରୀ କ୍ୱାରାଣ୍ଟାଇନ୍‌ ସେଣ୍ଟର ନେବେ। ଏଥିସହ ବିଏମ୍‌ସି ଅଞ୍ଚଳରେ ରହିବାକୁ ଥିବା ବ୍ୟକ୍ତିଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ ଟଙ୍କା ପାଇଁ ମା’ଙ୍କୁ ରାସ୍ତା ମଝିରେ ଘୋଷାଡ଼ି ପିଟିଲେ ପୁଅ: ପୋଲିସ ପହଞ୍ଚିବାରୁ ମା’ ଯାହା କହିଲେ ପାଦତଳୁ ଖସିଯିବ ମାଟି

ଜବଲପୁର,୧୨।୮:କଥାରେ ଅଛି, ମା’ ପରି ଦୁନିଆରେ କେହି ନାହିଁ। ଛୁଆ ଯେତେ ବିପଥଗାମୀ ହେଲେ ମଧ୍ୟ, ଜଣେ ମା’ ପାଇଁ ସେ ସବୁବେଳେ ଭଲ ହୋଇଥାଏ। ଏହାର…

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର କଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ…

ରକ୍ଷାବନ୍ଧନରେ ଲାଗିବ ଚନ୍ଦ୍ରଗ୍ରହଣ: ଏହି ୩ ରାଶିଙ୍କ ଉପରେ ବଡ଼ ସଙ୍କଟ! ଜାଣନ୍ତୁ ଅଶୁଭ ପ୍ରଭାବରୁ ବଞ୍ଚିବାର ଉପାୟ

୨୭ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମାର ଆରମ୍ଭ ସକାଳ ୯ଟା ୮ ମିନିଟରେ ହେବ। ଏହାର ସମାପ୍ତି ୨୮ ଅଗଷ୍ଟ ରାତି ୯ଟା ୪୮ ମିନିଟରେ ହେବ। ଏଭଳି…

ପିଲାମାନଙ୍କୁ ସଠିକ୍‌ ମାର୍ଗ ଦର୍ଶନ ସହ ଅଧିକ ସମୟ ଦେବାକୁ ପରାମର୍ଶ

ଗଞ୍ଜାମ,୧୨ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ କନ୍‌ଫରେନ୍ସ ହଲ୍‌ଠାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ ପ୍ରଧାନଶିକ୍ଷୟିତ୍ରୀ/ଶିକ୍ଷକ ସମ୍ମିଳନୀ ଓ ନବ ଭାରତ ସାକ୍ଷରତା…

ମଦଦୋକାନରେ ନକଲି ଅବକାରୀ ଅଧିକାରୀ

ରାଜକନିକା,୧୨।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ସଦର କାଜୁବଗିଚାଠାରେ ନୂତନଭାବେ ଖୋଲାଯାଇଥିବା ଏକ ଠିପିବନ୍ଦ ମଦ ଦୋକାନରେ ଅବକାରୀ ଅଧିକାରୀ ପରିଚୟ ଦେଇ କାଗଜପତ୍ର…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ବୋଲେରୋ ଜବତ, ୬ ଗୋରୁ ଉଦ୍ଧାର

ତିହିଡ଼ି,୧୨।୮ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ଏକ ବୋଲେରୋ ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୬ଟି ଗୋରୁଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri