କୁଆଲାଲମ୍ପୁରରୁ ଫେରିଲେ ୩୧ ପ୍ରବାସୀ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଥିବାବେଳେ ଶୁକ୍ରବାର ରାତିରେ କୁଆଲାଲମ୍ପୁରରୁ ଏୟାର ଇଣ୍ଡିଆର ଏକ ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି। ବିମାନରେ ମୋଟ୍‌ ୧୩୯ ଜଣ ଯାତ୍ରୀ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୩୧ଜଣ ଯାତ୍ରୀ ଭୁବନେଶ୍ୱରରେ ଓହ୍ଲାଇଛନ୍ତି। କୁଆଲାଲମ୍ପୁରରୁ ଏୟାର ଇଣ୍ଡିଆର ଏଆଇ ୧୩୨୭ ସ୍ବତନ୍ତ୍ର ବିମାନ ଭୁବନେଶ୍ୱରରେ ସନ୍ଧ୍ୟା ୬.୫୦ରେ ଅବତରଣ କରିଥିଲା। ପରେ ୮ଟା ୨୫ରେ ବାକି ୧୦୮ ଯାତ୍ରୀଙ୍କୁ ନେଇ ବିମାନଟି ବେଙ୍ଗାଲୁରୁ ଯାଇଥିବା ଜଣାପଡ଼ିଛି। ତେବେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଥରକେ ୨୦ ଜଣ ଯାତ୍ରୀ ବିମାନରୁ ଓହ୍ଲାଇ ପଞ୍ଜୀକରଣ କେନ୍ଦ୍ରକୁ ଆସିଥିଲେ। ପରେ ଟର୍ମିନାଲ ବାହାରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ସ୍କ୍ରିନିଂ କରାଯାଇଥିଲା ଓ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯାଇଥିଲା। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏହି କାର୍ଯ୍ୟ କରାଯାଇଥିବାବେଳେ ପଞ୍ଜୀକରଣ ଓ ଥର୍ମାଲ ସ୍କ୍ରିନିଂ କେନ୍ଦ୍ରରେ ପ୍ରବାସୀଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିଥିବାର ଦେଖିବାକୁ ମିଳିଥିଲା। ଏଥିସହ ସେମାନଙ୍କ ଗମନାଗମନ ପାଇଁ ସବିଶେଷ ସୁବିଧା କରାଯାଇଥିଲା। ଯାତ୍ରୀମାନେ ବିମାନବନ୍ଦର ସମ୍ମୁଖରେ ଥିବା କ୍ୟାବ୍‌ ତଥା ନିଜ ଗାଡ଼ି ଓ ମୋ ବସ୍‌ରେ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ଖୋର୍ଦ୍ଧା, କଟକ ଓ ଭୁବନେଶ୍ୱର ଯିବାକୁ ଥିବା କିଛି ଯାତ୍ରୀ ମୋ ବସ୍‌ ଦ୍ୱାରା ଯାଇଥିଲେ। ତେବେ ବିମାନଯାତ୍ରୀଙ୍କ ତଥ୍ୟ ସମ୍ପୃକ୍ତ ଜିଲା ଓ ଗାଁକୁ ଜଣାଇ ଦିଆଯାଇଛି। ପ୍ରବାସୀମାନେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବା ପୂର୍ବରୁ କିପରି କ୍ୱାରାଣ୍ଟାଇନ୍‌ରେ ରହିବେ ସେନେଇ ଉଲ୍ଲେଖ କରିଛନ୍ତି। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ସମ୍ପୃକ୍ତ ଜିଲାର ଜିଲାପାଳ ଓ ବ୍ଲକ୍‌ ଅଧିକାରୀ କ୍ୱାରାଣ୍ଟାଇନ୍‌ ସେଣ୍ଟର ନେବେ। ଏଥିସହ ବିଏମ୍‌ସି ଅଞ୍ଚଳରେ ରହିବାକୁ ଥିବା ବ୍ୟକ୍ତିଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରୀରୁ ୪ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା

ରତ୍ନଗିରି,୧୮ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକରୁ  ସୋମବାର ସକାଳେ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ନୂଆ ୪ ସଂକ୍ରମିତ ବ୍ୟକ୍ତି ଓ ଗତକାଲି...

ବିଦ୍ୟାଳୟ ଜମିରେ ଜବର ଦଖଲକୁ ବିରୋଧ: କାଟିଙ୍ଗିଆ ବନ୍ଦ, ସ୍କୁଲ, ସରକାରୀ କାର୍ଯ୍ୟାଳୟରେ ତାଲା

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୧।୬(ଡି.ଏନ.ଏ.)- କନ୍ଧମାଳ ଜିଲା ଦୁର୍ଗମ ପଞ୍ଚାୟତ କାଟିଙ୍ଗିଅ ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟର ଜମିରେ ଗତ ୧୦ବର୍ଷ ହେଲା ଜବରଦଖଲ କରି ଜଣେ ବ୍ୟକ୍ତି ଘର...

ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ

ଅନୁଗୋଳ ଅଫିସ, ୨୬ା୭:  ଅନୁଗୋଳ ଜିଲାରେ ବଢ଼ୁଛି ବଳାତ୍କାର ଓ ହତ୍ୟା ମାମଲା। ଗତ ୩ ବର୍ଷ ମଧ୍ୟରେ ଶତାଧିକ ବଳାତ୍କାର ଅଭିଯୋଗ ପୋଲିସ ନିକଟକୁ...

ବରଗଡ଼ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ,୧୨।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ବରଗଡ଼ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ସେ...

ଉପଭୋକ୍ତାଙ୍କୁ ସେସୁର ୪% ରିହାତି: ମାର୍ଚ୍ଚ, ଏପ୍ରିଲ୍‌ର ବିଲ୍‌ରେ ଅତିରିକ୍ତ ଭାବେ ମିଳିବ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ମାର୍ଚ୍ଚ ୨୫ ତାରିଖରୁ ସମଗ୍ର ଦେଶରେ ଲକ୍‌ଡାଉନ ଜାରି ରହିଛି। ବନ୍ଦ ଯୋଗୁ ଜନସାଧାରଣ ସେମାନଙ୍କର ବିଦ୍ୟୁତ୍‌ ବିଲ୍‌ ନିର୍ଦ୍ଧାରିତ ସମୟରେ ପଇଠ କରିନାହାନ୍ତି।...

୧୨ଟା ସୁଦ୍ଧା ହୀରାକୁଦ ଖୋଲିଲା ୯ଟି ଗେଟ୍‌

ସମ୍ବଲପୁର, ୧୫।୮(ବ୍ୟୁରୋ): ଗୁରୁବାର ୧୨ଟା ସୁଦ୍ଧା ହୀରାକୁଦ ଡ୍ୟାମର ୯ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଗୁରୁବାର ୧୬ଟି...

ଜଙ୍ଗଲର ସୁରକ୍ଷା ପାଇଁ ଅସ୍ତ୍ର ଧରିଲେ ଆଦିବାସୀ

ମାଲକାନଗିରି,୧୪ା୮(ଡି.ଏନ୍‌.ଏ.): ଜଙ୍ଗଲ ଆମର ମା’। ବର୍ଷବର୍ଷ ଧରି ଆମେ ବନାଞ୍ଚଳରେ ବସବାସ କରୁଛୁ। ଏହା ଆମର ଜୀବନ ଜୀବିକାର ଉତ୍ସ। ଜଙ୍ଗଲ ଫଳମୂଳ ଓ ପୋଡୁଚାଷ...

ଏଟିଏମ୍‌, ଶାଖାରେ ଟଙ୍କାର ଅଭାବ ରଖନାହିଁ

ଭୁବନେଶ୍ୱର, ୨୧ା୩(ବ୍ୟୁରୋ): କରୋନା କଟକଣା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ବ୍ୟାଙ୍କକୁ ଶୁକ୍ରବାର ଅର୍ଥ ବିଭାଗ ପକ୍ଷରୁ କେତେକ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସ୍ଥିତିରେ ବ୍ୟାଙ୍କଗୁଡିକ ପର୍ଯ୍ୟାପ୍ତ...

Advertisement
Archives

Model This Week