କିରାଣିଙ୍କ ଗ୍ରେଡ୍‌ ପେ ପ୍ରଦାନ ମାମଲା : ହାଇକୋର୍ଟରେ ସ୍ୟାଟ୍‌ ରାୟ କାଏମ

କଟକ ଅଫିସ,୮।୧୧ : ସୂଚନା ଓ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟରତ ସ୍ନାତକ ଡିଗ୍ରୀଧାରୀ କିରାଣି-ଲାଇବ୍ରେରିଆନ୍‌ମାନଙ୍କୁ ଆରଏସିପି ଗ୍ରେଡ ପେ ପ୍ରଦାନ ସମ୍ପର୍କିତ ମାମଲାରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍‌) ଦେଇଥିବା ରାୟକୁ ହାଇକୋର୍ଟ ଗୁରୁବାର କାଏମ ରଖିଛନ୍ତି। ସ୍ୟାଟ୍‌ଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓଡ଼ିଶା ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଓ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଓଡ଼ିଶା ଅର୍ଥ ବିଭାଗର ବିଜ୍ଞପ୍ତି ସଂଖ୍ୟା ୩୫୬୦/୧୩ା୨ା୨୦୧୩ ଅନୁସାରେ ସୂଚନା ଓ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟରତ ସ୍ନାତକ କିରାଣି-ଲାଇବ୍ରେରିଆନମାନଙ୍କୁ ଆରଏସିପି ନିୟମ ଅନୁସାରେ ପଦୋନ୍ନତି ଓ ପଦବୀର ଗ୍ରେଡ ପେ ପ୍ରଦାନରେ ପାତର ଅନ୍ତର ନୀତି ଅବଲମ୍ବନ କରାଯାଇଥିଲା। ଫଳରେ ପଦୋନ୍ନତି ନ ପାଇ ମୂଳ ପଦବୀରେ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରିଆସୁଥିବା ସ୍ନାତକ କିରାଣି-ଲାଇବ୍ରେରିଆନ ଗୋବର୍ଦ୍ଧନ ବିଶ୍ୱାଳ, ସରୋଜ ଶତପଥୀ, ବିଦ୍ୟାପତି ପଣ୍ଡା, ରଘୁନାଥ ସେଠୀ, ଅଶୋକ ବଳିଆରସିଂହ, ପୁଷ୍ପା ରାଉତ, ବିକାଶ ରଞ୍ଜନ ମହାନ୍ତି, ସୁରେନ୍ଦ୍ର ସାହୁ, ପ୍ରଦୀପ୍ତ ସେନାପତି, ସନ୍ତୋଷ ମିଶ୍ର ଏବଂ ଜୁନିୟର ଟାଇପିଷ୍ଟ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ନ୍ୟାୟ ପାଇଁ ୨୦୧୫ରେ ସ୍ୟାଟଙ୍କ ନିକଟରେ ମାମଲା ରୁଜୁ କରିଥିଲେ। ଏହି ମାମଲାର ବିଚାର କରି ସ୍ୟାଟ୍‌ ସରକାରଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରିବା ସହ ୨୦୧୭ ଏପ୍ରିଲରେ ଆବେଦନକାରୀଙ୍କ ସପକ୍ଷରେ ରାୟ ପ୍ରଦାନ ପୂର୍ବକ ୩ ମାସ ମଧ୍ୟରେ ଆବେଦନକାରୀମାନଙ୍କୁ ଆରଏସିପି ନିୟମ ଅନୁସାରେ ପଦୋନ୍ନତି ଓ ପଦବୀର ଉପଯୁକ୍ତ ଗ୍ରେଡ ପେ ପ୍ରଦାନ ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହି ରାୟ ବିରୋଧରେ ସୂଚନା ଓ ଲୋକସମ୍ପର୍କ ବିଭାଗ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟ ଉକ୍ତ ମାମଲାର ବିଚାର କରି ସ୍ୟାଟଙ୍କ ରାୟରେ କୌଣସି ତ୍ରୁଟି ନ ଥିବାରୁ ଏଥିରେ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି। ଆବେଦନକାରୀମାନଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ତ୍ରିପାଠୀ ଓ ଅଂଶୁମାନ ମହାପାତ୍ର ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଳି ଛାଟ: କଟିଲା ୮୩୨ ସଂଯୋଗ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ନେସ୍କୋ ୟୁଟିଲିଟି ଗତ ୧୬ତାରିଖଠାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାର ସ୍ବତନ୍ତ୍ର ସ୍କ୍ବାଡ଼ ଦ୍ୱାରା ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବା...

କବାଡ଼ିଆକୁ ବୋଲେରୋ ବିକ୍ରି ବେଳେ ଧରିଲା ପୋଲିସ

ଖଇରା,୧୮।୬(ଡି.ଏନ.ଏ.): ଯାଜପୁରରୋଡ୍‌ରୁ ଚୋରି ହୋଇଥିବା ଏକ ବୋଲେରୋ ଗାଡିକୁ ଖଇରାରୁ ଉଦ୍ଧାର କରାଯାଇଛି । ଯାଜପୁରରୋଡ୍‌ ଶଙ୍ଖଚିଲ ଗ୍ରାମର କନକଲତା ସାହୁଙ୍କ ବୋଲେରୋ ଗାଡି(ନଂ.ଓଡି୦୪୩୮୪୬)କୁ କେତେକ...

ଅଭିଯୋଗ ସତ୍ତ୍ୱେ ଶୁଣିଲାନି ପ୍ରଶାସନ, ସରିଗଲା ସ୍କୁଲ ପାଚେରି କାମ

ରାଇଘର, ୧୩।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଯୋଡ଼ିଙ୍ଗା ପଞ୍ଚାୟତ ମହୁଭଟ୍ଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ପାଚେରି କାମ ନିମ୍ନମାନର ହୋଇଛି। କାମ ଚାଲିଥିବା ବେଳେ ବାରମ୍ବାର...

ସଧବା ପାଉଛନ୍ତି ବିଧବା ଭତ୍ତା : ଯୁବକ ହାତଉଛନ୍ତି ବାର୍ତ୍ତକ୍ୟ ଭତ୍ତା, କାର୍ଯ୍ୟାନୁଷ୍ଠାନ ଦାବି

ହାଟଡିହୀ,୧୫ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ୩୧ଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶରେ ଆଜକୁ ୯ବର୍ଷରୁ ଊର୍ଦ୍ଧ୍ୱ ହେବ କିଛି ସଧବା ମିଛ ପ୍ରମାଣପତ୍ର ଦର୍ଶାଇ...

ଗୁଣି ସନ୍ଦେହରେ ଦମ୍ପତିଙ୍କୁ ଅଖାଦ୍ୟ ଖୁଆଇଲେ

ଫୁଲବାଣୀ ଅଫିସ, ୯ା୫: କନ୍ଧମାଳ ଜିଲା ସାରଙ୍ଗଗଡ଼ ଥାନା ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହ କରି ଏକ ବୃଦ୍ଧ ଦମ୍ପତିଙ୍କୁ ଲୋକେ ଅଖାଦ୍ୟ ଖୁଆଇଛନ୍ତି। ସେମାନେ...

ନାର୍କୋଟିକ୍ସ ବିରୋଧରେ କାର୍ଯ୍ୟଶୈଳୀର ସମୀକ୍ଷା

କଟକ ଅଫିସ,୩୦।୧୧: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କଟକ ବକ୍ସିବଜାରସ୍ଥିତ ପୋଲିସ ମୁଖ୍ୟାଳୟରେ ସୋମବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଡିଜିପି ଅଭୟ...

କୋଟି କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକି

ରେମୁଣା, ୪।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବାଲଗୋପାଲପୁରସ୍ଥିତ ବୃହତ୍‌ ଶିଳ୍ପାନୁଷ୍ଠାନ ବାଲେଶ୍ୱର ଆଲଏଜର ଭାଗ୍ୟ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି। ବିଦ୍ୟୁତ୍‌ ଯୋଗାଣକାରୀ କମ୍ପାନୀ ‘ନେସ୍କୋ’ କାରଖାନାକୁ...

ଫିଲ୍ମ ଷ୍ଟାଇଲ୍‌ରେ ବାଇକ୍‌ ସହ କେନାଲ ଭିତରକୁ ପଶିଗଲେ ଯୁବକ: ପରେ ମିଳିଲା ମୃତଦେହ

ସାରସକଣା,୧୧ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନସ୍ଥ ପୁନାସିଆ ଗ୍ରାମ ନିକଟ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲ ପୁନାସିଆ ବିଟ୍‌ ଗେଟ୍‌ ବନ୍ଧ ଭିତରେ ବାଇକ...

Advertisement
Archives

Model This Week