Posted inଜାତୀୟ

କିରଣ ବେଦୀଙ୍କୁ ରାକ୍ଷସ ବୋଲି କହିଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୧।୧୧: ଯେବେଠାରୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଭି. ନାରାୟଣସ୍ବାମୀ ଶାସନ ଭାର ଗ୍ରହଣ କଲେଣି ସେବେଠାରୁ ପୁଡୁଚେରୀ ଉପରାଜ୍ୟପାଳ ଥିବା କିରଣ ବେଦୀଙ୍କ ସହ ତାଙ୍କର ତୁତୁମେମେ ଲାଗି ରହିଛି। ଗୁରୁବାର ଲୌହମାନବୀ ତଥା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ଣ୍ୟତିଥି ଅବସରରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବା ସମୟରେ ନାରାୟଣସ୍ବାମୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ପୁଡୁଚେରୀରେ ଜଣେ ରାକ୍ଷସକୁ ବସାଇଛନ୍ତି। ଆମ କଂଗ୍ରେସ ଶାସିତ ମନ୍ତ୍ରୀମଣ୍ଡଳ ୨୪ ଘଣ୍ଟା କାମ କରିବାକୁ ପ୍ରସ୍ତୁତ ଥିବା ବେଳେ ସେ ସବୁଥିରେ ବାଧା ସୃଷ୍ଟି କରୁଛନ୍ତି। ଗରିବଙ୍କୁ ଚାଉଳ ବାଣ୍ଟିବା ହେଉ ଅବା ପର୍ଯ୍ୟଟନ ସହ ଯୋଡି ହୋଇଥିବା ପ୍ରୋଜେକ୍ଟ ଲାଗି କେନ୍ଦ୍ର ସରକାରଙ୍କଠାରୁ ଟଙ୍କା ଆଣିବା ହେଉ। ସବୁକିଛି କିରଣ ବନ୍ଦ କରି ଦେଉଥିବାରୁ ନାରାୟଣସ୍ବାମୀ ତାଙ୍କୁ ରାକ୍ଷସ ବୋଲି କହିଛନ୍ତି। ପୁଣି ସରକାରଙ୍କ ତରଫରୁ ଯେକୌଣସି ଜନହିତକର ଯୋଜନା ଆରମ୍ଭ କରାଯାଉଛି ତାକୁ ମଧ୍ୟ କିରଣ ବନ୍ଦ କରି ଦେଉଛନ୍ତି ବୋଲି ସେ କହିଛନ୍ତି। ଏମିତିକି ସେ ମନ୍ତ୍ରୀ ଓ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ସିବିଆଇର ଧମକ ଦେଉଛନ୍ତି ବୋଲି ନାରାୟଣସ୍ବାମୀ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆକ୍ରାନ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଦିଆଗଲା ପ୍ଲାଜମା ଥେରାପି

ନୂଆଦିଲ୍ଲୀ, ୨୫।୯: କରୋନା ଆକ୍ରାନ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସାକେତ୍‌ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ପ୍ଲାଜମା ଥେରାପି ଦିଆଯାଇଛି। ୨୪ ସେପ୍ଟେମ୍ବରରେ ସିସୋଦିଆଙ୍କୁ ଲୋକନାୟକ ଜୟପ୍ରକାଶ...

କଟକଣା କୋହଳ କଲେ ସରକାର

ସିମଲା,୩୧।୧: କୋଭିଡ୍‌ ସଂକ୍ରମଣ କମୁଥିବା ବେଳେ ହିମାଚଳପ୍ରଦେଶର ସରକାର ଫେବୃୟାରୀ ୩ରୁ ନବମରୁ ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ୍‌ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି କୋଚିଂ...

କର୍ନାଟକ ଉପନିର୍ବାଚନ ପାଇଁ ୧୩ ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ପ୍ରାର୍ଥୀ କଲା ଭାଜପା

ବେଙ୍ଗାଲୁରୁ,୧୪।୧୧: କର୍ନାଟକ କଂଗ୍ରେସ ଓ ଜେଡି(ଏସ୍‌)ର ୧୭ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମଧ୍ୟରୁ ୧୫ ଜଣ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିଲେ। ଏହାପରେ...

ଯୋଧପୁର ଆଇଆଇଟି ତିଆରି କଲା ଏମିତି ମେଶିନ, ଯାହା ଯେକୌଣସି ଜିନିଷର ଭିତର ପର୍ଯ୍ୟନ୍ତ କରିବ ସାନିଟାଇଜ୍‌

ଜୟପୁର,୨୮।୧: ଆଇଆଇଟି ଯୋଧପୁର ଆତ୍ମନିର୍ଭର ଭାରତ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଅଧୀନରେ ଏମିତି ଏକ ଏସି ମେଶିନ ତିଆରି କରିଛି ଯାହା କୌଣସି ଜିନିଷର...

ଭାରତରେ ଗୁଗଲ-ଜି ମେଲ୍‌ ସର୍ଭର ଡାଉନ୍‌

ନୂଆଦିଲ୍ଲୀ, ୨୦।୮: ଭାରତରେ ଗୁରୁବାର ସକାଳଠାରୁ ଗୁଗଲ ଏବଂ ଜି-ମେଲ୍‌ ସର୍ଭର ଡାଉନ୍‌ ରହିଛି। ଫଳରେ ୟୁଜରଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଜି-ମେଲ୍‌ରେ ଆକ୍ଟିଭ୍‌...

ମୁଖ୍ୟମନ୍ତ୍ରୀଙ୍କ ଖସିଗଲା ଗୋଡ଼

ଡେରାଡୁନ୍‌,୧୯।୪: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ଅବସରରେ ହଠାତ୍‌ ତାଙ୍କ ପାଦ...

ମସ୍କଙ୍କୁ ପୁନାଓ୍ବାଲାଙ୍କ ପରାମର୍ଶ, ଟୁଇଟର ନ କିଣି ଭାରତରେ ନିବେଶ କରିବା ଲାଭଦାୟକ…

ନୂଆଦିଲ୍ଲୀ, ୮।୫ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଟୁଇଟରର ନୂତନ ମାଲିକ ଏଲୋନ ମସ୍କଙ୍କୁ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ...

ନକଲି ମୁଣ୍ଡ କେଶରେ ଯୁବକ ଲୁଚାଇ ନେଉଥିଲେ ଏକ କିଲୋ ସୁନା: ଧରିଲେ କଷ୍ଟମ୍‌ ଅଧିକାରୀ

କୋଚି,୫।୧୦: କେରଳରେ ଜଣେ ଯୁବକ ନକଲି ମୁଣ୍ଡ କେଶରେ ସୁନା ଲୁଚାଇ ନେଉଥିବା ସମୟରେ କଷ୍ଟମ୍‌ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। କୋଚି ବିମାନ ବନ୍ଦରରେ ଓହ୍ଲାଇଥିବା...

Advertisement
Archives

Model This Week