Posted inଜାତୀୟ

ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌: ଦୌଡ଼ରେ ରାଓ୍ବତ ଆଗରେ; ଧନୋଓ୍ବା ୩ ସେନା ପ୍ରମୁଖଙ୍କ ମଧ୍ୟରେ ବରିଷ୍ଠ

ନୂଆଦିଲ୍ଲୀ,୧୮।୮: ଦେଶ ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ ପଦବୀରେ କିଏ ବସିବ ସେ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଦୌଡ଼ରେ ସ୍ଥଳସେନା ପ୍ରମୁଖ ଜେନେରାଲ ବିପିନ୍‌ ରାଓ୍ବତ ଆଗରେ ରହିଛନ୍ତି। ତେବେ ଭାରତୀୟ ସ୍ଥଳସେନା, ବାୟୁସେନା ତଥା ନୌସେନା ପ୍ରମୁଖଙ୍କ ମଧ୍ୟରେ ବାୟୁସେନା ପ୍ରମୁଖ ବି.ଏସ୍‌. ଧନୋଓ୍ବା ବରିଷ୍ଠ। ଧନୋଓ୍ବା ସେପ୍ଟେମ୍ବରରେ ଅବସର ନେବେ। ଏହାପରେ ରାଓ୍ବତ ୩ ସେନା ପ୍ରମୁଖଙ୍କ ମଧ୍ୟରେ ବରିଷ୍ଠ ହେବେ। ସେ ଏହି ପଦବୀରେ ୨୦୧୯ ଡିସେମ୍ବର ପର୍ଯ୍ୟନ୍ତ ରହିବେ। ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ ପଦବୀରେ ନିଯୁକ୍ତି ପାଇଁ ସୁପାରିଶ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟର କମିଟି କରିବେ। ଏହାକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ କ୍ୟାବିନେଟ୍‌ କମିଟି ଅନୁମୋଦନ କରିବେ। ନିୟମ ଅନୁସାରେ ୩ ସେନା ପ୍ରମୁଖଙ୍କ ମଧ୍ୟରେ ବରିଷ୍ଠଙ୍କୁ ଏହି ପଦବୀ ମିଳିବ। ଧନୋଓ୍ବା ୧୯୭୮ ଜୁନ୍‌ରେ କମିଶନ ଅଫିସର ଭାବେ ନିଯୁକ୍ତ ହୋଇଥିଲେ। ୨୦୧୭ ଜାନୁୟାରୀ ୧ଠାରୁ ସେ ବାୟୁସେନା ପ୍ରମୁଖ ଅଛନ୍ତି। ସେହିପରି ରାଓ୍ବତ ୧୯୭୮ ଡିସେମ୍ବରରେ କମିଶନ ଅଫିସର ହୋଇଥିଲେ। ସେ ୨୦୧୬ ଡିସେମ୍ବର ୩୧ଠାରୁ ସ୍ଥଳସେନା ପ୍ରମୁଖ ଭାବେ କାର୍ଯ୍ୟ କରୁଛନ୍ତି। ଅପରପକ୍ଷରେ ନୌସେନା ପ୍ରମୁଖ ଆଡମିରାଲ କରମବୀର ସିଂ ୧୯୮୦ ଜୁଲାଇରେ କମିଶନ ଅଫିସର ହୋଇଥିଲେ। ୨୦୧୯ ମେ ୩୧ଠାରୁ ସେ ନୌସେନା ପ୍ରମୁଖ ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?