କିଆ ସେଲ୍‌ଟସର ବୁକିଂ ଆରମ୍ଭ

ନୂଆଦିଲ୍ଲୀ,୧୯-୭: କିଆ ମୋଟର୍ସର ନୂଆ ମଡେଲ ସେଲ୍‌ଟସର ବୁକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ କମ୍ପାନୀ ଏହି ମଡେଲର ୬,୦୪୬ ୟୁନିଟ୍‌ ଲାଗି ବୁକିଂ ହାସଲ କରିଛି। ଭାରତୀୟ ଅଟୋମୋବାଇଲ ଇଣ୍ଡଷ୍ଟ୍ରି ଲାଗି ଏହା ଏକ ରେକର୍ଡ। ଏହି ରେକର୍ଡ ବ୍ରାଣ୍ଡ ପ୍ରତି ଗ୍ରାହକଙ୍କ ଭଲ ପାଇବା ଦର୍ଶାଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ମଙ୍ଗଳବାର କମ୍ପାନୀର ଅନ୍‌ଲାଇନ ସାଇଟ୍‌ ୨ ଲକ୍ଷ ହିଟ୍‌ ହାସଲ କରିଥିବା ବେଳେ ଦିନକରେ ୧୬୨୮ ଅନ୍‌ଲାଇନ ବୁକିଂ ଆସିଛି। କିଆ ମୋଟର୍ସ ଇଣ୍ଡିଆ ଦେଶର ୧୬୦ ଡିଲରଶିପରେ ସେଲଟସ୍‌ ଲାଗି ପ୍ରିବୁକିଂ ଗ୍ରହଣ କରୁଛି।
ଗ୍ରାହକଙ୍କଠାରୁ ଏଭଳି ରେସ୍‌ପନ୍ସ ଲାଭ କରି ଅତ୍ୟନ୍ତ ଖୁସି ବୋଲି କିଆ ମୋଟର୍ସ ଇଣ୍ଡିଆର ସେଲ୍‌ସ ମାର୍କେଟିଂ ଉପସଭାପତି ତଥା ମୁଖ୍ୟ ମନୋହର ଭଟ୍ଟ କହିଛନ୍ତି। ଭାରତୀୟ ଗ୍ରାହକଙ୍କୁ ସର୍ବୋତ୍ତମ ଗୁଣବତ୍ତା ବିଶିଷ୍ଟ ପ୍ରଡକ୍ଟ ଯୋଗାଣ ନେଇ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଏହା ବିଏସ୍‌-୬ ଇଞ୍ଜିନ ଯୁକ୍ତ ମଧ୍ୟମବର୍ଗ ଏସ୍‌ୟୁଭି, ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟରେ ଆସୁଛି। ସମସ୍ତ ପାଓ୍ବାର ଟ୍ରେନରେ ଏହାର ମାନୁଆଲ ଏବଂ ଅଟୋମେଟିକ ବିକଳ୍ପ ଉପଲବ୍ଧ କରାଯାଉଛି। ଭାରତରୁ ଏହି ମଡେଲଟି ବିଶ୍ୱ ବଜାରରେ ପ୍ରବେଶ କରିଛି। ଡିଜାଇନ,ଗୁଣବତ୍ତା ଏବଂ ବିଶ୍ୱ ସ୍ତରିୟ ବୈଶିଷ୍ଟ୍ୟ ଦୃଷ୍ଟି କୋଣରୁ ଏହା ଗ୍ରାହକଙ୍କ ଧ୍ୟାନ ଆକର୍ଷଣ କରିଛି। ଗ୍ରାହକଙ୍କ ଆକାଂକ୍ଷା ଏହାକୁ ବହୁପ୍ରତିକ୍ଷିତ କାର ଭାବେ ରୂପାନ୍ତରିତ କରିଛି। ଏହା ଟେକ୍‌ ଲାଇନ ଏବଂ ଜିଟି ଲାଇନ ଭଳି ୨ ଟ୍ରିମରେ ଆସିଛି।
ମଡେଲର ଅନ୍ୟ ପ୍ରମୁଖ ଫିଚର…
– ୮.୦ ହେଡ ଅପ୍‌ ଡିସ୍‌ପ୍ଲେ
-୧୦.୨୫ ଏଚ୍‌ଡି ଟଚ୍‌ସ୍କ୍ରିନ
– ହାଇଟେକ ସାଉଣ୍ଡମୋଡ ଲ୍ୟାମ୍ପ,ରିୟର ଶେଡ୍‌ କର୍ଟେନ
– ୩୬୦ ଡିଗ୍ରି ଭିୟୁ ମନିଟର,ବ୍ଲାଇଣ୍ଡ ସ୍ପଟ ମନିଟରିଂ
– ଓ୍ବାର୍ଲଡ ଫାଷ୍ଟ କନେକ୍ଟ ଏୟାର ପ୍ୟୁରିଫାୟର
– ୟୁଭିଓ କନେକ୍ଟ ସିଷ୍ଟମ, ଓ୍ବେୟାରଲେସ୍‌ କମ୍ୟୁନିକେଶନ
– ୮ ସ୍ପିକର ବୋସ୍‌ ହାଇଫାଇ ସିଷ୍ଟମ


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

ଅଧା ରହିଗଲା ବିଜୟର ଖୁସି! ସିରାଜ, ତିଳକଙ୍କ ସମେତ ୩ କ୍ରିକେଟରଙ୍କୁ ଲିଗାଲ ନୋଟିସ୍‌, ବଢ଼ିଲା… 

ହାଇଦ୍ରାବାଦ,୧୭।୬: ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରିଦେଶୀୟ ସିରିଜ୍‌ର ଫାଇନାଲ୍‌ରେ ପ୍ରବେଶ କରି ଭାରତୀୟ ଏ-ଦଳ (India A) ଉତ୍ସବ ମନାଉଥିବା ବେଳେ ଅଧିନାୟକ ତିଲକ ବର୍ମାଙ୍କୁ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri