କାଳ ହେଲା ଫାଇନାନ୍ସ ଟଙ୍କା: ମହିଳାଙ୍କ ମୃତ୍ୟୁ, ଗ୍ରାମରେ ଉତ୍ତେଜନା

ଜଗତ୍‌ସିଂହପୁର ଅଫିସ, ୧୬ା୯: ଜଗତ୍‌ସିଂହପୁର ଥାନା ଅଧୀନ ଚାଟଣା (ଗନ୍ତ) ଗ୍ରାମରେ ରବିବାର ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସେ ହେଲେ ହାଡ଼ିବନ୍ଧୁ ଭୋଇଙ୍କ ସ୍ତ୍ରୀ କାଞ୍ଚନ ଦାସ। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଖବରପାଇ ଗ୍ରାମର ବହୁ ମହିଳା ପୁରୁଷ ଅପରାହ୍ନରେ ଗ୍ରାମର ବାଦଲ ଦାସଙ୍କ ଘର ଆଗରେ ପୋଡ଼ାଜଳା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରିତ କରିବାକୁ ଉଦ୍ୟମ କରିଥିଲା। ତେବେ ହାଡ଼ିବନ୍ଧୁଙ୍କ ପରିବାର ସମେତ ବହୁ ଲୋକ ବାଦଲଙ୍କ ଘର ବାରଣ୍ଡାରେ ମୃତଦେହ ରଖି ହୋହଲ୍ଲା କରିଥିଲେ। ବାଦଲ ଓ ତାଙ୍କ ସ୍ତ୍ରୀ ଭାରତୀଙ୍କ ଯୋଗୁ କାଞ୍ଚନଙ୍କ ମୃତ୍ୟୁ ଘଟିଥିବା ସେମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ପୂର୍ବରୁ ଥିବା ଏସ୍‌କେଏସ୍‌ ଫାଇନାନ୍ସ ତଥା ବର୍ତ୍ତମାନର ଭାରତ ଫାଇନାନ୍ସ ସଂସ୍ଥାରୁ କାଞ୍ଚନଙ୍କ ନାଁରେ ବାଦଲ ୪୫ ହଜାର ଟଙ୍କା ଋଣ ନେଇଥିଲେ। ପରେ ଟଙ୍କା ଶୁଝିଦେବେ କହି ଶୁଝି ନ ଥିଲେ। ତେଣୁ ଫାଇନାନ୍ସ ସଂସ୍ଥା କର୍ମଚାରୀମାନେ କାଞ୍ଚନଙ୍କ ଘରେ ପହଞ୍ଚତ୍ ବାରମ୍ବାର ଋଣ ଶୁଝିବାକୁ ତାଗିଦ୍‌ କରିଥିଲେ। ଯେହେତୁ ଏହି ଟଙ୍କା ବାଦଲ ନେଇଥିଲେ, ତେଣୁ କାଞ୍ଚନ ଏତେ ଟଙ୍କା କିପରି ଶୁଝିବେ ଚିନ୍ତାରେ ପଡିଥିଲେ। ଶନିବାର ସେ ବାଦଲଙ୍କ ଘରେ ପହଞ୍ଚତ୍ ଋଣ ଟଙ୍କା ତୁରନ୍ତ ଦେବାକୁ ଦାବି କରିଥିଲେ। ଏହି ସମୟରେ ବାଦଲ ଓ ତାଙ୍କ ସ୍ତ୍ରୀ ଭାରତି ସରବତରେ ବିଷ ମିଶାଇ ପିଆଇ ଦେବାରୁ କାଞ୍ଚନଙ୍କ ମୃତ୍ୟୁ ଘଟିଥିବା ହାଡ଼ିବନ୍ଧୁ ଅଭିଯୋଗ କରିଛନ୍ତି। କେବଳ କାଞ୍ଚନ ନୁହନ୍ତି ଗାଁର ପାଖାପାଖି ୪୦ ଜଣଙ୍କ ଋଣ ଟଙ୍କା ବାଦଲ ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଋଣ ଗ୍ରହୀତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ହାଡ଼ିବନ୍ଧୁଙ୍କ ଅଭିଯୋଗ କ୍ରମେ ବାଦଲ ଓ ଭାରତୀଙ୍କ ବିରୋଧରେ ଦଫା ୪୨୦/୩୦୨/୩୪ ଆଇପିସିରେ ମାମଲା ସଂଖ୍ୟା ୩୦୪/୧୯ ରୁଜୁ ହୋଇଛି। ଅନ୍ୟପକ୍ଷରେ ବାଦଲ ଋଣ ଟଙ୍କା ନ ଦେବାରୁ ଚାପଗ୍ରସ୍ତ ହୋଇ କାଞ୍ଚନ ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣାର ତଦନ୍ତ ଜାରି ରହିଥିବା ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି।
ସୂଚନା ଅନୁଯାୟୀ, ଶନିବାର କାଞ୍ଚନ ଋଣ ଟଙ୍କା ମାଗିବା ପାଇଁ ବାଦଲଙ୍କ ଘରକୁ ଯାଇଥିଲେ। ପରେ ଘରକୁ ଫେରି ତଳେ ପଡିଯାଇଥିଲେ। କିଛି ସମୟ ପରେ ଅପରାହ୍ଣ ୨ଟାରେ ତାଙ୍କ ମଝିଆ ପୁଅ ବଳରାମ ପହଞ୍ଚତ୍ କାଞ୍ଚନଙ୍କ ପାଟିରୁ ଫେଣ ବାହାରୁଥିବା ଦେଖି ପରିବାର ଲୋକଙ୍କ ସହାୟତାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସନ୍ଧ୍ୟାରେ ଡାକ୍ତର କଟକ ସ୍ଥାନାନ୍ତର କରିଥିଲେ। ସେଠାରେ ବିଳମ୍ବିତ ରାତି ପ୍ରାୟ ୨.୧୫ରେ କାଞ୍ଚନଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ରବିବାର ଗ୍ରାମର ବହୁ ମହିଳା ପୁରୁଷ ବାଦଲଙ୍କ ଘର ଆଗରେ ପହଞ୍ଚତ୍ ତୁରନ୍ତ ଋଣ ଟଙ୍କା ଫେରାଇବା ଦାବିରେ ହୋହଲ୍ଲା କରିଥିଲେ। କିନ୍ତୁ ବାଦଲ କିମ୍ବା ତାଙ୍କ ସ୍ତ୍ରୀ ଦେଖା ନ ଦେବାରୁ ଉତ୍ତ୍ୟକ୍ତ ଲୋକେ ବାଦଲଙ୍କ ଘର ପାର୍ଶ୍ୱରେ ଥିବା ତାଙ୍କ ଦୋକାନ ଭାଙ୍ଗି ବିଭିନ୍ନ ସାମଗ୍ରୀ ଆଣି ରାସ୍ତା ଉପରେ ପୋଡ଼ି ଦେଇଥିଲେ। ପୋଲିସ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଥିଲା। କିନ୍ତୁ ସନ୍ଧ୍ୟାରେ ମୃତଦେହ ପହଞ୍ଚତ୍ବା ପରେ ସେମାନେ ବାଦଲଙ୍କ ଘର ବାରଣ୍ଡାରେ ରଖି ଆନ୍ଦୋଳନ କରିଥିଲେ। ଗାଁର ଏକାଧିକ ମହିଳା କହିଛନ୍ତି ଯେ, ଫାଇନାନ୍ସ ସଂସ୍ଥାର କର୍ମଚାରୀମାନେ ଆସିଲେ ବାଦଲଙ୍କ ବାରଣ୍ଡାରେ ବସି ଆଲୋଚନା କରନ୍ତି। କେଉଁ ମହିଳାଙ୍କୁ ଋଣ ଦିଆଯିବ ସେ ନିଷ୍ପତ୍ତିରେ ଭାରତୀଙ୍କ ଭୂମିକା ଥାଏ। ଫାଇନାନ୍ସ ସଂସ୍ଥା ଯେଉଁମାନଙ୍କ ନାଁରେ ଋଣ ମଞ୍ଜୁର କରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥାଏ। ତେଣୁ ଭାରତୀ ଓ ବାଦଲ ଋଣ ଗ୍ରହୀତାଙ୍କୁ ବୁଝାଇ ସୁଝାଇ ଏହି ଟଙ୍କା ହାତେଇଥାନ୍ତି। ଗାଁର କାଦମ୍ବିନୀ ସିଂହ କହିଛନ୍ତି, ତାଙ୍କ ନାଁରେ ୪୦ ହଜାର ଟଙ୍କା ଋଣ ହୋଇଛି। ଏହି ଟଙ୍କା ବାଦଲ ନେଇ ଆଉ ଶୁଝୁନାହାନ୍ତି। ଏଥିପାଇଁ ଫାଇନାନ୍ସ ସଂସ୍ଥା କର୍ମଚାରୀମାନେ ତାଙ୍କଠାରୁ ଟଙ୍କା ଆଦାୟ ପାଇଁ ଚଢାଉ କରୁଛନ୍ତି। ସେହିପରି ପ୍ରେମଲତା ବାନୁଙ୍କ ନାଁରେ ୨୦,୦୦୦, ସସ୍ମିତା ବେହେରା ୨୨,୦୦୦, ଜିତନ ଦାସ ୮୦,୦୦୦, ଗୁଡି ଦେଈ ୪୦,୦୦୦, ଲକ୍ଷ୍ମୀ ଭୋଇ ୪୦,୦୦୦, କମରୁଲ ବିବି ୫୦,୦୦୦, ଦାଗି ଦାସ ୮୦,୦୦୦, ଅପସନା ବିବି ୪୦,୦୦୦, ନଗିନା ପରବିନ୍‌ ୧୫,୦୦୦ ଓ କମରୁନ୍‌ ବିବିଙ୍କ ନାମରେ ୧୨,୦୦୦ ଟଙ୍କା ଋଣ ହୋଇଛି। ଏମାନଙ୍କ ସହ ଅନେକଙ୍କ ନାମରେ ଋଣ ହୋଇଥିଲେ ସୁଦ୍ଧା ବାଦଲ ଏହି ଋଣ ରାଶି ନେଇ ଶୁଝୁ ନ ଥିବାରୁ ସେମାନେ ଚିନ୍ତାରେ ଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri