କାର୍‌, ବାଇକ ଟାୟାରରେ ନାଇଟ୍ରୋଜେନ୍‌ ଭରିବା ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୯-୭: ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି କେନ୍ଦ୍ର ସରକାର ଟାୟାର ଗୁଣବତ୍ତାରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହାବ୍ୟତୀତ ଟାୟାରରେ ନାଇଟ୍ରୋଜେନ ଗ୍ୟାସ୍‌ ଭର୍ତ୍ତି କରିବାକୁ ଆଗାମୀ ଦିନରେ ବାଧ୍ୟତାମୂଳକ କରାଯିିବ। ସରକାରଙ୍କ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁଯାୟୀ ୨୦୧୫ରୁ ୨୦୧୭ ମଧ୍ୟରେ ଦେଶରେ ଦୈନିକ ସଡ଼କ ଦୁର୍ଘଟଣାରେ ୪୦୦ ଲୋକଙ୍କ ମୃତ୍ୟୁ ହେଉଛି। ଉତ୍ତର ପ୍ରଦେଶ ଓ ତାମିଲନାଡୁରେ ସର୍ବାଧିକ ସଡ଼କ ଦୁର୍ଘଟଣା ମୃତ୍ୟୁ ହେଉଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସୋମବାର ରାଜ୍ୟ ସଭାରେ ପ୍ରକାଶ କରିଛନ୍ତି।
ସଡ଼କ ଦୁର୍ଘଟଣା ଉପରେ ଲଗାମ ଲଗାଇବା ଉଦ୍ଦେଶ୍ୟରେ ସରକାର ଟାୟାର କ୍ୱାଲିଟିରେ ପରିବର୍ତ୍ତନ କରିବାର ଯୋଜନା ପ୍ରସ୍ତୁତ କରୁଛନ୍ତି। ତଦନୁଯାୟୀ, ସମସ୍ତ ଟାୟାର ନିର୍ମାତା ଆଗାମୀ ଦିନରେ ରବର ସହିତ ସିଲିକନ ମିଶାଇବାକୁ ଅନିବାର୍ଯ୍ୟ କରାଯିବ। ଇଣ୍ଟରନ୍ୟାଶନାଲ ଷ୍ଟାଣ୍ଡାର୍ଡ ଅନୁଯାୟୀ, ରବର ସହିତ ସିଲିକନ ମିଶାଇବା ସହ ଟାୟାରରେ ନାଇଟ୍ରୋଜେନ ଗ୍ୟାସ୍‌ ଭର୍ତ୍ତି କରିବା ଯୋଗୁ ଟାୟାର ଫାଟିବା କାରଣରୁ ସଡ଼କ ଦୁର୍ଘଟଣା ବହୁ ପରିମାଣରେ ହ୍ରାସ ପାଇଥାଏ। ସେ କହିଛନ୍ତି ଯେ, ନୋଏଡା-ଆଗ୍ରା ହାଇଓ୍ବେରେ ହୋଇଥିବା ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଉତ୍ତରପ୍ରଦେଶ ସରକାର ଏହାର ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଯମୁନା ଏକ୍ସପ୍ରେସଓ୍ବେକୁ ଉତ୍ତରପ୍ରଦେଶ ସରକାର ତିଆରି କରିଛନ୍ତି ଏବଂ ଏହାର ପରିଚାଳନା କରୁଛନ୍ତି। ଏଥିରେ କେନ୍ଦ୍ର ସରକାର ଓ ଜାତୀୟ ରାଜପଥ ପ୍ରାଧିକରଣର କୌଣସି ଭୂମିକା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର ସାର କାରଖାନାରୁ ଉତ୍ପାଦନ ହେବ ୟୁରିଆ, ଆମୋନିଆ

ନୂଆଦିଲ୍ଲୀ,୧୮-୯: ଅନୁଗୋଳ ଜିଲାର ତାଳଚେରସ୍ଥିତ ସାର କାରଖାନାରୁ ୟୁରିଆ ଏବଂ ଆମୋନିଆ ଉତ୍ପାଦନ ଲାଗି କୋଲ୍‌ ଗ୍ୟାସିଫିକେଶନ(କୋଇଲା ବାଷ୍ପୀକରଣ) ୟୁନିଟ ସ୍ଥାପନ ଲାଗି ଅଂଶୀଦାରଙ୍କ ମଧ୍ୟରେ...

ଟାଟା ସନ୍ସ-ସାଇରସ୍‌ ବିବାଦ

୨୦୧୬ ଅକ୍ଟୋବର ୨୪: ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନ୍ସ ଚେୟାରମ୍ୟାନ୍‌ ପଦରୁ ହଟାଇ ରତନ ଟାଟାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା। ୨୦୧୬ ଡିସେମ୍ବର ୨୦: ସାଇରସ୍‌...

ଏଜିଆର୍‌କୁ ନେଇ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିଶନ

ନୂଆଦିଲ୍ଲୀ,୨୪-୧୧: ଟେଲିକମ୍‌ କମ୍ପାନୀଙ୍କଠାରୁ ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭେନ୍ୟୁ (ଏଜିଆର୍‌) ସଂଗ୍ରହ ଲାଗି ସୁପ୍ରିମକୋର୍ଟ ନିକଟରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ସପକ୍ଷରେ ଏହି ରାୟ ଆସିଥିବା...

ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୩.୭୩ ଲକ୍ଷ କୋଟି

ନୂଆଦିଲ୍ଲୀ,୧୨।୩: ଚଳିତ ଆର୍ଥିକ ବର୍ଷର ପ୍ରାରମ୍ଭରୁ ୨୦୨୩ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ପ୍ରତ୍ୟକ୍ଷ ଟିକସ ସଂଗ୍ରହ ନେଟ୍‌ ରିଫଣ୍ଡ ପରିମାଣ ବାଦ୍‌ ଯିବା ପରେ...

ଅଟୋ ସେକ୍ଟରରେ ମାନ୍ଦାବସ୍ଥା;କେନ୍ଦ୍ର ଠାରୁ ପ୍ୟାକେଜ ମାଗିଲା ଉଦ୍ୟୋଗ

ନୂଆଦିଲ୍ଲୀ,୮-୮: ଦେଶର ଅଟୋ ସେକ୍ଟର ଏବେ ବଡ଼ ଦୁର୍ଦ୍ଦିନ ଦେଇ ଗତି କରୁଛି। ଅର୍ଥନୀତି ଧିମା ହେବା କାରଣରୁ ଅଟୋ ସେକ୍ଟର ଏବେ ମାନ୍ଦାବସ୍ଥାର ସମ୍ମୁଖୀନ...

ଭିଏସ୍‌ବି ପକ୍ଷରୁ ୫ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ

ନୂଆଦିଲ୍ଲୀ, ୧୪ା୯: ଭେଲୋର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନେଲୋଜି- ଆନ୍ଧ୍ର ପ୍ରଦେଶ ବା ଭିଆଇଟି-ଏପିର ଏକାଡେମିକ୍‌ ରିସର୍ଚ୍ଚ ଅଫିସ୍‌ ସହ ମିଳିତ ଭାବେ ଭିଆଇଟି-ଏପି ସ୍କୁଲ ଅଫ୍‌...

ପୁଣି ଚାଲିବ ଜେଟ୍‌ ଏୟାରଓ୍ବେଜ୍‌

ନୂଆଦିଲ୍ଲୀ,୯।୫: ଦୀର୍ଘ ଦିନ ହେବ ଉଡ଼ାଣ ବନ୍ଦ କରିଥିବା ଅନ୍ତର୍ଜାତୀୟ ଏୟାରଲାଇନ୍‌ ସଂସ୍ଥା ‘ଜେଟ୍‌ ଏୟାର୍‌ଓ୍ବେଜ୍‌’ ପୁଣି ଥରେ ଉଡ଼ାଣ ଭରିବ। କମ୍ପାନୀ ପକ୍ଷରୁ ଏହାର...

ବ୍ୟାଙ୍କ ପ୍ରମୋଟର ହୋଇପାରନ୍ତି ବଡ଼ କର୍ପୋରେଟ ହାଉସ

ମୁମ୍ବାଇ: ବଡ଼ ବଡ଼ କର୍ପୋରେଟ୍‌ ହାଉସ ଦେଶରେ ଥିବା ବ୍ୟାଙ୍କଗୁଡିକର ପ୍ରମୋଟର ଭାବେ ସ୍ଥାନ ପାଇବା ନେଇ ସମ୍ଭାବନା ଉପୁଜିଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ...

Advertisement
Archives

Model This Week