କାର୍‌ରେ ୬ ଏୟାରବ୍ୟାଗ୍‌ ବାଧ୍ୟତାମୂଳକ: ଗଡକରୀ

ନୂଆଦିଲ୍ଲୀ,୩୦।୯:ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଶହ ଶହ ସଂଖ୍ୟାରେ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ବିଶେଷକରି ସଡ଼କ ସୁରକ୍ଷା ନିୟମାବଳୀର ଅବମନାନା ସାଙ୍ଗକୁ ସବୁ ବର୍ଗର ଗାଡିରେ ଅତ୍ୟାଧୁନିକ ସୁବିଧା ନ ଥିବାରୁ ସଡ଼କ ଦୁର୍ଘଟଣାରେ ମଧ୍ୟ ଜୀବନ ଯାଉଛି। ଏପରିକି ଚାରିଚକିଆ (କାର୍‌) ଯାନ ଦୁର୍ଘଟଣାରେ ଉଭୟ ପକ୍ଷର ଜୀବନ ଯାଉଥିବା ବେଳେ ଅଧିକାଂଶ କାରରେ ସମସ୍ତ ଅତ୍ୟାଧୁନିକ ସୁବିଧା ଥାଇ ମଧ୍ୟ ଲୋକଙ୍କ ଜୀବନ ଯାଉଛି। ଏହାକୁ ନଜରରେ ରଖି ସରକାର ଏକ ବୈଷୟିକ କମିଟି ଜରିଆରେ ଉକ୍ତ ସମସ୍ୟା (କାର୍‌ ଦୁର୍ଘଟଣା) ସମ୍ପର୍କରେ ବିସ୍ତୃତ ସୂଚନା ଦେବାକୁ କୁହାଯାଇଥିଲା। ବିଶେଷଜ୍ଞ ଦଳର ସୂଚନା ଅନୁଯାୟୀ ଅଧିକାଂଶ ଦୁର୍ଘଟଣା କାର୍‌ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା (ଏୟାର ବ୍ୟାଗ୍‌) ର ତ୍ରୁଟି ବା ସଂଖ୍ୟା କମ୍‌ ଥିବାରୁ ଅଧିକ ସଂଖ୍ୟାରେ ମୃତ୍ୟୁବରଣ କରୁଛନ୍ତି। ଫଳରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇରେ ଘୋଷଣା କରିଥିଲେ ଯେ ୨୦୨୨ ଅକ୍ଟୋବର ୧ ରୁ ଭାରତୀୟ ବଜାରରେ ବିକ୍ରି ହେଉଥିବା କାର୍‌ଗୁଡିକରେ ୬ଟି ଏୟାରବ୍ୟାଗ୍‌ ବାଧ୍ୟତାମୂଳକ କରିବାକୁ କୁହାଯାଇଥିଲା। ହେଲେ କୋଭିଡ୍‌ କାରଣରୁ କେତେକ ସମସ୍ୟା ଓ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ସମସ୍ୟା ଯୋଗୁ ଉକ୍ତ (୬ଟି ଏୟାରବ୍ୟାଗ୍‌) ନିର୍ଦ୍ଦେଶକୁ ସ୍ଥଗିତ ରଖିବାକୁ ବିଭିନ୍ନ ସ୍ତରରୁ ପ୍ରସ୍ତାବ ଆସିଥିଲା। ଏପରିକି ଆଉ କିଛି ଦିନ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅଟୋଶିଳ୍ପ ପକ୍ଷରୁ ଅନୁରୋଧ ବା ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣକରି ସରକାର ମଧ୍ୟ ସମୟ ବୃଦ୍ଧି କରିଛନ୍ତି। ଏ ନେଇ ଗୁରୁବାର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, କାର୍‌ଗୁଡିକରେ ୬ଟି ଏୟାର ବ୍ୟାଗ୍‌ ବାଧ୍ୟତାମୂଳକ କରିବା ପ୍ରସ୍ତାବକୁ ସରକାର ଆଉ ୧ବର୍ଷ ଘୁଞ୍ଚାଇ ଦେଇଛନ୍ତି। ୨୦୨୩ ଅକ୍ଟୋବର ୧ରୁ କାର୍‌ରେ ୬ଟି ଏୟାରବ୍ୟାଗ୍‌ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏପରିକି ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ୧ ପରିବର୍ତ୍ତେ ୨୦୨୩ ଅକ୍ଟୋବର ୧ ପର୍ଯ୍ୟନ୍ତ ଉକ୍ତ ନିର୍ଦ୍ଦେଶାବଳୀକୁ ସରକାର ସ୍ଥଗିତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?