Posted inଫୁରସତ

କାର୍ଯ୍ୟସ୍ଥଳରେ ଶୋଇପଡ଼ିବା ପାଇଁ ୮୬ ପ୍ରତିଶତ ଭାରତୀୟ ଚାହିଁଥାନ୍ତି

ସାଧାରଣତଃ ଭାରତୀୟମାନେ ଶୋଇବାକୁ ପସନ୍ଦ କରିଥାନ୍ତି। ଏହା ଏକ ସର୍ଭେରୁ ଜଣାପଡ଼ିଛି। ଅନ୍‌ଲାଇନ୍‌ ରିସର୍ଚ୍ଚ ଷ୍ଟାର୍ଟଅପ୍‌ ବେକାଫିଟ୍‌ ଅନୁସାରେ, ପ୍ରାୟ ୮୬ ପ୍ରତିଶତ ଭାରତୀୟ ଚାହିଁଥାନ୍ତି କାର୍ଯ୍ୟକ୍ଷେତ୍ରରେ କିଛି ସମୟ ପାଇଁ ଶୋଇପଡ଼ିବେ। ସର୍ଭେ ‘ରାଇଟ୍‌ ଟୁ ଓ୍ବାର୍କ ନାପ୍‌ସ’ରେ ୧୫୦୦ ଲୋକଙ୍କୁ ସାମିଲ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ୭୦ ପ୍ରତିଶତ ଲୋକ ଚାହିଁଥାନ୍ତି ଅଫିସରେ କାମ କରିବା ସମୟରେ ଟିକେ ଶୋଇ ପଡ଼ିବାକୁ। ଏମିତି ନ ହେବାରୁ ଏହାର ପ୍ରଭାବ ସିଧାସଳଖ କାର୍ଯ୍ୟ ଉପରେ ପଡ଼ିଥାଏ। ସର୍ଭେରୁ ଜଣାପଡ଼ିଛି, ୪୧ ପ୍ରତିଶତ ଲୋକେ ଅନିଦ୍ରା ରହୁଥିବାରୁ ଅଫିସରେ ନିଦ ଲାଗିଥାଏ। ଫଳରେ ନିଦ ନ ଲାଗିବା ପାଇଁ ସେମାନେ ସହକର୍ମୀଙ୍କ ସହ ଗପସପ କରିଥାନ୍ତି କିମ୍ବା ବାରମ୍ବାର ମୁହଁ ଧୋଇଥାନ୍ତି। ନିଦରୁ ମୁକ୍ତି ପାଇବା ପାଇଁ କିଛି ଲୋକ ଚଲାବୁଲା ବି କରିଥାନ୍ତି। ବିଶ୍ୱରେ ୬୦ ପ୍ରତିଶତ ଲୋକ ରାତିରେ ଚାହିଁ ରହୁଥିବାବେଳେ କେବଳ ଭାରତୀୟମାନେ ଶୋଇବା କ୍ଷେତ୍ରରେ ସବୁଠୁ ଆଗୁଆ। ଅତ୍ୟଧିକ ଚିନ୍ତା, ସ୍ବାସ୍ଥ୍ୟ ସମସ୍ୟା, ମନୋରଞ୍ଜନ, ଶୋଇବା ସ୍ଥାନରେ ପରିବର୍ତ୍ତନ ଏବଂ କାର୍ଯ୍ୟସୂଚୀ ଯୋଗୁ ଅନିଦ୍ରା ରହିଥାନ୍ତି ଲୋକେ। ଏହି ସମସ୍ୟାରୁ ମୁକ୍ତି ପାଇବା ଏବଂ କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ କାର୍ଯ୍ୟସ୍ଥଳରେ ଶୋଇବା ରୁମ୍‌ କରିବାକୁ ୭୦ ପ୍ରତିଶତ ଲୋକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କ ବିଶ୍ୱାସ ଲୋକପ୍ରିୟ ବ୍ରାଣ୍ଡ୍‌ କରିଛି

ଏଲ୍‌ଜି ପାଇଁ ଓଡ଼ିଶା ବଜାର କିଭଳି ଗୁରୁତ୍ୱ ରଖୁଛି? ସାରା ଦେଶରେ ଆମର କାରବାର ବେଶ୍‌ ଭଲ ରହିଛି। ପ୍ରମୁଖ ବ୍ୟବସାୟ କ୍ଷେତ୍ର ମଧ୍ୟରେ ଓଡ଼ିଶା...

ପ୍ରବାସରେ ଦେଶପ୍ରେମ

ଭାରତ ବାହାରେ ବାସକରୁଥିବା ଭାରତୀୟଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁ ବହୁ ସମୟରେ ଦେଶ ଗର୍ବିତ ହୋଇଥାଏ। ପ୍ରବାସରେ ପ୍ରବାସୀଙ୍କ ଦେଶପ୍ରେମର ବହୁ ଉଦାହରଣ ମଧ୍ୟ ରହିଛି।...

କ୍ରିସ୍‌ମାସରେ ଦିଅନ୍ତୁ ଏସବୁ ଉପହାର

ଆସୁଛି କ୍ରିସ୍‌ମାସ। ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଡିସେମ୍ବର ୨୫କୁ ବଡଦିନ, କ୍ରିସ୍‌ମାସ ବା ପ୍ରଭୁ ଯିଶୁଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଇଥାଏ। ବିଶେଷ...

ନଦୀରେ ଚାଲୁଛି ବାଇକ୍‌, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ବାଇକ୍‌ ତିଆରି କରି ପାଣିରେ ଚଳାଉଥିବା ଦେଖିବାକୁ ମିଳିଛି।...

ମାତ୍ର ୧୦ ଟଙ୍କାରେ ଲାଗୁଥିଲେ ମୂଲ , ଏବେ ୭୩୦ କୋଟିର ମାଲିକ

ଭାଗ୍ୟ କାହାକୁ ନେଇ କେତେବେଳେ କେଉଁଠି ଠିଆ କରିଦେବ କହିହୁଏ ନାହିଁ। ଆଜି ଯେ ଧନୀ କାଲି ସେ ଗରିବ। ଆଉ ଆଜି ଯେ ଗରିବ...

ଅଷ୍ଟ୍ରେଲିଆନ ଅଭିନେତ୍ରୀ ବନ୍ଧୁକ ମୁନରେ ଆଫ୍ରିକାରେ ହୋଇଥିଲେ ଅପହରଣ, ପୂରା ଘଟଣା ଥିଲା ଏମିତି…

ଅଷ୍ଟ୍ରେଲିଆନ ଅଭିନେତ୍ରୀ, ଲେଖିକା, କମେଡିଆନ ଏବଂ ପ୍ରଯୋଜିକା ରେବେଲ ବିଲ୍‌ସନ ନିଜର ଦମ୍‌ଦାର ଅଭିନୟ ଏବଂ ଇନ୍‌ଷ୍ଟାଗ୍ରାମରେ ମଜାଳିଆ ପୋଷ୍ଟ ପାଇଁ ହଲିଉଡ୍‌ରେ ବେଶ୍‌ ଲୋକପ୍ରିୟ।...

ଯୁଗେ ଯୁଗେ ଗୁରୁ ପୂଜ୍ୟ: ଜୀବନରେ ଗୁରୁଙ୍କ ଭୂମିକାକୁ ନେଇ କ’ଣ କୁହନ୍ତି ଏମାନେ…

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର…। କୁହାଯାଏ ଭଗବାନ ଓ ଗୁରୁ ସମ୍ମୁଖରେ ଥିଲେ ପ୍ରଥମେ ଗୁରୁଙ୍କୁ ପ୍ରଣାମ କରାଯାଏ। କାରଣ ଗୁରୁ ହିଁ...

ଅଛି କି ନଖ କାମୁଡ଼ା ଅଭ୍ୟାସ…

ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ଅନେକଙ୍କୁ ନଖ କାମୁଡୁଥିବା ଦେଖିବାକୁ ମିଳେ। ଏକ ଗବେଷଣା ତଥ୍ୟ ଅନୁଯାୟୀ, ଭୟରେ କିମ୍ବା ମାନସିକ ଚାପରେ ଥିବା ବେଳେ...

Advertisement
Archives

Model This Week