କାର୍ଯ୍ୟରେ ଯୋଗଦେଲେ ଟ୍ରାଫିକ ଡିସିପି ସାଗରିକା ନାଥ : ଟ୍ରାଫିକ୍‌ ବ୍ୟବସ୍ଥାରେ ଆସିବ ସୁଧାର

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ଭୁବନେଶ୍ୱରର ଟ୍ରାଫିକ ଡିସିପି ଭାବେ ରବିବାର କାର୍ଯ୍ୟରେ ଯୋଗଦେଇଛନ୍ତି ୨୦୧୬ ବ୍ୟାଚ୍‌ର ଓଡିଆ କ୍ୟାଡ୍‌ର ଆଇପିଏସ୍‌ ଅଫିସର ସାଗରିକା ନାଥ। ସେ କମିଶନରେଟ ପୋଲିସ ମୁଖ୍ୟାଳୟସ୍ଥିତ ତାଙ୍କ ଅଫିସକୁ ଯାଇ ଦାୟିତ୍ୱ ଗ୍ରହଣ କରିବା ପରେ ରାଜଧାନୀରେ ଅସଜଡା ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍ବତନ୍ତ୍ର ରଣନୀତି ଆରମ୍ଭ କରିଛନ୍ତି। ଏଥିପାଇଁ ସେ ସହରର ବିଭିନ୍ନ ଟ୍ରାଫିକ ପୋଷ୍ଟ ବୁଲି ଦେଖିବା ସହ ଟ୍ରାଫିକ ପୋଲିସଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସାଗରିକା କହିଛନ୍ତି, ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବ୍ୟାପକ ପରିବର୍ତ୍ତନ କରାଯିବ। ଟ୍ରାଫିକ ସମସ୍ୟା ଦୂର ହେବାସହ ବେପରୁଆ ଗାଡ଼ି ଚାଳକଙ୍କୁ ସାବାଡ୍‌ କରିବା ପାଇଁ ପୋଲିସ କମିଶନରଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଅନେକ ସମୟରେ ରାଜଧାନୀର ବିଭିନ୍ନ ଛକରେ ଯାଞ୍ଚ ସମୟରେ ଟ୍ରାଫିକ ପୋଲିସ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଟ୍ରାଫିକ ଡିସିପି ସାଗରିକା ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଯେଉଁମାନେ ଏଭଳି ଆଚରଣ କରିବେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଦୁର୍ଘଟଣା ରୋକିବା ପାଇଁ ବହୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ଅଟୋ ଡ୍ରାଇଭରମାନେ ମନଇଚ୍ଛା ରାସ୍ତାରେ ଗାଡି ରଖି ଲୋକଙ୍କୁ ଉଠାଇଲେ କାର୍ଯ୍ୟାନୁଷ୍ଠାନ ହେବ। ଜାମ୍‌ ସମସ୍ୟା ହଟାଇବାକୁ ଏୟାରପୋର୍ଟରୁ ନନ୍ଦନକାନନ ରାସ୍ତାକୁ ଜିରୋ ଟଲେରାନ୍ସ ଜୋନ୍‌ରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ସେପ୍ଟେମ୍ବରରୁ ସରକାରଙ୍କ ନୂଆ ଆଇନ ଲାଗୁହେବା ପରେ ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଦୁର୍ଘଟଣା କମିବ ବୋଲି ଡିସିପି ସାଗରିକା କହିଛନ୍ତି।
୧୯୮୮ ଅକ୍ଟୋବର ୮ରେ ଜନ୍ମ ଗ୍ରହଣ କରିଥିବା ସାଗରିକାଙ୍କ ପୈତୃକ ଘର ଅନୁଗୋଳରେ ହୋଇଥିବାବେଳେ ପିଲାଦିନ କୋରାପୁଟରେ କଟିଥିଲା। ବାପା ନାଲ୍‌କୋ କମ୍ପାନୀରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି। ଦାମନଯୋଡି ଦିଲ୍ଲୀ ପବ୍ଲିକ ସ୍କୁଲରେ ୧୦ମ ପାସ୍‌ କରିବା ପରେ ବିଶାଖାପାଟଣାରୁ ଯୁକ୍ତ ୨ ଓ ଭୁବନେଶ୍ୱର ସିଇଟି କଲେଜରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ଆଇପିଏସ୍‌ ପାଇବା ପରେ ପ୍ରଥମେ କୋରାପୁଟ ଏସ୍‌ପି ଭାବେ ନିଯୁକ୍ତି ପାଇଥିଲେ। ଗଞ୍ଜେଇ ମାଫିଆ, ମୋଷ୍ଟ ଓ୍ବାଣ୍ଟେଡ୍‌ ତଥା ପେସାଦାର ଅପରାଧୀଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଆଣ୍ଟି ରୋମିଓ ସ୍କ୍ବାଡ୍‌ ଗଠନ କରି ଝିଅମାନଙ୍କୁ ସୁରକ୍ଷା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ଭାଇରସ୍‌ ଭୟ: ବଦଳିଲା ଛୁଆହାତୀ କମଳା, ଗୌରୀଙ୍କ ଠିକଣା

ବାରଙ୍ଗ,୧୭-୯(ଡି.ଏନ୍‌.ଏ):ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ହରପିସ ଭୂତାଣୁ ଯୋଗୁ ଦୁଇଟି ହାତୀଙ୍କର ମୃତ୍ୟୁପରେ ହାତୀଶାଳରେ ଥିବା ଦୁଇ ହାତୀଛୁଆ କମଳା ଓ ଗୌରୀଙ୍କର ଠିକଣା ବଦଳିଯାଇଛି। ଆଉ...

ଜାତିଭିତ୍ତିକ ଜନଗଣନା ପାଇଁ ଦାବି

ଭୁବନେଶ୍ୱର,୪।୬(ବ୍ୟୁରୋ): ବିହାର ଭଳି ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା କରିବାକୁ ରାଜ୍ୟ ସମାଜବାଦୀ ପାର୍ଟି ଦାବି କରିଛି। ଏନେଇ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ...

୪୬.୩ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ତାଳଚେର : ୪୦ ଡିଗ୍ରୀ ଟପିଲା ୧୪ ଜିଲା, ୫ ଜିଲାକୁ ହିଟ୍‌ ଓ୍ବେଭ୍‌ ଜାରି

ଭୁବନେଶ୍ୱର,୨୯।୪(ବ୍ୟୁରୋ)-ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଉପକୂଳ ହେଉ କି...

କର୍ଡନ ଭିତରେ ରହିବେ ସୀମିତ ସଂଖ୍ୟକ ପାସ୍‌ଧାରୀ

ପୁରୀ ଅଫିସ,୮ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଆସନ୍ତା ୨୦ ତାରିଖରେ ରଥଯାତ୍ରା...

ମୋ ବସ୍‌ରୁ ୧୦ ହଜାର ଟଙ୍କା ଚୋରି

ଭୁବନେଶ୍ୱର,୯।୫ (ବ୍ୟୁରୋ): ମୋ ବସରେ ଯାଉଥିବାବେଳେ ଚୈତନ୍ୟ ନାମକ ଜଣେ ଯାତ୍ରୀଙ୍କ ପକେଟରୁ ୧୦ ହଜାର ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଏ ନେଇ...

ପୁଣି ରାଜ୍ୟକୁ ବାତ୍ୟା ଆଶଙ୍କା

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଆସନ୍ତା ୨୯ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି।...

ସୁବାସ ନଗର ବସ୍ତିରୁ ହଟିଲା ଆବଦ୍ଧାଞ୍ଚଳ କଟକଣା

ଭୁବନେଶ୍ୱର,୧।୭(ବ୍ୟୁରୋ)-୧୨ ଦିନ ପରେ ଡୁମୁଡୁମା ସୁବାସ ନଗର ବସ୍ତିରୁୁ କଣ୍ଟେନମେଣ୍ଟ (ଆବଦ୍ଧାଞ୍ଚଳ) କଟକଣା ହଟିଛି। ଉକ୍ତ ବସ୍ତିରୁ ଏକାଧିକ ସ୍ଥାନୀୟ କରୋନା ସଂକ୍ରମିତ ଚିହ୍ନଟ ହେବାରୁ...

ଉପଯୋଗ ନ କଲେ ଜରିମାନା

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଶିଳ୍ପାଞ୍ଚଳରୁ ବାହାରୁଥିବା ଗଦା ଗଦା ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ପରିବେଶ ପାଇଁ ଭୟଙ୍କର ବିପଦ ସୃଷ୍ଟି କରି ଚାଲିଛି। ଶିଳ୍ପାୟନ ବଢୁଥିବାରୁ ଏହା...

Advertisement
Archives

Model This Week