କାର୍ଯ୍ୟବ୍ୟସ୍ତତା ଯୋଗୁଁ କାର୍ଯ୍ୟାଳୟରେ ଆଇଏଏସ୍‌ ଅଫିସର ବିବାହ କଲେ ଆଇପିଏସ୍‌ଙ୍କୁ

କୋଲକାତା,୧୭।୨: ବିବାହକୁ ସ୍ମୃତି କରିବା ପାଇଁ ଯୁବକ ଯୁବତୀ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଏହାକୁ ଗ୍ରାଣ୍ଡଓ୍ବେରେ ସେଲିବ୍ରେଟ କରିବା ପାଇଁ ବହୁ ଦିନରୁ ଆୟୋଜନ କରାଯାଇଥାଏ। ହେଲେ ନିକଟରେ ଜଣେ ଦମ୍ପତ୍ତି କାର୍ଯ୍ୟବ୍ୟସ୍ତତା ଓ ସମୟ ଅଭାବରୁ ନିଜ କାର୍ଯ୍ୟାଳୟରେ ବିବାହ କରିଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ହେଉଛି ପଶ୍ଚିମବଙ୍ଗର। ସୂଚନାଯୋଗ୍ୟ, ୨୦୧୫ ବ୍ୟାଚର ଆଇଏଏସ୍‌ ଅଫିସର ତୁଷାର ସିଙ୍ଗ୍‌ଲା ପଶ୍ଚିମବଙ୍ଗରେ ଉଲୁବେରିଆରେ ଏସ୍‌ଡିଓ ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ୨୦୧୭ ବ୍ୟାଚର ଆଇପିଏସ୍‌ ଅଫିସର ନବଜୋତ ସିମି ପାଟନାରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ତୁଷାର ଓ ନବଜୋତ ପଞ୍ଜାବର ବାସିନ୍ଦା ହୋଇଥିବା ବେଳେ ଗତ କିଛି ଦିନରୁ ଦୁହେଁ ରିଲେସନଶିପ୍‌ରେ ଥିଲେ। ଦୁହେଁ ବିବାହ କରିବାକୁ ଚାହଁୁଥିବା ବେଳେ କାର୍ଯ୍ୟବ୍ୟସ୍ତତା ଯୋଗୁ ସେମାନେ ପଞ୍ଜାବକୁ ଯାଇପାରୁ ନ ଥିଲେ। ଏଥିପାଇଁ ତାଙ୍କ ବିବାହ ବହୁ ଦିନ ହେଲା ବିଳମ୍ବ ହୋଇଯାଉଥିଲା। ଶେଷରେ ତୁଷାର ଓ ନବଜୋତ ବିବାହ କରିବା ପାଇଁ ନିଜ କାର୍ଯ୍ୟାଳୟକୁ ବାଛିଥିଲେ। ଏଥିପାଇଁ ନବଜୋତ ପାଟନାରୁ ପଶ୍ଚିମବଙ୍ଗ ଆସିଥିବା ବେଳେ ତୁଷାରଙ୍କ କାର୍ଯ୍ୟାଳୟରେ ସେମାନଙ୍କର ନିରାଡମ୍ବର ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ସେମାନେ ଗ୍ରାଣ୍ଡଓ୍ବେରେ ନିଜ ସାଥୀ ଓ ସମ୍ପର୍କୀୟଙ୍କୁ ପାର୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଏହି ପାର୍ଟି ପାଇଁ ମଧ୍ୟ ସେମାନଙ୍କୁ ୨୦୨୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କାରଣ ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହାପରେ ହିଁ ପାର୍ଟିର ଆୟୋଜନ ହେବ ବୋଲି ତୁଷାର କହିଛନ୍ତି। ଏହି ଆଇଏଏସ୍‌ ଓ ଆଇପିଏସ୍‌ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସେମାନଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁଙ୍କୁ ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍‌

ଲକ୍ଷ୍ନୌ,୨।୯: ଗୋରୁଙ୍କୁ ଭାରତର ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍‌। ଗୋରୁଙ୍କ ସୁରକ୍ଷା ହିନ୍ଦୁ ସମ୍ପ୍ରଦାୟ ପାଇଁ ମୌଳିକ ଅଧିକାର କରାଯିବା ଦରକାର। ଭାରତୀୟ ପରମ୍ପରାରେ...

‘ଲୋକଙ୍କୁ ବିଭ୍ରାନ୍ତ କରୁଛି କଂଗ୍ରେସ’

ନୂଆଦିଲ୍ଲୀ,୨୭-୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ନେଇ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ଦ୍ୱନ୍ଦ୍ୱ ସୃଷ୍ଟିକରିବା ସହ ଲୋକଙ୍କୁ ବିଭ୍ରାନ୍ତ କରି ରାଜଧାନୀର ବାତାବରଣକୁ ନଷ୍ଟ...

ଅଖିଳେଶଙ୍କ ଗାଡି ଆଗକୁ ଆସିଲା ଷଣ୍ଢ: ଭିଡିଓ ଶେୟାର କରି କହିଲେ…

ଲକ୍ଷ୍ନୌ,୧୬।୩: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ଷଣ୍ଢ ଭିଡିଓ ଟୁଇଟ୍‌ କରି ଯୋଗୀ ସରକାରଙ୍କୁ ପୁଣି ଟାର୍ଗେଟ...

ଇଟା ପଥରରେ ଛେଚି ଅନେକ ଲୋକଙ୍କ ଜୀବନ ନେଇଛନ୍ତି ଏହି ବ୍ୟକ୍ତି

ଇସ୍‌ଲାମାବାଦ୍‌: ମାନବୀୟ ଇତିହାସରେ ସିରିୟଲ କିଲିଂ ଘଟଣା ସମ୍ପର୍କରେ ଅନେକ ଜାଣିଥିବେ। ଆଜି ସେହିପରି ଜଣେ ସିରିୟଲ କିଲରଙ୍କ କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ସେ...

କାହିଁକି ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହାର ହୁଏ ବେଶ୍ୟାଳୟର ମାଟି

କୁହାଯାଏ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ମୁଖ୍ୟତଃ ୪ଟି ବସ୍ତୁ ବ୍ୟବହାର କରାଯାଇଥାଏ। ଗୋଟିଏ ହେଲା ଗଙ୍ଗା କୂଳର ମାଟି, ଗୋମୟ, ଗୋମୂତ୍ର ଓ ବେଶ୍ୟାଳୟର ମାଟି।...

ଡାଟା ସୁରକ୍ଷା ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ, ୫ା୧୨: ବହୁ ପ୍ରତୀକ୍ଷିତ ଡାଟା ସୁରକ୍ଷା ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଚଳିତ ଶୀତ ଅଧିବେଶନରେ ଏହାକୁ ପାର୍ଲାମେଣ୍ଟରେ ଉପସ୍ଥାପନ...

ହଟ୍‌ସ୍ପଟ ଅଞ୍ଚଳରେ ନଜର ରଖିଥିବା ଡ୍ରୋନ୍‌ ନିଖୋଜ

ନଏଡା,୧୬।୪: ଉତ୍ତରପ୍ରଦେଶ ନୋଏଡାରେ କରୋନା ହଟ୍‌ସ୍ପଟ ଅଞ୍ଚଳକୁ ନଜର ରଖିଥିବା ପୋଲିସର ଏକ ଡ୍ରୋନ୍‌ ହଠାତ୍‌ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଏହି ଡ୍ରୋନ୍‌କୁ ଏକ ସୋସାଇଟି...

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଦୁଃଖପ୍ରକାଶ

ନୂଆଦିଲ୍ଲୀ,୧୬।୮: କ୍ରିକେଟରରୁ ରାଜନେତା ପାଲଟିଥିବା ତଥା ଯୋଗୀ ସରକାରର ମନ୍ତ୍ରୀ ଚେତନ ଚୌହାନଙ୍କର ଦେହାନ୍ତ ହୋଇଛି। ୭୩ ବର୍ଷିୟ ଚେତନ କରୋନା ଆକ୍ରାନ୍ତ ହେବାପରେ ଗୁରୁଗ୍ରାମର...

Advertisement
Archives

Model This Week