Posted inଜାତୀୟ

କାର୍ଟୁନ୍‌କୁ ନେଇ ବିବାଦ

ନୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ବ୍ୟଙ୍ଗକରି କଂଗ୍ରେସ ମୁଖପତ୍ର ନ୍ୟାଶନାଲ ହେରାଲ୍ଡରେ ଏକ କାର୍ଟୁନ୍‌ ପ୍ରକାଶ ପାଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ରବିବାର ଉକ୍ତ ଖବରକାଗଜ ପକ୍ଷରୁ କ୍ଷମା ମଗାଯାଇଛି।
ପ୍ରକାଶିତ ବିବାଦୀୟ କାର୍ଟୁନ୍‌ରେ ଗୋଟିଏପଟେ ବାବ୍ରୀ ମସ୍‌ଜିଦ ଭଙ୍ଗାବେଳର ଦୃଶ୍ୟ ଓ ଅନ୍ୟପଟେ ସୁପ୍ରିମକୋର୍ଟ ଛବି ରହିଛି। ମସ୍‌ଜିଦ ଉପରେ ‘୧୯୯୨‘ ଓ ସୁପ୍ରିମକୋର୍ଟ ଉପରେ ‘୨୦୧୯’ ଉଲ୍ଲେଖ କରାଯାଇଛି। ତଳେ ଲେଖାଯାଇଛି ‘ଯାହାର ବାଡ଼ି ତାହାର ମଇଁଷି ’। ତଳେ କ୍ୟାପ୍‌ଶନ ରହିଛି, ‘ବଳ ପ୍ରୟୋଗ, ହିଂସା ଓ ରକ୍ତପାତ ଦ୍ୱାରା ନିର୍ମିତ ଏକ ମନ୍ଦିରରେ ଭଗବାନ ରହିପାରିବେ କି?’ ଯଦି ଭଗବାନ ସେଠାରେ ରହିବାକୁ ଚାହାନ୍ତି, ତେବେ ଏପରି ଏକ ମନ୍ଦିରରେ କେବେ ପ୍ରାର୍ଥନା କରିପାରିବା କି? ଏହି କାର୍ଟୁନ୍‌କୁ ନେଇ ଭାଜପା ଆପତ୍ତି ଉଠାଇଛି। କଂଗ୍ରେସର ମୁଖପତ୍ରରେ ପ୍ରକାଶିତ ଏହି କାର୍ଟୁନରୁ ଦଳର ଆଭିମୁଖ୍ୟ ସ୍ପଷ୍ଟ ହେଉଛି। ଦେଶର ନ୍ୟାୟିକ ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠାଇବା ଲଜ୍ଜାଜନକ ବିଷୟ। ତେଣୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଭାଜପା ମୁଖପାତ୍ର ସମ୍ବିତ୍‌ ପାତ୍ର ଦାବି କରିଥିଲେ। ବିବାଦ ପରେ ଖବରକାଗଜ ପକ୍ଷରୁ କୁହାଯାଇଛି ଯେ, ‘ଅଯୋଧ୍ୟା ରାମମନ୍ଦିରରେ ଜଣେ ଧର୍ମନିଷ୍ଠ ହିନ୍ଦୁ କାହିଁକି କେବେ ପୂଜା କରିବେ ନାହିଁ ’ ଆର୍ଟିକିଲରେ ପ୍ରକାଶିତ ମତ ଲେଖକଙ୍କର ଓ ନ୍ୟାଶନାଲ ହେରାଲ୍ଡ ସହିତ ଏହାର କୌଣସି ସମ୍ପର୍କ ନାହିଁ। କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀଙ୍କ ଧାର୍ମିକ ଭାବାବେଗକୁ କୁଠାରାଘାତ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଦେଉଛୁ ଓ କ୍ଷମା ମାଗୁଛୁ । ପ୍ରକାଶ ଯେ, ୧୯୩୮ରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ନ୍ୟାଶନାଲ ହେରାଲ୍ଡ ପ୍ରତିଷ୍ଠା କରିଥିଲେ। ସ୍ବାଧୀନତା ସଂଗ୍ରାମରେ ଏହି ଖବରକାଗଜ ଲୋକଙ୍କୁ ଏକାଠି କରିବାରେ ପ୍ରମୁଖ ଭୂମିକା ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?