Posted inଜାତୀୟ

କାମ ନ କଲେ ଲୋକେ କହିବେ ବାଲାସାହେବଙ୍କ ଅଯୋଗ୍ୟ ସନ୍ତାନ: ଉଦ୍ଧବ

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପରେ ସେ ତୁରନ୍ତ ତାଙ୍କ କାର୍ଯ୍ୟକୁ ନେଇ ତତ୍ପର ହୋଇ ଉଠିଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ ମଧ୍ୟ କରି ସାରିଛନ୍ତି। ସେ କହିଛନ୍ତି ମୁମ୍ବାଇରେ ଜନ୍ମ ନେଇଥିବା ସେ ମହାରାଷ୍ଟ୍ରର ପ୍ରଥମ ମୁଖ୍ୟମନ୍ତ୍ରୀ। ତେଣୁ ମୁମ୍ବାଇ ପାଇଁ ସେ ନିଶ୍ଚିତ ଭାବେ ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କହିଛନ୍ତି। ତେବେ ଅଚାନକ ତାଙ୍କ ହାତକୁ ମୁଖ୍ୟମନ୍ତ୍ରୀ ପଦ ଆସିଛି ବୋଲି ମଧ୍ୟ ସେ କହିଛନ୍ତି। ଆଉ ଯଦି ସେ ତାକୁ ଠିକ୍‌ ଭାବେ ତୁଲାଇ ନ ପାରିବେ ତେବେ ଜନତା ତାଙ୍କୁ ବାଲାସାହେବ ଠାକରେଙ୍କ ଅଯୋଗ୍ୟ ସନ୍ତାନ କହିବେ ବୋଲି ଉଦ୍ଧବ ମତ ରଖିଛନ୍ତି। ଏବେ ମହାରାଷ୍ଟ୍ର ରାଜନୀତି ଉପରେ ସମସ୍ତଙ୍କ ନଜର ରହିଛି। କାରଣ ବହୁ ବାଦ ବିବାଦ ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏବେ ତାଙ୍କୁ ଏହି ଦାୟିତ୍ୱ ସୂଚାରୁ ରୂପେ ତୁଲାଇବା ଦରକାର ବୋଲି ଆଲୋଚନା ହେଲାଣି। କାରଣ ଏହା ମେଣ୍ଟ ସରକାର ହୋଇଥିବା ବେଳେ ସମସ୍ତଙ୍କ କଥାକୁ ଦୃଷ୍ଟି ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଲା କରୋନା ସଂକ୍ରମଣ, ୫ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଆଲର୍ଟ ଜାରି…

ନୂଆଦିଲ୍ଲୀ, ୯।୪ : ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ରାଜ୍ୟକୁ ଆଲର୍ଟ ଜାରି...

ଟିଏମ୍‌ସି ହାତ ଧରିଲେ ଏହି କ୍ରିକେଟର, ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ

କୋଲକାତା,୨୪।୨: ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ ବୁଧବାର ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ହୁଗୁଳୁ ଜିଲାରେ ହୋଇଥିବା ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ...

ଗୋରଖପୁର ଛାଡ଼ି ଅଯୋଧ୍ୟାରୁ ଲଢ଼ିବେ ଯୋଗୀ

ଲକ୍ଷ୍ନୌ,୨୫।୭: ୨୦୨୨ରେ ହେବାକୁ ଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ପରିବର୍ତ୍ତେ ଅଯୋଧ୍ୟା ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ବର୍ତ୍ତମାନ ଅଯୋଧ୍ୟାରୁ ବିଧାୟକ...

ସପ୍ତାହକ ମଧ୍ୟରେ ଚତୁର୍ଥ ରାଲି କରିବେ ମୋଦି

ନୂଆଦିଲ୍ଲୀ,୬ ।୨: ପାଞ୍ଚ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ହେଲାଣି ସରଗରମ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିବି ଏ ନେଇ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବାୟୁସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବା ଅନୁଚ୍ଛେଦ ୩୭୦ ହଟାଯିବା ପରେ ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ...

ଶିକ୍ଷକଙ୍କ ବଦଳି ଶୁଣି ବିକଳରେ କାନ୍ଦିଲେ ଛାତ୍ରୀଛାତ୍ର: ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଭୋପାଳ,୧୯।୮: ସରକାରୀ ଚାକିରିରେ ବଦଳି ହେବା ଏକ ସାଧାରଣ ଘଟଣା। ତେବେ ମଧ୍ୟପ୍ରଦେଶ କଟନିରେ ଥିବା ଏକ ସ୍କୁଲରେ ଶିକ୍ଷକଙ୍କ ବଦଳି ଖବର ଶୁଣି ଛାତ୍ରୀଛାତ୍ର...

ମୁମ୍ବାଇ ଜେଲ ବାହାରେ ଶାହରୁଖଙ୍କୁ ଘେରିଲେ କ୍ୟାମେରାମ୍ୟାନ

ମୁମ୍ବାଇ,୨୧।୧୦: ମୁମ୍ବାଇର ଆର୍ଥର ରୋଡ୍‌ ଜେଲ ବାହାରେ ଗୁରୁବାର ମଧ୍ୟାହ୍ନରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ ପହଞ୍ଚିବା ପରେ ତାଙ୍କୁ ଚାରି ଆଡ଼ୁ ଘେରି ଦେଇଥିଲେ...

ହସ୍ପିଟାଲରେ ଭର୍ତ୍ତି ହେଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଶିମ୍‌ଲା,୧୪।୧୧-ନିଃଶ୍ବାସ ନେବାରେ ଅସୁବିଧା ହେବାରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଶନିବାର ଶିମ୍‌ଲାସ୍ଥିତ ଆଇଜିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଟ୍ଟର ବର୍ତ୍ତମାନ ହିମାଚଳ ପ୍ରଦେଶ...

Advertisement
Archives

Model This Week