କଶ୍ମୀର ଯିବାକୁ ହେଲେ ସବୁ ବ୍ୟବସ୍ଥା କରିଦେବେ ମୋଦି

ମୁମ୍ବାଇ,୧୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମହାରାଷ୍ଟ୍ରରେ ଏକ ନିର୍ବାଚନି ସଭାରେ ଉଦ୍‌ବୋଧନ ଦେବା ସମୟରେ ପୁଣି ଥରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଏଥର ସେ କଂଗ୍ରେସ ଓ ଏନ୍‌ସିପି ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପ୍ରସଙ୍ଗ ଇତିହାସରେ ବର୍ଣ୍ଣନା କରାଯିବ। ଆଉ ସେତେବେଳେ ଦେଶ ହିତରେ ଯେଉଁ ନିର୍ଣ୍ଣୟ ନିଆଯାଉଥିଲା ତାକୁ ବିରୋଧ କରୁଥିବା ବ୍ୟକ୍ତି ଓ ତାଙ୍କ ମନ୍ତବ୍ୟ ମଧ୍ୟ ନିଶ୍ଚିତ ଲେଖାଯିବ। ସେ ତାଙ୍କ ଉଦ୍‌ବୋଧନରେ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରିଛନ୍ତି। କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ଜଣେ କଂଗ୍ରେସ ନେତା କହିଥିଲେ ଏହା ହେଲେ ଦେଶ ନଷ୍ଟ ହୋଇ ଯିବ। କାହିଁ ୩ ମାସ ହେବ ଅନୁଚ୍ଛେଦ ୩୭୦ ହଟାଇ ଦିଆଗଲାଣି କେଉଁଠି ଦେଶ ନଷ୍ଟ ହୋଇଯାଇଛି ବୋଲି ମୋଦି କଂଗ୍ରେସ ନେତାଙ୍କୁ ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ ଅନ୍ୟ ଜଣେ କଂଗ୍ରେସ ନେତା କହିଥିଲେ ଆମେ କଶ୍ମୀରକୁ ହରାଇବୁ। ହେଲେ ତାହା କ’ଣ ସତରେ ଫଳବତୀ ହୋଇଛି ବୋଲି ମୋଦି କଂଗ୍ରେସ ନେତାଙ୍କୁ ପ୍ରଶ୍ନ କରିଛନ୍ତି। ଏହାକୁ ଦେଖିବା ପରେ ଯଦି କେହି କଂଗ୍ରେସ ନେତା କଶ୍ମୀର ଯିବାକୁ ଚାହୁଁଛନ୍ତି ତେବେ ମୋଦି ସମସ୍ତ ବ୍ୟବସ୍ଥା କରିଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୂଅରେ ପଡ଼ି ୪ ମୃତ, ୧୩ ନିଖୋଜ

ବିଦିଶା (ଏମ୍‌ପି), ୧୭।୭: ମଧ୍ୟପ୍ରଦେଶର ବିଦିଶା ଜିଲା ଗଞ୍ଜବାସୌଦାର ଏକ କୂଅରେ ପଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଛି। କୂଅଟିରେ ଏକ ବାଳିକା ଖସିପଡ଼ିଥିବାବେଳେ ତାଙ୍କୁ...

ଟ୍ରମ୍ପଙ୍କ ଗସ୍ତ ସମୟରେ ରାସ୍ତାରେ ଦେଖାଯିବେନି ବୁଲା କୁକୁର, ସିଲ୍‌ ହେବ ପାନ ଦୋକାନ

ଅହମଦାବାଦ,୧୭।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ୨୪-୨୫ ତାରିଖରେ ଭାରତ ଗସ୍ତ କରୁଛନ୍ତି। ଏହି ସମୟରେ ସେ ନୂଆଦିଲ୍ଲୀ...

ନୌସେନା ଗ୍ଲାଇଡର ଦୁର୍ଘଟଣା: ୨ ଅଧିକାରୀ ମୃତ

କୋଚି, ୪।୧୦: କେରଳର କୋଚିଠାରେ ଏକ ନୌସେନା ଗ୍ଲାଇଡର ଦୁର୍ଘଟଣା ଗ୍ରସ୍ତ ହୋଇଛି। ରବିବାର ସକାଳ ୭ଟାରେ ଗ୍ଲାଇଡ ନିୟନ୍ତ୍ରଣ ହରାଇ ସ୍ଥାନୀୟ ଥୋପୁପାଡ଼ି ପୋଲ...

ଅନ୍ନଦାତାଙ୍କ ଆନ୍ଦୋଳନରେ ଖଲିସ୍ତାନୀ ପତାକା ପ୍ରଦର୍ଶନ ପାଇଁ ଷଡ଼ଯନ୍ତ୍ର: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୩।୧୨: କୃଷି ଆଇନକୁ ନେଇ ଦେଶରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଇତିମଧ୍ୟରେ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି। ଉଗ୍ରବାଦୀ ସଂଗଠନ ଶିଖ୍‌ ଫର୍‌ ଜଷ୍ଟିସ୍‌...

ଆର୍‌ଏସ୍‌ଏସ୍‌,ମୋଦି ବିରୋଧୀ ଏକାଠି ହୁଅନ୍ତୁ: ରାହୁଲ

ନୂଆଦିଲ୍ଲୀ,୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ବିରୋଧ କରୁଥିବା ଦଳଗୁଡ଼ିକ ଏକାଠି ହେବା ଆବଶ୍ୟକ ବୋଲି କଂଗ୍ରେସ ନେତା ରାହୁଲ...

ରିପୋର୍ଟିଂ କରି ସ୍କୁଲର ସମସ୍ୟା ଦେଖାଇଲେ ୧୨ବର୍ଷୀୟ ଛାତ୍ର: ଭିଡିଓ ଭାଇରାଲ

ରାଞ୍ଚି,୫।୮: ଝାଡ଼ଖଣ୍ଡର ଗୋଡ୍ଡା ଅଞ୍ଚଳରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ୧୨ବର୍ଷୀୟ ଛାତ୍ର ସାମ୍ବାଦିକ ହୋଇ ବିଦ୍ୟାଳୟର ସମସ୍ୟାକୁ ସମସ୍ତଙ୍କ ସମ୍ମୁଖକୁ ଆଣିବାକୁ...

ବିମୁଦ୍ରୀକରଣ ନେଇ ନାଗରତ୍ନାଙ୍କ ଅସହମତି: ଖଣ୍ଡପୀଠ ଦୁଇଭାଗ…

ନୂଆଦିଲ୍ଲୀ,୨।୧ : ବିମୁଦ୍ରୀକରଣ ନେଇ ସୁପ୍ରିମ୍‌ କୋର୍ଟର ଏହି ମାମଲାର ବିଚାର ପାଇଁ ଗଠିତ ସାମ୍ବିଧାନୀକ ପୀଠ ଦୁଇଭାଗ ହୋଇଛି। ଜଷ୍ଟିସ ବି.ଆର. ଗବାଇ. ଏ.ଏସ.ବୋପନ୍ନା,...

ଅରୁଣାଚଳରେ ଗାଁ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ, ୧୯।୧: ସୀମାକୁ ନେଇ ଭାରତ ଓ ଚାଇନା ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଗତବର୍ଷ ମେ’ରୁ ଦୁଇଦେଶର ସୈନ୍ୟବାହିନୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି...

Advertisement
Archives

Model This Week