Posted inଜାତୀୟ

କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାର ସ୍ଥାନ ନାହିଁ

ନୂଆଦିଲ୍ଲୀ,୨୩ା୧(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିବାବେଳେ ଏହାର ସମାଧାନ ଦିଗରେ ଭାରତ ଓ ପାକିସ୍ତାନକୁ ସହାୟତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରସ୍ତାବ ଦେଇଥିବାବେଳେ ନୂଆଦିଲ୍ଲୀ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି। କଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏଥିରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା କିମ୍ବା ହସ୍ତକ୍ଷେପର ସ୍ଥାନ ନାହିଁ ବୋଲି ଭାରତ ପକ୍ଷରୁ ବୁଧବାର ସ୍ପଷ୍ଟ କରିଦିଆଯାଇଛି। ଡାଭୋସଠାରେ ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସହ ଗଣମାଧ୍ୟମକୁ ଉଦ୍‌ବୋଧନ ଦେଇ ଟ୍ରମ୍ପ୍‌ କହିଥିଲେ, କଶ୍ମୀର ସ୍ଥିତି ଉପରେ ଆମେରିକା ନଜର ରଖିଛି। ଏହି ବିବାଦର ସମାଧାନ ପାଇଁ ସେ ସହାୟତା କରିବାକୁ ଚାହାନ୍ତି ବୋଲି ପୁଣି ଥରେ ଦୋହରାଇଥିଲେ। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଗତ ୫ ମାସ ମଧ୍ୟରେ ଏହା ଟ୍ରମ୍ପ୍‌ଙ୍କର ଚତୁର୍ଥ ପ୍ରସ୍ତାବ। କଶ୍ମୀର ପ୍ରସଙ୍ଗରେ ଯଦି ଆମ ଦ୍ୱାରା କିଛି ସହାୟତା କରାଯାଇପାରେ ତେବେ ଆମେ ନିଶ୍ଚିତ କରିବୁ ବୋଲି ଆମେରିକା ରାଷ୍ଟ୍ରପତି ଗଣମାଧ୍ୟମକୁ କହିଥିଲେ।
ସୂଚନାଯୋଗ୍ୟ ୩୭୦ ଉଚ୍ଛେଦ ପରେ କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତିକୀକରଣ କରିବା ଏବଂ ଏଥିରେ ଅନ୍ୟ ରାଷ୍ଟ୍ରର ହସ୍ତକ୍ଷେପ ପାଇଁ ପାକିସ୍ତାନ ୫ ମାସ ହେଲା ଉଦ୍ୟମ ଜାରି ରଖିଛି। ତେବେ ଗୋଟିଏ ଦୁଇଟି ରାଷ୍ଟ୍ରକୁ ଛାଡ଼ିଦେଲେ କେହି ଇସ୍‌ଲାମାବାଦକୁ ସମର୍ଥନ ଦେଇନାହାନ୍ତି। କଶ୍ମୀରରୁ ୩୭୦ ଉଚ୍ଛେଦ ଓ ଏହାର ବିଭାଜନ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଅଧିକାଂଶ ଦେଶ ମତ ଦେଇଛନ୍ତି। ବିଭିନ୍ନ ଫୋରମ୍‌ରେ ବିଫଳ ହେବା ସତ୍ତ୍ୱେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଉକ୍ତ ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ବାରମ୍ବାର ଆମେରିକାର ଶରଣ ନେଉଛନ୍ତି। ତେବେ କଶ୍ମୀରକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ। ଏଥିରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଗ୍ରହଣୀୟ ନୁହେଁ ବୋଲି ନୂଆଦିଲ୍ଲୀ ବାରମ୍ବାର କହିଆସୁଛି। ଆସନ୍ତା ମାସରେ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସିବାକୁ ଥିବାବେଳେ ତାଙ୍କର ମଧ୍ୟସ୍ଥତା ପ୍ରସ୍ତାବକୁ ନୂଆଦିଲ୍ଲୀ ବିରୋଧ କରିବା ସହ ନିଜର ପ୍ରତିକ୍ରିୟା ଜଣାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

୨୦୨୮ କର୍ନାଟକ ବିଧାନସଭା ନିର୍ବାଚନ, ବହୁ ପୂର୍ବରୁ ବଡ଼ ଘୋଷଣା କଲେ ସିଦ୍ଧରାମୈୟା

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଦଳର ଜଣେ ଦୃଢ଼ ନେତା ସିଦ୍ଧରାମୈୟା ଘୋଷଣା…

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

୧ ମାସ ପୂର୍ବରୁ ହିଁ ହୋଇଯାଇଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଭବିଷ୍ୟବାଣୀ! ସାମ୍ନାକୁ ଆସିଥିବା ଭିଡିଓ ଉଡ଼ାଇଦେବ ହୋସ୍‌!

ନୂଆଦିଲ୍ଲୀ,୨୬।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ପରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଥିଲେ, ଯାହା…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri