Posted inଜାତୀୟ

କଶ୍ମୀର ନେଇ ଇୟୁ ପ୍ରତିନିଧି ଦଳଙ୍କ ବୟାନ: ଅନୁଚ୍ଛେଦ ୩୭୦ ଉଚ୍ଛେଦ ଆଭ୍ୟନ୍ତରୀଣ ପ୍ରସଙ୍ଗ, ଆତଙ୍କବାଦ ବିରୋଧୀ ଲଢ଼େଇକୁ ସମର୍ଥନ

ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀର ଗସ୍ତରେ ଆସିଥିବା ଇୟୁ ପ୍ରତିନିଧି ଦଳ ସେମାନଙ୍କର ବୟାନ ଜାରି କରିଛନ୍ତି। ସେମାନେ କହିଛନ୍ତି ଯେ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ତେବେ ଭାରତ ଜାରି ରଖିଥିବା ଆତଙ୍କବାଦ ବିରୋଧୀ ଲଢ଼େଇକୁ ଇୟୁ ଦଳ ସମର୍ଥନ କରିଛନ୍ତି। ଏହା ସହିତ ସେମାନେ କହିଛନ୍ତି ଯେ, ଆମେ ଏଠାକୁ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଛୁ ମାତ୍ର ରାଜନୀତି କରିବାକୁ ନୁହେଁ। କଶ୍ମୀରରେ ଆଫଗାନିସ୍ତାନ ଭଳି ସ୍ଥିତି ଉତ୍ପନ୍ନ ହେବାକୁ ସେମାନେ ନାପସନ୍ଦ କରିଛନ୍ତି। ସ୍ଥାନୀୟ ଲୋକଙ୍କ ବିକାଶ ଧାରା ଏଠାରେ ଜାରି ରହିବା ଆବଶ୍ୟକ ବୋଲି ଇୟୁ ପ୍ରତିନିଧି ଦଳ କହିଛନ୍ତି। ଏହା ସହିତ ସେମାନେ ଆତଙ୍କବାଦୀଙ୍କ ଦ୍ୱାରା ୬ ଜଣ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ଘଟଣାକୁ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ଆଇନ୍‌ ବିରୋଧରେ ବିଧାନସଭାରେ ପ୍ରସ୍ତାବ ଆଣିବେ ମମତା ସରକାର

କୋଲକତା,୨୭।୧: ରାଜଧାନୀ ଦିଲ୍ଲୀରେ ନୂଆ କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବିଧାନସଭାରେ କୃଷି...

ଭାଜପାର ‘ୟୁଜ୍‌ ଆଣ୍ଡ ଥ୍ରୋ’ ନୀତି ଦାୟୀ: ଖାର୍ଗେ

ନୂଆଦିଲ୍ଲୀ,୧୧ା୧(ପି.ଟି.): କଶ୍ମୀରୀ ପଣ୍ଡିତ କର୍ମଚାରୀମାନଙ୍କ ବିକ୍ଷୋଭକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ଭାଜପାକୁ ସମାଲୋଚନା କରିଛନ୍ତି। ଗୈରିକ ଦଳର ‘ବ୍ୟବହାର କରି ଫିଙ୍ଗିଦିଅ...

ବଦଳୁ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ନାମିତ ସହର,ରାସ୍ତା, କୋଠାର ନାମ: ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ …

ନୂଆଦିଲ୍ଲୀ,୧୧।୨ : ଦେଶରେ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ସହର, ସଡ଼କ, କୋଠା ଏବଂ ଅନୁଷ୍ଠାନର ନାମ ପରିବର୍ତ୍ତନ କରିବାକୁ ଆୟୋଗ ଗଠନ ଦାବିରେ ସୁପ୍ରିମକୋର୍ଟରେ ଏକ...

ଭାରତକୁ ଘେରାଉ କରୁଛି ଚାଇନା, ଲାଓସ-ଥାଇଲାଣ୍ଡ-ମ୍ୟାନମାର୍‌ ବାଟେ ରାସ୍ତା…

ନୂଆଦିଲ୍ଲୀ, ୫।୪ : ବଙ୍ଗୋପସାଗରରେ ଭାରତକୁ ଘେରି ରହିବା ପାଇଁ ଚାଇନା ଷଡ଼ଯନ୍ତ୍ର ଜୋରଦାର କରିଛି। ବଡ କଥା ହେଉଛି ଏହା କରିବା ପାଇଁ ଚାଇନାକୁ...

ନଜରବନ୍ଦୀ ପରେ ପ୍ରଥମ ଥର ଫାରୁକଙ୍କ ସହ ସାକ୍ଷାତ୍‌ କଲେ ୧୫ ଏନ୍‌ସି ନେତା

ଜମ୍ମୁ,୬।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ ପ୍ରଥମଥର ଲାଗି ନ୍ୟାଶନାଲ କନଫରେନ୍ସ(ଏନ୍‌ସି)ର ୧୫ ଜଣ ନେତା ନଜରବନ୍ଦୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ...

କ୍ୱାରାଣ୍ଟାଇନ ସେଣ୍ଟରକୁ ନେଇ ସଂଘର୍ଷ

କୋଲକାତା,୧୫ା୪(ପି.ଟି.): କ୍ୱାରାଣ୍ଟାଇନ ସେଣ୍ଟର ସ୍ଥାପନକୁ ବିରୋଧ କରି ମଙ୍ଗଳବାର ପଶ୍ଚିମବଙ୍ଗ ଆସାନସୋଲ ସହରର ଚରୁଲିଆ ଅଞ୍ଚଳରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି।...

ଦିଲ୍ଲୀ ଏମସିଡି ନିର୍ବାଚନ ଉପରେ ଲାଗିବନି ରୋକ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୨: ଦିଲ୍ଲୀ ଏମସିଡି ନିର୍ବାଚନ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ସମୟ ଗଡିବା ସହିତ ଏହି ଆବେଦନ...

ମରାଠା ସଂରକ୍ଷଣ ବୈଧ, ୧୩%ରେ ସୀମିତ ରଖାଯାଉ: ବମ୍ବେ ହାଇକୋର୍ଟ

ମୁମ୍ବାଇ,୨୮।୬(ପି.ଟି.):ସରକାରୀ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ମରାଠା ସମ୍ପ୍ରଦାୟ ଲାଗି ସ୍ଥାନ ସଂରକ୍ଷଣ ଦାବିର ସାମ୍ବିଧାନିକ ବୈଧତା ରହିଛି ବୋଲି ଗୁରୁବାର ବମ୍ବେ ହାଇକୋର୍ଟ କହିଛନ୍ତି।...

Advertisement
Archives

Model This Week