କଶ୍ମୀରରେ ୧୦ ହଜାର କୋଟିର କାରବାର କ୍ଷତି

ନୂଆଦିଲ୍ଲୀ,୨୯-୧୦: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦ ହଟାଯିବା ପରେ ନିରାପତ୍ତା ପାଇଁ ଲାଗୁ ହୋଇଥିବା ବିଭିନ୍ନ କଟକଣାର ପ୍ରଭାବ ସେଠାକାର ବାଣିଜ୍ୟ କାରବାର ଉପରେ ପଡିଛି। ଗତ ୩ ମାସରେ କଶ୍ମୀର ଘାଟିରେ ବାଣିଜ୍ୟ କାରବାର ବିଶେଷ ଭାବେ ପ୍ରଭାବିତ ହୋଇଥିବା ଜଣାପଡିଛି। ଘାଟିରେ ଗତ ୩ ମାସ ମଧ୍ୟରେ ବ୍ୟବସାୟୀମାନେ ପ୍ରାୟ ୧୦ ହଜାର କୋଟି ଟଙ୍କାର ବ୍ୟବସାୟ କ୍ଷତି ସହିଥିବା ଶିଳ୍ପ ଜଗତ ପକ୍ଷରୁ ଆକଳନ କରାଯାଉଛି। କେନ୍ଦ୍ର ସରକାର ଚଳିତ ବର୍ଷ ୫ ଅଗଷ୍ଟରେ ୩୭୦ ଅନୁଚ୍ଛେଦକୁ ଉଠାଇ ଦେଇଥିଲେ। କଟକଣା ଲାଗୁ ହେବାର ବର୍ତ୍ତମାନ ୮୪ ଦିନରୁ ଅଧିକ ସମୟ ବିତି ଗଲାଣି। କଟକଣା ଯୋଗୁ ସେଠାକାର ବଜାର ଅଧିକାଂଶ ସମୟ ବନ୍ଦ ରହିଥିବା ଦେଖାଯାଇଛି।
ସେହିଭଳି ସାଧାରଣ ପରିବହନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଲାଲଚୌକ ଅଞ୍ଚଳରେ କିଛି ଦୋକାନ ସକାଳେ ଏବଂ ଆଉ କିଛି ସଂଧ୍ୟାରେ ଖୋଲା ରହୁଥିଲେ ମଧ୍ୟ ମୁଖ୍ୟ ବଜାର ବନ୍ଦ ରହୁଥିବା କଶ୍ମୀର ବାଣିଜ୍ୟ ଏବଂ ଉଦ୍ୟୋଗ ସଙ୍ଗଠନର ଅଧ୍ୟକ୍ଷ ସେକ୍‌ ଆଶିକ କହିଛନ୍ତି। ସ୍ଥିତି ଏବେ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇ ନ ଥିବାରୁ କେତେ ପରିମାଣର ବ୍ୟବସାୟିକ କ୍ଷତି ତାହା ଅନୁମାନ ଲଗାଇବା କଷ୍ଟକର ବୋଲି ସେ କହିଛନ୍ତି। କଟକଣା ଯୋଗୁ ଲୋକମାନେ କାରବାର ଲାଗି ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଗତ କିଛି ସପ୍ତାହ ହେଲା କାରବାର ଆରମ୍ଭ ହୋଇଥିଲେ ମଧ୍ୟ ବଜାରରେ ଭିଡ ପରିଲକ୍ଷିତ ହେଉନାହିଁ। ସେହିଭଳି ଇଣ୍ଟରନେଟ ବନ୍ଦ ରହିବା ଯୋଗୁ ଏହାର ପ୍ରଭାବ ବ୍ୟବସାୟ ଉପରେ ପଡିଥିବା ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri