Posted inଜାତୀୟ

କଶ୍ମୀରରେ ସରକାରୀ ଅଫିସ ଖୋଲିଲା

ନୂଆଦିଲ୍ଲୀ,୧୭ା୮(ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସମ୍ଭାବ୍ୟ ଆଇନଶୃଙ୍ଖଳା ସମସ୍ୟାକୁ ଆଖିଆଗରେ ରଖି ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣା ପର୍ଯ୍ୟାୟକ୍ରମେ ହଟାଇଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଜମ୍ମୁ-କଶ୍ମୀରର ସରକାରୀ କାର୍ଯ୍ୟାଳୟଗୁଡିକ ଶୁକ୍ରବାରଠାରୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇଥିବାବେଳେ ସୋମବାରଠାରୁ ସ୍କୁଲ ଖୋଲିବ ବୋଲି ମୁଖ୍ୟ ଶାସନ ସଚିବ ବିଭିଆର୍‌ ସୁବ୍ରମଣ୍ୟମ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ସେହିପରି ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳରେ ଟେଲିଫୋନ୍‌ ସେବାକୁ ସ୍ବାଭାବିକ୍‌ କରାଯିବ। ଶୁକ୍ରବାର ବିଭିନ୍ନ ମସ୍‌ଜିଦରେ ବହୁସଂଖ୍ୟାରେ ଲୋକ ନମାଜ ପାଠ କରିଥିଲେ। ଧୀରେ ଧୀରେ ବିଭିନ୍ନ ଅଞ୍ଚଳରୁ କଟକଣା କୋହଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା ପରେ ଅଟକ ରହିଥିବା କଶ୍ମୀର ନେତାମାନଙ୍କ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଶୁକ୍ରବାରଠାରୁ ସରକାରୀ କାର୍ଯ୍ୟାଳୟଗୁଡିକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ସ୍ଥିତି ସବୁଦିନ ସମୀକ୍ଷା କରାଯାଉଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଯୋଗାଯୋଗ ବ୍ୟବସ୍ଥାର ତୁରନ୍ତ ପୁନଃସଂସ୍ଥାପନ ହେଲେ ଉକ୍ତ ଅଞ୍ଚଳରୁ ଗଣମାଧ୍ୟମ ରିପୋର୍ଟ ସଂଗ୍ରହ କରିବା ସୁବିଧା ହୋଇପାରିବ ବୋଲି କଶ୍ମୀର ଟାଇମ୍ସର କାର୍ଯ୍ୟନିର୍ବାହୀ ସମ୍ପାଦକ ଅନୁରାଧା ଭାସିନ୍‌ କହିଛନ୍ତି। ସେହିପରି କଶ୍ମୀର ଓ ଜମ୍ମୁର କେତେକ ଜିଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଗତିବିଧି ଉପରେ ଲାଗାଯାଇଥିବା କଟକଣା କୋହଳ କରିବା ପାଇଁ ସେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ପିଟି ହେଲା ବାଇକ୍, ଗଛରେ ଲାଗିଗଲା ମୁଣ୍ଡର ଖପୁରି

ମୋହନା,୨୦।୪(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ଗଛକୁ ପିଟି ହେଲା ବାଇକ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଡେକାପଙ୍କା…

ଗଛରେ ପିଟି ହୋଇ ବିମାନ ଦୁର୍ଘଟଣାଗ୍ରସ୍ତ

ରାୟପୁର,୨୦।୪: ଛତିଶଗଡ଼ର ଜଶପୁର ଜିଲାର ନାରାୟଣପୁରର ରତନପହଲି ଜଙ୍ଗଲରେ ଏକ ଗଛରେ ପିଟି ହୋଇ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦ୍ଧାର କାର୍ଯ୍ୟ ସମୟରେ ଖୁରାସଗଡ଼ା ଗାଁ…

ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣରେ ବିରୁଷ୍କା: ୫ ମାସ ମଧ୍ୟରେ ତୃତୀୟଥର ପାଇଁ…

ନୂଆଦିଲ୍ଲୀ,୨୦।୩: IPL 2026ରେ ଚମତ୍କାର ପ୍ରଦର୍ଶନ କରୁଥିବା RCBର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବିରାଟ କୋହଲି IPL ମଝିରୁ ସମୟ ବାହାର କରି କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହିତ…

ଗଞ୍ଜାମ ଜିଲା ପାଇଁ କ୍ରିକେଟ ଖେଳିବେ ଆୟୁଷା, ଘୋଷଣା କଲା ଓସିଏ

ଗୁଡାରି,୨୦।୪(ପ୍ରମୋଦ କୁମାର ପତି ): ଗୁଡାରି ସହରର ପାଇକ ସାହିର ୧୪ ବର୍ଷୀୟା ଝିଅ ଆୟୁଷା ଗଞ୍ଜାମ ଜିଲା ପାଇଁ ଓସିଏ ଆନ୍ତଃଜିଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ…

ଇରାନ ବୈଦେଶିକ ମନ୍ତ୍ରଣାଳୟର ବଡ଼ ବୟାନ; ବ୍ଲେମ୍ ଗେମ୍ ଖେଳୁଛି ଆମେରିକା, ଆଉ ଆଲୋଚନା ପାଇଁ…

ତେହରାନ,୨୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଥମିବାର କୌଣସି ସଙ୍କେତ ଦେଖାଯାଉ ନାହିଁ । ଏହାରି ଭିତରେ ଇରାନ ସ୍ପଷ୍ଟ ଭାବରେ କହିଛି ଯେ ବର୍ତ୍ତମାନ ଆମେରିକା…

ମୋତେ ଭାରତ ପକ୍ଷରୁ ଖେଳିବାକୁ ମିଳିଥିଲା ଅଫର୍‌: ସାଂଘାତିକ ଖୁଲାସା କଲେ ରଶିଦ ଖାନ

ନୂଆଦିଲ୍ଲୀ,୨୦।୪: ଆଫଗାନିସ୍ତାନର ଅଲରାଉଣ୍ଡର ରଶିଦ ଖାନ କ୍ରିକେଟ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କୁ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ସ୍ପିନରମାନଙ୍କ ମଧ୍ୟରୁ…

ମିଳିଲା ଅଗ୍ନିବୀରଙ୍କ ମୃତଦେହ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବାପା

ବାଲୁଗାଁ,୨୦।୪: ଖୋଦ୍ଧା ଜିଲା INS ଚିଲିକାରେ ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୋମବାର ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri