Posted inଜାତୀୟ

କଶ୍ମୀରରେ ସରକାରୀ ଅଫିସ ଖୋଲିଲା

ନୂଆଦିଲ୍ଲୀ,୧୭ା୮(ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସମ୍ଭାବ୍ୟ ଆଇନଶୃଙ୍ଖଳା ସମସ୍ୟାକୁ ଆଖିଆଗରେ ରଖି ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣା ପର୍ଯ୍ୟାୟକ୍ରମେ ହଟାଇଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଜମ୍ମୁ-କଶ୍ମୀରର ସରକାରୀ କାର୍ଯ୍ୟାଳୟଗୁଡିକ ଶୁକ୍ରବାରଠାରୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇଥିବାବେଳେ ସୋମବାରଠାରୁ ସ୍କୁଲ ଖୋଲିବ ବୋଲି ମୁଖ୍ୟ ଶାସନ ସଚିବ ବିଭିଆର୍‌ ସୁବ୍ରମଣ୍ୟମ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ସେହିପରି ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳରେ ଟେଲିଫୋନ୍‌ ସେବାକୁ ସ୍ବାଭାବିକ୍‌ କରାଯିବ। ଶୁକ୍ରବାର ବିଭିନ୍ନ ମସ୍‌ଜିଦରେ ବହୁସଂଖ୍ୟାରେ ଲୋକ ନମାଜ ପାଠ କରିଥିଲେ। ଧୀରେ ଧୀରେ ବିଭିନ୍ନ ଅଞ୍ଚଳରୁ କଟକଣା କୋହଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା ପରେ ଅଟକ ରହିଥିବା କଶ୍ମୀର ନେତାମାନଙ୍କ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଶୁକ୍ରବାରଠାରୁ ସରକାରୀ କାର୍ଯ୍ୟାଳୟଗୁଡିକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ସ୍ଥିତି ସବୁଦିନ ସମୀକ୍ଷା କରାଯାଉଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଯୋଗାଯୋଗ ବ୍ୟବସ୍ଥାର ତୁରନ୍ତ ପୁନଃସଂସ୍ଥାପନ ହେଲେ ଉକ୍ତ ଅଞ୍ଚଳରୁ ଗଣମାଧ୍ୟମ ରିପୋର୍ଟ ସଂଗ୍ରହ କରିବା ସୁବିଧା ହୋଇପାରିବ ବୋଲି କଶ୍ମୀର ଟାଇମ୍ସର କାର୍ଯ୍ୟନିର୍ବାହୀ ସମ୍ପାଦକ ଅନୁରାଧା ଭାସିନ୍‌ କହିଛନ୍ତି। ସେହିପରି କଶ୍ମୀର ଓ ଜମ୍ମୁର କେତେକ ଜିଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଗତିବିଧି ଉପରେ ଲାଗାଯାଇଥିବା କଟକଣା କୋହଳ କରିବା ପାଇଁ ସେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷଙ୍କ ତୁଳନାରେ କମ୍‌ ମହିଳା ନେଉଛନ୍ତି ଟିକା

ନୂଆଦିଲ୍ଲୀ,୩୦।୬: ଭାରତରେ କରୋନା ବିରୋଧ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଭାବେ ଥିବା ଟିକାକରଣ ଅଭିଯାନ ଜାନୁଆରୀ ୧୬ରୁ ଆରମ୍ଭ ହୋଇଛି। କିନ୍ତୁ ଜୁନ ୨୧ରୁ ଏହି...

ଭାଜପାକୁ ଶକ୍ତିଶାଳୀ କରିବାରେ ନୀତୀଶଙ୍କ କାର୍ଯ୍ୟକୁ ଇତିହାସ ମନେ ରଖିବ: ଓଓ୍ବାଇସି…

ପାଟନା,୧୯।୩ : ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ରବିବାର ପୁର୍ନିଆରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ...

ବିହାର ସମେତ ୪ ରାଜ୍ୟରେ ଅଧ୍ୟକ୍ଷ ବଦଳାଇଲା ଭାଜପା, ଓଡ଼ିଶା ଅଧ୍ୟକ୍ଷ ମନମୋହନ ସାମଲ…

ନୂଆଦିଲ୍ଲୀ,୨୩।୩ : ଭାରତୀୟ ଜନତା ପାର୍ଟି ଗୁରୁବାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଭାଜପା ବିହାର, ଦିଲ୍ଲୀ, ରାଜସ୍ଥାନ ଏବଂ ଓଡିଶାରେ ଭାଜପାର  ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ...

୧୩ ବିମାନ ବନ୍ଦର ଘରୋଇକରଣକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୧୦ା୯: କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ମନେଟାଇଜେଶନ ପାଇପଲାଇନ ପ୍ରସ୍ତାବ ମୁତାବକ ୧୩ ବିମାନ ବନ୍ଦର ଘରୋଇକରଣକୁ ଚୂଡାନ୍ତ ମଞ୍ଜୁରୀ ମିଳିଛି। ଏହା ମଧ୍ୟରେ ଭୁବନେଶ୍ୱରର...

ଉଦ୍ଧବ ଗୋଷ୍ଠୀଙ୍କୁ ଆଉ ଏକ ବଡ଼ ଝଟ୍‌କା: ଶିନ୍ଦେ ଗୋଷ୍ଠୀଙ୍କୁ ଦିଆଗଲା ସଂସଦରେ ଶିବସେନା କାର୍ଯ୍ୟାଳୟ

ମୁମ୍ବାଇ,୨୧।୨: ଉଦ୍ଧବ ବାଲାସାହେବ ଠାକ୍‌ରେ(ୟୁବିଟି)ଙ୍କ ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଛି। ପାର୍ଟିର ନାମ ଓ ଚିହ୍ନକୁ ଛଡ଼ାଇ ନିଆଯିବା ପରେ...

ନିର୍ଦ୍ଦୋଷଙ୍କୁ ଧରାଯିବ ନାହିଁ, ଦୋଷୀଙ୍କୁ ଛଡ଼ା ଯିବନି, କହିଲେ ଡିଜି…

ଲକ୍ଷ୍ନୌ, ୨୪।୬ : ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ହୋଇଥିବା ହିଂସାକୁ ନେଇ ଉତ୍ତରପ୍ରଦେଶରେ ପୋଲିସ ବିଭାଗ ପକ୍ଷରୁ ସତର୍କକତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।...

ଗୋବର ବିକି ସ୍ବାମୀଙ୍କୁ ୮୦ ହଜାର ଟଙ୍କା ମୂଲ୍ୟର ବାଇକ୍‌ ଭେଟିଦେଲେ ଏହି ମହିଳା

ରାୟପୁର,୨୭।୫: ଗୋବର ବିକ୍ରି କରି ସ୍ବାମୀଙ୍କୁ ୮୦ ହଜାର ଟଙ୍କାର ଏକ ବାଇକ୍‌ କିଣି ଦେଇଛନ୍ତି ଜଣେ ମହିଳା। ଛତିଶଗଡ଼ର ଏହି ମାମଲା ଏବେ ଚାରିଆଡେ...

ତୀର୍ଥଯାତ୍ରୀଙ୍କ ଉପରେ ମାଡିଗଲା କାର୍‌: ଚାଲିଗଲା ୬ ଜୀବନ

ଅହମ୍ମଦାବାଦ,୨।୯: ଗୁଜରାଟର ଅମ୍ବାଜୀରେ ଶୁକ୍ରବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦ୍ରୁତଗାମୀ କାର ତୀର୍ଥଯାତ୍ରୀଙ୍କୁ ଚଢିଯିବାରୁ ୬ ଜଣଙ୍କର ମୃତ୍ୟୁ...

Advertisement
Archives

Model This Week