Posted inଜାତୀୟ

କଶ୍ମୀରରେ ଡୋଭାଲଙ୍କ ମିଶନ ‘ହୃଦୟ ବିଜୟ’

ଶ୍ରୀନଗର,୧୧।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ ଏବେ ଜମ୍ମୁ-କଶ୍ମୀରରେ ମିଶନ ‘ହୃଦୟ ବିଜୟ’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ସେ ଏଠାରେ ସୁରକ୍ଷା କାର୍ଯ୍ୟ ତଦାରଖରେ ନିୟୋଜିତ ଅଛନ୍ତି। ସ୍ଥାନୀୟ ଲୋକଙ୍କ ସହିତ ମିଶି ସେମାନଙ୍କ ମଧ୍ୟରେ ବିଶ୍ୱାସ ଜଗାଇବା ପାଇଁ ଡୋଭାଲ ପ୍ରୟାସ କରୁଛନ୍ତି। ପୂର୍ବରୁ ୧୯୮୪ରେ ଅପରେଶନ୍‌ ବ୍ଲୁଷ୍ଟାରରେ ଡୋଭାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେହିପରି ୧୯୯୯ରେ ଇଣ୍ଡିଆନ୍‌ ଏୟାର ଲାଇନ୍ସ୍‌ ବିମାନ ଆଇସି-୮୧୪ର ଅପହରଣରେ ଡୋଭାଲ ମୁଖ୍ୟ ବାର୍ତ୍ତାକାର ଥିଲେ। ଡୋଭାଲ ଉତ୍ତରାଖଣ୍ଡର ପୌଡ଼ି ଜିଲାର ବଣୋଲସ୍ୟୁ ପଟି ସ୍ଥିତ ଘୋଡି ଗାଁର ବାସିନ୍ଦା। ସେ ୧୯୪୫ ଜାନୁୟାରୀ ୨୦ରେ ଜନ୍ମଗ୍ରହଣ କରିଥିଲେ। ୧୯୬୮ରେ କେରଳ କ୍ୟାଡ଼ର ଆଇପିଏସ୍‌ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୪ ମେ ୩୦ଠାରୁ ସେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୪୪ ପ୍ରତିଶତ ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଓଏସ୍‌ଡି ଲାଞ୍ଚ ନେଉଥିବାବେଳେ ଗିରଫ

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଓଏସ୍‌ଡି(ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ) ଗୋପାଳକୃଷ୍ଣ ମାଧବ ଗିରଫ ହୋଇଛନ୍ତି। ଜିଏସ୍‌ଟି ସମ୍ପର୍କିତ ମାମଲାରେ ଗୋପାଳ ଜଣେ...

କାନାଡାକୁ ନେଇ ଆକ୍ସନ ମୋଡରେ ଭାରତ, ଭିଜା ସର୍ଭିସ ସସପେଣ୍ଡ କରି ନାଗରିକଙ୍କ ଏଣ୍ଟ୍ରି ଉପରେ ଲଗାଇଲା ରୋକ

ନୂଆଦିଲ୍ଲୀ,୨୧।୯: ଭାରତ ଓ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ବର୍ତ୍ତମାନ ନୂଆଦିଲ୍ଲୀ କାନାଡା ନାଗରିକଙ୍କ...

ଚୟନାତ୍ମକ ଆକ୍ରୋଶ ଓ ମିଥ୍ୟା ବର୍ଣ୍ଣନାକୁ ବିରୋଧ: ମୁହଁ ଖୋଲିଲେ ୬୨ ସେଲିବ୍ରିଟି

ମୁମ୍ବାଇ,୨୭ା୭(ପି.ଟି.): ସଂଖ୍ୟାଲଘୁ ଓ ଦଳିତଙ୍କ ବିରୋଧରେ ଭିଡ଼ହିଂସାକୁ ନେଇ ୪୯ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ।...

‘ସତ୍ୟପାଲଙ୍କ ମନ୍ତବ୍ୟରୁ ଧ୍ୟାନ ହଟାଇବା ପାଇଁ ହତ୍ୟା’

ନୂଆଦିଲ୍ଲୀ/ ଲକ୍ଷ୍ନୌ/ପ୍ରୟାଗରାଜ,୧୭ା୪ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମ୍ମଦ ଓ ଭାଇ ଅଶ୍ରଫ୍‌ ଅହମ୍ମଦଙ୍କୁ ଶନିବାର ରାତିରେ ଅତି ନିକଟରୁ ଗୁଳି କରି...

ଗିନିଜ୍‌ ବୁକ୍‌ରେ ୨୦୧୮ ବାଘ ଗଣନା

ନୂଆଦିଲ୍ଲୀ,୧୨ା୭(ପି.ଟି.): ୨୦୧୮ରେ ଭାରତରେ ହୋଇଥିବା ବାଘଗଣନା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ବାଘ ଠାବ କରିବା ପାଇଁ ହୋଇଥିବା ସର୍ଭେ ବେଳେ...

କଂଗ୍ରେସ ନେତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ସ୍ମୃତି ଇରାନୀ ଝିଅଙ୍କ ସମ୍ପର୍କିତ ଟୁଇଟ୍‌ ତୁରନ୍ତ ହଟାଅ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମୋକଦ୍ଦମା ଉପରେ କଂଗ୍ରେସ ନେତା ଜୟରାମ ରମେଶ ଏବଂ ପୱନ ଖେରାଙ୍କୁ ଦିଲ୍ଲୀ...

ରାଜୀବଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିଛ, ଏବେ ମତେ ବି ଖଲାସ କର…

ନୂଆଦିଲ୍ଲୀ,୧୭।୧୧ : ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀମାନଙ୍କୁ ମୁକ୍ତ କରିଛ, ଏବେ ସମାନ ଆଇନ ଅନୁସାରେ ମତେ ବି ଜେଲରୁ ଖଲାସ କର ବୋଲି ସ୍ତ୍ରୀଙ୍କୁ ହତ୍ୟା...

Advertisement
Archives

Model This Week