କଳ୍ପନା ଦାଶ, ବବ୍‌ଲି ହତ୍ୟା ଘଟଣା: ଡେମୋ ଦେଖାଇଲେ ଡ୍ରାଇଭର ବର୍ଦ୍ଧନ

ଝାରସୁଗୁଡ଼ା ଅଫିସ,୧୭ା୨: ଛତିଶଗଡ଼ର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲ ରାସ୍ତାରେ ୨୦୧୬ରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୋଲିସ ଏହି ଘଟଣାରେ ବହୁ ତଥ୍ୟ ପାଇଛି । ଶୁକ୍ରବାର ରାତିରେ ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୋଲିସ ଉଠାଇ ନେଇଥିଲା। ଅନୁପଙ୍କ ସମସ୍ତ କଳାକାରନାମାର ପେଡି ବର୍ଦ୍ଧନ ଖୋଲିଛନ୍ତି। ପ୍ରଥମେ ବର୍ଦ୍ଧନ ଦୋଷ ସ୍ବୀକାର କରୁ ନ ଥିଲେ। ହେଲେ ପୋଲିସ ବର୍ଦ୍ଧନଙ୍କଠାରୁ ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇଛି। ସେ ଏହି ଘଟଣାରେ ଦୋଷୀ ବୋଲି ସ୍ବୀକାର କରିଛନ୍ତି। କିଭଳି କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ହତ୍ୟା କରାଯାଇଥିଲା ତା’ର ଲାଇଭ୍‌ ଡେମୋ କରି ଦେଖାଇଛନ୍ତି। ରବିବାର ଚକ୍ରଧରନଗର ଥାନା ପୋଲିସର ଏକ ଟିମ୍‌ ବର୍ଦ୍ଧନଙ୍କୁ ନେଇ ମୃତଦେହ ମିଳିଥିବା ସ୍ଥାନକୁ ଯାଇଥିଲା। ସେଠାରେ ନଡ଼ାରେ ପ୍ରସ୍ତୁତ ମଣିଷ ଆକୃତିର ୨ ପ୍ରତିକୃତି (ଡେମୋ) ରଖାଯାଇଥିଲା। ଏହାପରେ ବର୍ଦ୍ଧନ ଡେମୋ କରି କିଭଳି ଗାଡି ଚଢାଇ ହତ୍ୟା କରାଯାଇଥିଲା ତାହା ଦେଖାଇଥିଲେ। ପୋଲିସ ଏହାର ଭିଡିଓ ପ୍ରସ୍ତୁତ କରିଛି। ସେହିପରି ଏହି ହତ୍ୟାକାଣ୍ଡରେ କେବଳ ଅନୁପ ଓ ବର୍ଦ୍ଧନ ନୁହନ୍ତି ବରଂ ଅନ୍ୟ ଜଣେ ସହଯୋଗୀ ଥିଲେ ବୋଲି ପୋଲିସକୁ ବର୍ଦ୍ଧନ ସୂଚନା ଦେଇଛନ୍ତି। ତାଙ୍କ ସମ୍ପର୍କରେ ମଧ୍ୟ ପୋଲିସକୁ ବର୍ଦ୍ଧନ ସୂଚନା ଦେଇଛନ୍ତି।

ଯୋଜନା ରଚିଥିଲେ ଅନୁପଙ୍କ ଜଣେ ନିକଟ ସମ୍ପର୍କୀୟ
ବହୁ ଚର୍ଚ୍ଚିତ ମା’ ଝିଅ ହତ୍ୟା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ଏହି ଘଟଣାରେ ଅନୁପଙ୍କୁ ମୁଖ୍ୟ କୁହାଯାଉଥିବା ବେଳେ ଆଉ ଜଣେ ବ୍ୟକ୍ତି ଏହି ଘଟଣାର ସମ୍ପୂର୍ଣ୍ଣ ଯୋଜନା କରିଥିବା ପୋଲିସ ସୂଚନା ପାଇଛି। ତେବେ ପୋଲିସ କିନ୍ତୁ ଏ ସମ୍ପର୍କରେ କୌଣସି ସୂଚନା ଦେଉନାହିଁ। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅନୁପଙ୍କ ଜଣେ ଅତି ନିକଟ ସମ୍ପର୍କୀୟ ଏହି ସମ୍ପୂର୍ଣ୍ଣ ହତ୍ୟାକାଣ୍ଡର ମାଷ୍ଟର ପ୍ଲାନ ରଚିଥିଲେ। ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ମଧ୍ୟ ସେ ଚୟନ କରିଥିଲେ। ଘଟଣା ପୂର୍ବରୁ ସେଠାରେ ସେ  ମଧ୍ୟ ଉପସ୍ଥିତ ଥିଲେ। ସନ୍ଧ୍ୟା ପରେ ଉକ୍ତ ସ୍ଥାନକୁ କେହି ଯିବା ଆସିବା କରୁ ନ ଥିବାରୁ ସେଠାରେ ହତ୍ୟାକାଣ୍ଡ ଭିଆଇବା ସୁରକ୍ଷିତ ଓ ସହଜେ ଖସି ଯାଇହେବ ବୋଲି ସେ ପରାମର୍ଶ ଦେଇଥିଲେ।
କାହା ନାଁ ନ କହିବାକୁ ଅନୁପଙ୍କୁ ଧମକ
ଡବଲ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସମ୍ପୃକ୍ତି ପରେ ଜିଲାରେ ନାନା ଚର୍ଚ୍ଚା ହେଉଛି। ଅନୁପଙ୍କୁ କୋଳେଇ ନେଇଥିବା ଶାସକ ବିଜେଡି ଏବେ ହାତ ଛାଡି ଦେଇଛି। ସ୍ଥାନୀୟ କୌଣସି ନେତା ଏହି ଘଟଣାରେ ମୁହଁ ଖୋଲୁ ନାହାନ୍ତି। ଏହା ଜିଲା ରାଜନୀତିକୁ ସରଗରମ କରିଛି। ସହରର ବିଭିନ୍ନ ଛକ, ଦୋକାନ, ବଜାର, ଖଟି ଇତ୍ୟାଦି ସ୍ଥାନରେ ନାନା ଚର୍ଚ୍ଚା ହେଉଛି। ଅନୁପ ପୋଲିସ ନିକଟରେ ସବୁ ଦୋଷ ସ୍ବୀକାର କରଛନ୍ତି। ସେ ନିଜେ ଓ ତାଙ୍କ ଡ୍ରାଇଭର ହତ୍ୟା କରିଥିବା କହିଛନ୍ତି। ହେଲେ ଆଉ କାହା ନାଁ କହୁ ନାହାନ୍ତି। ତାଙ୍କ ପଛରେ ଯେଉଁ ନେତା ଦ୍ୱୟଙ୍କ ଆଶୀର୍ବାଦ ଥିଲା ସେମାନେ ଏବେ ଚୁପ୍‌। ଅନୁପଙ୍କୁ ୬ ମାସ ହେବ ଛତିଶଗଡ ପୋଲିସ ସ୍କାନରରେ ରଖିଥିବା ସମ୍ପର୍କରେ ଖୋଦ ଅନୁପ ଓ ଜିଲାର ସମ୍ପୃକ୍ତ ୨ ଜଣ ପ୍ରତିଷ୍ଠିତ ଜନପ୍ରତିନିଧି ଜାଣିଥିଲେ। ଅନୁପ ଏହି ଘଟଣାରେ ନିଶ୍ଚୟ ବନ୍ଧା ହେବେ ବୋଲି ମଧ୍ୟ ଉକ୍ତ ଦୁଇ ନେତା ଜାଣିଥିଲେ। ହେଲେ ପୂର୍ବରୁ ଅନୁପଙ୍କୁ ଯେମିତି ପୋଲିସ ନ ବାନ୍ଧୁ ସେ ନେଇ ଏ ଦୁହେଁ ସହଯୋଗ କରୁଥିଲେ। କାଳେ ଅନୁପ ପୋଲିସକୁ ସମ୍ପୃକ୍ତ ନେତା ଦ୍ୱୟଙ୍କ ସମ୍ପର୍କରେ କହିଦେବେ ସେହି ଭୟରେ ଏବେ ଏହି ଦୁଇ ଜନ ପ୍ରତିନିଧି ଥରୁଛନ୍ତି। ଅନୁପ ଯେମିତି ଭୁଲରେ ବି ଏ ଦୁଇ ନେତାଙ୍କ ନାଁ ପୋଲିସ ଆଗରେ ନ ଧରନ୍ତି ସେନେଇ ଏ ଦୁହେଁ ଅନୁପଙ୍କୁ ଧମକ ଦେଇଛନ୍ତି।
ଅନୁପଙ୍କ ପାଇଁ ଅଡୁଆ ବଢ଼ିଲା
କଳ୍ପନା ଦାଶ ଓ ଝିଅ ବବ୍‌ଲି ହତ୍ୟାକାଣ୍ଡରେ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ସାମିଲ ଥିବା ସ୍ବୀକାର କରିବା ପରେ ଅନୁପଙ୍କ ପାଇଁ ଅଡୁଆ ବଢ଼ିଛି। ଗତ ୩ ଦିନ ଧରି ନିଜକୁ ନିର୍ଦ୍ଦୋଷ ବୋଲି କହୁଥିବା ବର୍ଦ୍ଧନ ରାୟଗଡ ପୋଲିସର ଜେରା ପରେ ସବୁ ମାନି ଯାଇଛନ୍ତି। ଘଟଣା ଦିନ ବୋଲେରୋ ସହିତ ଅନୁପଙ୍କ ଆଉ ଏକ ଇନୋଭା ଗାଡି ମଧ୍ୟ ଘଟଣା ସ୍ଥଳକୁ ଯାଇଥିଲା। ଏଣୁ ଘଟଣାସ୍ଥଳକୁ ୨ଟି ଗାଡି ଯାଇଥିବା ପୋଲିସ ଜାଣିବା ପରେ ଆଉ କେଉଁମାନେ ଥିଲେ ତାହା ବାହାର କରିବାକୁ ଝାରସୁଗୁଡାରେ ଛତିଶଗଡ ପୋଲିସ ଡେରା ପକାଇଛି।
ଓଡ଼ିଶା ପୋଲିସକୁ ବିଶ୍ୱାସ କରୁନି ଛତିଶଗଡ ପୋଲିସ
କଳ୍ପନା ଓ ବବ୍‌ଲି ହତ୍ୟା କାଣ୍ଡରେ ବ୍ୟବହୃତ ଲୁହାରଡ୍‌ ଓ ବୋଲେରୋ ଗାଡିର ସନ୍ଧାନ ନେବା ପାଇଁ ବ୍ରଜରାଜନଗର ଅଞ୍ଚଳରେ ଛତିଶଗଡ଼ର ଗୋଟିଏ ପୋଲିସ ଟିମ୍‌ ଛଦ୍ମଦେଶରେ ବୁଲୁଛି। ଏହି ଟିମ୍‌ ଅନୁପ ସାଏଙ୍କ ଘର ପାଖ ଲୋକଙ୍କୁ ପଚରା ଉଚରା କରିଛି। ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ବୋଲେରୋ ଗାଡ଼ି ଅନୁପ ସାଏଙ୍କର କି ତାଙ୍କର କେଉଁ ସମ୍ପର୍କୀୟଙ୍କର ତାହାର ସନ୍ଧାନ ନେଉଛି। ତେବେ ଛତିଶଗଡ଼ ପୋଲିସ ବ୍ରଜରାଜନଗର ଅଞ୍ଚଳରେ ଥିବା ନେଇ ଥାନା ଅଧିକାରୀ ନଳିତା ମୋଦି ଅସ୍ବୀକାର କରିଛନ୍ତି। ଛତିଶଗଡ଼ ପୋଲିସ ଆସିବା ତଥ୍ୟ ତାଙ୍କ ପାଖରେ ନାହିଁ। ଏପରିକି ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଗିରଫ କରିବାକୁ ଆସିଥିବା ସମୟରେ ମଧ୍ୟ ତାଙ୍କୁ ଖବର ଦିଆଯାଇ ନ ଥିଲା ବୋଲି ପ୍ରକାଶ କରିଛନ୍ତି। ଏଥିରୁ ଛତିଶଗଡ଼ ପୋଲିସର ଓଡ଼ିଶା ପୋଲିସ ଉପରେ ଭରସା ନଥିବା ଭଳି ମନେ ହେଉଛି।
କଳ୍ପନାଙ୍କ ଘର ତିଆରିରେ ଅନୁପ
ବ୍ରଜରାଜନଗରର ବଘରାଚକାଠାରେ ନିର୍ମିତ କଳ୍ପନାଙ୍କ ଘରେ ଏବେ ତାଲା ଝୁଲୁଛି। ୨୦୧୩ରେ ଉକ୍ତ ଜାଗାକୁ କଳ୍ପନା ନିଜ ନାମରେ କିଣିଥିଲେ। ୨୦୧୪ରେ ରାଜପୁର ପଞ୍ଚାୟତ ଦେଓଗାଁର ଠିକାଦାର ଗଣେଶ ସାହୁ ଏହି ଘର ତିଆରି କାମ ଆରମ୍ଭ କରିଥିଲେ। ଘର କାମ ଅଧା ପର୍ଯ୍ୟନ୍ତ ନେବା ଯାଏ ସେ ଅନୁପ ଓ କଳ୍ପନାଙ୍କ ହାତରୁ ଟଙ୍କା ନେଉଥିଲେ। ଏଣୁ ଏହି ଘର ତିଆରିରେ ଅନୁପ ଆଥିକ ସହାୟତା ଦେଉଥିବା ସ୍ପଷ୍ଟ ହୋଇଛି। ତେବେ କିଛି ଟଙ୍କା ବାକି ରହିବାରୁ ଘର କାମ ଛାଡ଼ି ଦେଇଥିଲେ। ପରେ ତାଙ୍କ ବାପା ରୁଦ୍ରାକ୍ଷ ଦାଶ ଅନ୍ୟ ଠିକାଦାର ଲଗାଇ ଘରକାମ କରିଥିଲେ। କଳ୍ପନା ଭୁବନେଶ୍ୱରରୁ ଯେତେବେଳେ ଫେରନ୍ତି ସେହି ଘରେ ରୁହନ୍ତି। ୨୦୧୫ରେ ଝିଅ ବବ୍‌ଲିର ଜନ୍ମଦିନ ସେହି ଘରେ ଧୁମ୍‌ଧାମ୍‌ରେ ପାଳନ ମଧ୍ୟ କରିଥିଲେ। କଳ୍ପନାଙ୍କ ମୃତ୍ୟୁ ପରଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ବାପା, ସାବତ ମା’, ବିଧବା ଭାଉଜ ସେହି ଘରେ ରହୁଥିଲେ। ହେଲେ ଅନୁପ ଗିରଫ ହେବା ପରଠାରୁ ଘରେ ତାଲା ପଡ଼ିଛି। ଏଣୁ ହଠାତ ପରିବାର ଲୋକେ ଅନ୍ତର୍ଦ୍ଧାନ ହୋଇଯିବା ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାବାଞ୍ଜି ବିଧାୟକଙ୍କ ଆଚରଣ ପ୍ରତିବାଦରେ ଓଏଏସ ସଂଘ ସଦସ୍ୟ ପିନ୍ଧିଲେ କଳାବ୍ୟାଚ

ବଲାଙ୍ଗୀର ଅଫିସ, ୧୬।୧: ବଲାଙ୍ଗୀର ଜିଲା ପରିଷଦ ବୈଠକ ଚାଲିଥିବା ବେଳେ ଗତ ୧୨ ତାରିଖରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବଲାଙ୍ଗୀର ଜିଲାପାଳ...

ହରିଣ ଶିକାର କରି ବନ୍ଧା ହେଲେ ୨ ଯୁବକ

ଚାନ୍ଦବାଲି,୨୭।୧(ଡି.ଏନ୍‌.ଏ.): ହରିଣ ଶିକାର କରି ମାଂସ ଚାଲାଣ ଅଭିଯୋଗରେ ଧାମରା ବନବିଭାଗ ୨ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସେକ୍‌...

ହାଇକୋର୍ଟର ନୂଆ ୱେବ୍‌ସାଇଟ୍‌ ଉଦ୍‌ଘାଟିତ

କଟକ ଅଫିସ,,୧୭ା୧୨: ଓଡ଼ିଶା ହାଇକୋର୍ଟର ନୂତନ ୱେବ୍‌ସାଇଟ୍‌ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ଏହି...

ପିସି କାରବାରରେ ବନ୍ଧା ପିଏମ୍‌ଜିଏସ୍‌ୱାଇ

ଯାଜପୁର ଅଫିସ,୧୩ା୯:ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ବିନା ପିସି କିମ୍ବା ଫାଇନାଲ ବିଲ୍‌ ସମୟରେ ଯନ୍ତ୍ରୀଙ୍କୁ ମୋଟା ଅଙ୍କର ଅର୍ଥ ନ ଦେଲେ ଫାଇଲ...

ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ପାଟଣା,୩।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ରବିବାର ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଘଟଗାଁ ପୋଲିସ ଘଟଣାରେ...

ଜିଲା ଶିକ୍ଷା ବ୍ୟବସ୍ଥାରେ ବିଚିତ୍ର ନୀତି : ଛୁଟିଦିନରେ ବି ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଇଥିବା ଦର୍ଶାଯାଇଛି

ମାଲକାନଗିରି,୬ା୭(ଡି.ଏନ୍‌.ଏ.): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଛନ୍ତି। କିନ୍ତୁ ସରକାରୀ ଛୁଟି ଦିନଗୁଡ଼ିକରେ ଏହି ବ୍ୟବସ୍ଥା ନ ଥିଲେ...

ବୁଲ୍‌ବୁଲ୍‌ କ୍ଷୟକ୍ଷତି ସହାୟତା ରାଶି ପ୍ରଦାନ ଦାବିରେ ଚାଷୀଙ୍କ ଗଣଧାରଣା

ସିମୁଳିଆ,୧୩।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ପୁରୁଷୋତ୍ତମପୁର, କାଞ୍ଚପଡ଼ା, ଅଣ୍ଡରାଇ, ଅବଝୁଣା ପଞ୍ଚାୟତରେ ବୁଲ୍‌ବୁଲ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ବୁଧବାର ପୁରୁଷୋତ୍ତମପୁର ରାଜସ୍ବ ନିରୀକ୍ଷକଙ୍କ...

ତିତ୍‌ଲି ପୁନରୁଦ୍ଧାର, ରୁରାଲ ହାଉସିଂ ଅଧାପନ୍ତରିଆ

ଛତ୍ରପୁର,୨୦ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ)ର ସମୀକ୍ଷା ବୈଠକ ଗୁରୁବାର ଛତ୍ରପୁରସ୍ଥିତ କାର୍ଯ୍ୟାଳୟର ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ...

Advertisement
Archives

Model This Week