କଳ୍ପନାରୁ ବଡ଼ଗଡ଼ ରାସ୍ତା ହେବ ୪ ଲେନ୍‌

ଭୁବନେଶ୍ୱର/କଟକ ରୋଡ, ୨୨ା୮(ବ୍ୟୁରୋ/ଡି.ଏନ.ଏ.): କଳ୍ପନା ସିନେମା ହାଲ ଛକରୁ ବଡ଼ଗଡ଼ କେନାଲରୋଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାପାର୍ଶ୍ୱରୁ ବୁଧବାର ଜବରଦଖଲ ହଟିଛି। ରାସ୍ତାପାର୍ଶ୍ୱରେ ଥିବା ଜରି ଛପର ଘରୁଠାରୁ ଆରମ୍ଭ କରି ଅସ୍ଥାୟୀ ଦୋକାନ ମନ୍ଦିର ଓ ବଡ ଗଛଗୁଡ଼ିକୁ ଉଚ୍ଛେଦ କରାଯାଇଛି। ରାସ୍ତାଟିକୁ ୪ ଥାକିଆରେ ପରିଣତ କରିବା ସହ ଉପୁଜୁଥିବା ଟ୍ରାଫିକ୍‌ ସମସ୍ୟାକୁ ଏଡାଇବା ଲାଗି ପୂର୍ତ୍ତ ବିଭାଗ ଦ୍ୱାରା ଜାରି କରାଯାଇଥିବା ଚିଠି ନଂ. ୨୪୪୩କୁ ଭିତ୍ତି କରି ଏହି ଉଚ୍ଛେଦ କରାଯାଇଛି। ମିଳିତ ଏନ୍‌ଫୋର୍ସମେଣ୍ଟ ସ୍କା୍ବଡ (ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ପୂର୍ତ୍ତ ବିଭାଗ ଅଧିକାରୀ ଓ କମିଶନରେଟ ପୋଲିସ) ପକ୍ଷରୁ ପୂର୍ବାହ୍ନ ସାଢେ ୧୦ଟା ୩୦ରୁ ଏହି ଉଚ୍ଛେଦ ଆରମ୍ଭ ହୋଇଥିଲା। ଏଥିରେ ଦୁଇଟି ମନ୍ଦିର, ୧୨ ଜରିପାଲ ଥିବା ଦୋକାନ, ୯ ଦୋକାନର ବାହାରକୁ ବାହାରିଥିବା ଆଜବେଷ୍ଟସ, ୩୬ ବାଉଁଶ ବନ୍ଧା ଦୋକାନ, ୭ଟି ହୋଡିଂ ଓ ଗୋଟିଏ ଘରକୁ ଭଙ୍ଗାଯାଇଛି। ସମୟ ନ ହୋଇଯିବାରୁ କଳ୍ପନାରୁ ଟଙ୍କପାଣିରୋଡ ଜଗନ୍ନାଥ ଆଶ୍ରମ ଯାଏ ହେବାକୁ ଥିବା ଏହି ଉଚ୍ଛେଦକୁ କେନାଲରୋଡ ପାଖରେ ଅଟକାଯାଇଛି। ପୂର୍ବ ବିଭାଗ ପକ୍ଷରୁ ପୂର୍ବରୁ ୨୦୧୫ରେ ୬୭ଲକ୍ଷ ବ୍ୟୟ ଅଟକଳ କରାଯାଇଥିବା ବେଳେ ଏବେ ଏହା ୨କୋଟି ୯୦ ଲକ୍ଷରେ ପହଞ୍ଚତ୍ଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ-୧ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପଚାରିବାରେ ୯ଶହ ମିଟର ରାସ୍ତା ୪ ଥାକିଆ ହେବ। ଏନେଇ ଟେଣ୍ଡର ସରିଥିବା ବେଳେ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ମୋଟ ୩ ଗୋଟି ବୁଲଡୋଜର ବ୍ୟବହାର ହୋଇଥିଲା। ଉଚ୍ଛେଦରେ ଉଚ୍ଛେଦ ଅଧିକାରୀ ୨ ପ୍ରମୋଦ କୁମାର ପାତ୍ର, ଯୋଗସୂତ୍ର ଅଧିକାରୀ ସୁଧାଂଶୁ ଶେଖର ମହାନ୍ତି, ବିମଳ କୁମାର ଦାସ, ବଡ଼ଗଡ଼ ଥାନାର ଏସ୍‌ଆଇ ସରିତା ଶତପଥୀଙ୍କ ସହ ଗୋଟିଏ ପ୍ଲାଟୁନ୍‌ ପୋଲିସ ଫୋର୍ସ, ଗୋଟିଏ ସେକ୍ସନ ମହିଳା ପୋଲିସ, ଉଚ୍ଛେଦ ଦଳ ନଂ. ୧, ୩, ଦକ୍ଷିଣ ପୂର୍ବ ବିଏମ୍‌ସି ଜୋନର ସ୍କ୍ବାଡ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟ ହତ୍ୟା ମାମଲା: ଝାରପଡ଼ା ଜେଲ୍‌ରେ ୨୦ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ୱର, ୭।୭: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାର ତଦନ୍ତକୁ ଆହୁରି ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି କ୍ରମରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଆଜି ଭୁବନେଶ୍ୱର ଝାରପଡ଼ା ସ୍ପେସିଆଲ୍‌…

ଗୁଜରାଟ ସିରିଏଲ ବିସ୍ଫୋରଣ ମାମଲାରେ ବଡ଼ ରାୟ: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ

ଅହମଦାବାଦ,୭।୭: ୨୦୦୮ ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ଗୁଜରାଟ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ବଜାୟ ରଖିଛନ୍ତି। ହାଇକୋର୍ଟ ୩୮ ଜଣ…

ବୋର୍ଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ: ଘରେ ଶୋଇଥିବା ବେଳେ କଳାକାନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କା ସହ ସୁନା-ରୁପା ଅଳଙ୍କାର ଲୁଟ୍‌

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତି ପ୍ରାୟ…

୧୦୮ ଆମ୍ବୁଲାନ୍ସ ଭିତରେ ଜନ୍ମ ହେଲା ଶିଶୁ କନ୍ୟା: ଫାର୍ମାସିଷ୍ଟଙ୍କ ମହାନତାକୁ ପ୍ରଶଂସା

ଗୁଣପୁର,୭।୭(ସୁଜାତା ପାଢ଼ୀ): ମାନବତା ଏବେ ବି ବଞ୍ଚିଛି । ରାୟଗଡା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯୁଗଳ କିଶୋର ଶବର ମହାନତା ଦେଖାଇ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଜାକର୍ତ୍ତା,୭।୭: ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସବିଆଣ୍ଟୋ ଘୋଷଣା କରିଛନ୍ତି, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘Bintang…

ବୈତରଣୀରେ ବଢ଼ୁଛି ବନ୍ୟା, ଧସୁଛି ନଦୀବନ୍ଧ: ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା

ଧାମନଗର,୭।୭ (କାଳନ୍ଦି ବେହେରା): ଭଦ୍ରକ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ପାଞ୍ଚ ଦିନ ଧରି ବୈତରଣୀ ନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର…

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri