କଳ୍ପନାରୁ ବଡ଼ଗଡ଼ ରାସ୍ତା ହେବ ୪ ଲେନ୍‌

ଭୁବନେଶ୍ୱର/କଟକ ରୋଡ, ୨୨ା୮(ବ୍ୟୁରୋ/ଡି.ଏନ.ଏ.): କଳ୍ପନା ସିନେମା ହାଲ ଛକରୁ ବଡ଼ଗଡ଼ କେନାଲରୋଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାପାର୍ଶ୍ୱରୁ ବୁଧବାର ଜବରଦଖଲ ହଟିଛି। ରାସ୍ତାପାର୍ଶ୍ୱରେ ଥିବା ଜରି ଛପର ଘରୁଠାରୁ ଆରମ୍ଭ କରି ଅସ୍ଥାୟୀ ଦୋକାନ ମନ୍ଦିର ଓ ବଡ ଗଛଗୁଡ଼ିକୁ ଉଚ୍ଛେଦ କରାଯାଇଛି। ରାସ୍ତାଟିକୁ ୪ ଥାକିଆରେ ପରିଣତ କରିବା ସହ ଉପୁଜୁଥିବା ଟ୍ରାଫିକ୍‌ ସମସ୍ୟାକୁ ଏଡାଇବା ଲାଗି ପୂର୍ତ୍ତ ବିଭାଗ ଦ୍ୱାରା ଜାରି କରାଯାଇଥିବା ଚିଠି ନଂ. ୨୪୪୩କୁ ଭିତ୍ତି କରି ଏହି ଉଚ୍ଛେଦ କରାଯାଇଛି। ମିଳିତ ଏନ୍‌ଫୋର୍ସମେଣ୍ଟ ସ୍କା୍ବଡ (ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ପୂର୍ତ୍ତ ବିଭାଗ ଅଧିକାରୀ ଓ କମିଶନରେଟ ପୋଲିସ) ପକ୍ଷରୁ ପୂର୍ବାହ୍ନ ସାଢେ ୧୦ଟା ୩୦ରୁ ଏହି ଉଚ୍ଛେଦ ଆରମ୍ଭ ହୋଇଥିଲା। ଏଥିରେ ଦୁଇଟି ମନ୍ଦିର, ୧୨ ଜରିପାଲ ଥିବା ଦୋକାନ, ୯ ଦୋକାନର ବାହାରକୁ ବାହାରିଥିବା ଆଜବେଷ୍ଟସ, ୩୬ ବାଉଁଶ ବନ୍ଧା ଦୋକାନ, ୭ଟି ହୋଡିଂ ଓ ଗୋଟିଏ ଘରକୁ ଭଙ୍ଗାଯାଇଛି। ସମୟ ନ ହୋଇଯିବାରୁ କଳ୍ପନାରୁ ଟଙ୍କପାଣିରୋଡ ଜଗନ୍ନାଥ ଆଶ୍ରମ ଯାଏ ହେବାକୁ ଥିବା ଏହି ଉଚ୍ଛେଦକୁ କେନାଲରୋଡ ପାଖରେ ଅଟକାଯାଇଛି। ପୂର୍ବ ବିଭାଗ ପକ୍ଷରୁ ପୂର୍ବରୁ ୨୦୧୫ରେ ୬୭ଲକ୍ଷ ବ୍ୟୟ ଅଟକଳ କରାଯାଇଥିବା ବେଳେ ଏବେ ଏହା ୨କୋଟି ୯୦ ଲକ୍ଷରେ ପହଞ୍ଚତ୍ଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ-୧ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପଚାରିବାରେ ୯ଶହ ମିଟର ରାସ୍ତା ୪ ଥାକିଆ ହେବ। ଏନେଇ ଟେଣ୍ଡର ସରିଥିବା ବେଳେ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ମୋଟ ୩ ଗୋଟି ବୁଲଡୋଜର ବ୍ୟବହାର ହୋଇଥିଲା। ଉଚ୍ଛେଦରେ ଉଚ୍ଛେଦ ଅଧିକାରୀ ୨ ପ୍ରମୋଦ କୁମାର ପାତ୍ର, ଯୋଗସୂତ୍ର ଅଧିକାରୀ ସୁଧାଂଶୁ ଶେଖର ମହାନ୍ତି, ବିମଳ କୁମାର ଦାସ, ବଡ଼ଗଡ଼ ଥାନାର ଏସ୍‌ଆଇ ସରିତା ଶତପଥୀଙ୍କ ସହ ଗୋଟିଏ ପ୍ଲାଟୁନ୍‌ ପୋଲିସ ଫୋର୍ସ, ଗୋଟିଏ ସେକ୍ସନ ମହିଳା ପୋଲିସ, ଉଚ୍ଛେଦ ଦଳ ନଂ. ୧, ୩, ଦକ୍ଷିଣ ପୂର୍ବ ବିଏମ୍‌ସି ଜୋନର ସ୍କ୍ବାଡ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ

ଭୁବନେଶ୍ୱର,୧୦ା୩(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଉରକେଲା ଗସ୍ତରେ ଯିବେ। ଅପରାହ୍ନ ୫ଟା ୨୦ମିନିଟରେ ସେ ରାଉରକେଲା ବିମାନବନ୍ଦରରେ ପହଞ୍ଚତ୍ବେ। ଏହାପରେ ୫ଟା ୩୦ରେ ସେ ବିଶ୍ରା...

ଯୁବକଙ୍କ ମଳଦ୍ୱାରରେ ପଶିଗଲା ଶାବଳ

କୋଟଗଡ଼/ବାଲିଗୁଡ଼ା,୧ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ସୁବର୍ଣ୍ଣଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶନିବାର ଏକ ସ୍କୁଲ ମରାମତି ବେଳେ ଜଣେ ଯୁବକଙ୍କ ମଳଦ୍ୱାରରେ ଶାବଳ...

ହାଇକୋର୍ଟରେ ଗୋଳନ୍ଥରା ହାଜତ ମୃତ୍ୟୁ

କଟକ ଅଫିସ, ୧୧।୫: ଗଞ୍ଜାମ ଜିଲା ଗୋଳନ୍ଥରା ହାଜତ ମୃତ୍ୟୁ ଘଟଣାରେ ସୋମବାର ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଏକ...

ହାତୀ ଦାନ୍ତ ଚୋରା କାରବାର: ୨ ଗିରଫ

କେନ୍ଦୁଝର,୨୭ା୨(ସ୍ବ.ପ୍ର.): ରାଜ୍ୟ ଏସ୍‌ଟିଏଫ୍‌ ଟିମ୍‌ ଦାନ୍ତ ଚୋରା କାରବାର ବେଳେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ହାତୀଦାନ୍ତ...

କିଶୋରନଗରରେ ବଢୁଛି ଚୋରା ମଦ କାରବାର: ଅବକାରୀ ବିଭାଗ ନୀରବ, ସାଧାରଣରେ ଅସନ୍ତୋଷ

ବଇଣ୍ଡା,୧୮।୬(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ଥାନା ବାମୁର, କିଶୋରନଗର, ବାଟିମୁଣ୍ଡା, ସଞ୍ଜାମୁରା, ହିମିତିରା, ଅଙ୍ଗପଡ଼ା, ତୁରୁଡା, ରଣିଆକଟା ଆଦି ବିଭିନ୍ନ ଗ୍ରାମରେ ଚୋରା ମଦ କାରବାର ବୃଦ୍ଧି...

ଜାଣନ୍ତୁ ୪ ଦିନରେ ଓଡ଼ିଶାରୁ ପଠାଗଲା କେତେ ଅକ୍ସିଜେନ

କଟକ ଅଫିସ,୨୬।୪: କୋଭିଡ୍‌ କାୟାରେ ସାରା ଭାରତବର୍ଷ। ଏ ନେଇ ବର୍ତ୍ତମାନ ସମୟରେ ଅମ୍ଳଜାର ଘୋର ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ ସହଯୋଗର ହାତ ବଢ଼ାଇ...

ବିବାହ ପ୍ରତିଶ୍ରୁତି ଦେଇ ୫ ବର୍ଷ ଧରି ଯୁବତୀଙ୍କୁ ବଳାତ୍କାର

ବାରିପଦା ଅଫିସ,୨୧।୪: ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ବଳାତ୍କାର କରିଥିବା ବାରିପଦା ଟାଉନ ଥାନାରେ ଅଭିଯୋଗ...

ରାଜଧାନୀରେ ଡେଲିଭରି ବୟଙ୍କୁ ଅପହରଣ: ସ୍ତ୍ରୀଙ୍କୁ ଶେଷ ଥର କହିଥିଲେ‘ମୋତେ ବହୁତ ଡର ଲାଗୁଛି’

ଭୁବନେଶ୍ୱର, ୨।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅଞ୍ଚଳରୁ ଶନିବାର ରାତିରେ ଜଣେ ଡେଲିଭରି ବୟଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ...

Advertisement
Archives

Model This Week