କଳାପଟାରେ ଅଙ୍କ କଷି ନ ପାରିବାରୁ ଛାତ୍ରୀଙ୍କୁ ଦଣ୍ଡ : ଶିକ୍ଷକଙ୍କୁ ନିଲମ୍ବନ କଲେ ବିଇଓ, ଥାନାରେ ମାମଲା

ଔପଦା,୨।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତର ପଣ୍ଡୁଆ ପ୍ରାଥମିକ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ କଳାପଟାରେ ଅଙ୍କ କଷି ନ ପାରିବାରୁ ସହକାରୀ ଶିକ୍ଷକ ତାଙ୍କୁ ଦଣ୍ଡବିଧାନ କରିଥିଲେ। ପରିଣାମସ୍ବରୂପ ଉକ୍ତ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ ହେବାକୁ ପଡିଛି। ଛାତ୍ରୀଙ୍କ ପିତା ଶିକ୍ଷକଙ୍କ ବିରୋଧରେ ଔପଦା ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା(ନଂ.୭୫/୧୯) ରୁଜୁ କରିଛି। ସହକାରୀ ଶିକ୍ଷକ ସୁଦାମ ଚରଣ ସେଠୀ ଗତ ୩୦ ତାରିଖରେ ଶ୍ରେଣୀରେ ସବୁ ପିଲାଙ୍କୁ କଳାପଟା ନିକଟକୁ ଡାକି ଅଙ୍କ କଷିବାକୁ କହିଥିଲେ। ଉକ୍ତ ଛାତ୍ରୀଜଣକ ଅଙ୍କ କଷି ନ ପାରିବାରୁ ଶିକ୍ଷକ ବିରକ୍ତ ହୋଇ ପାଠ କାହିଁକି ପଢୁନୁ ବୋଲି କହି ତାଙ୍କ ଆପ୍ରୋନକୁ ଝିଙ୍କି ଦେଇଥିଲେ। ଏଥିରେ ଛାତ୍ରୀଙ୍କର ତଣ୍ଟି ଚାପି ହୋଇଯାଇଥିବା, ସମ୍ପୃକ୍ତ ଶିକ୍ଷକ ଜୀବନରୁ ମାରିଦେବାକୁ ଉଦ୍ୟମ ଓ ଦୁର୍ବ୍ୟବହାର କରିଥିବା ନେଇ ଛାତ୍ରୀଙ୍କ ପିତା ଔପଦା ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ଏନେଇ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଡକାଯାଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧିବଦ୍ଧ ଭାବେ ବ୍ଲକ ଶିକ୍ଷାଧିକାରୀଙ୍କୁ ନିବେଦନ କରାଯାଇଥିଲା। ଔପଦା ବ୍ଲକ ଶିକ୍ଷାଧିକାରୀ ଅଭିଯୋଗର ତଦନ୍ତ କରି ସମ୍ପୃକ୍ତ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଷଡ଼ଯନ୍ତ୍ର କରି ଫଶାଇ ଦିଆଯାଇଥିବା ଶିକ୍ଷକ ସୁଦାମ ଚରଣ ସେଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସାଇରନ୍‌ ଶୁଣି ଦୌଡ଼ିବା ବେଳେ ତଳେ ପଡ଼ି ଜଣଙ୍କ ଜୀବନ ଗଲା

ବେଗୁନିଆପଡ଼ା,୧୨ା୪(ଡି.ଏନ୍‌.ଏ.): ବର୍ତ୍ତମାନ ପୋଲିସ ସାଇରନ ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି। ଏହି ସାଇରନ୍‌ ଶୁଣି କନ୍ଧମାଳ ଜିଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତର...

କନ୍ଧମାଳରେ ପାସ୍‌ ହାର ୬୦.୪୪%

ଫୁଲବାଣୀ ଅଫିସ, ୨୦ା୮- କନ୍ଧମାଳ ଜିଲାରେ ଯୁକ୍ତ ୨ ବାଣିଜ୍ୟରେ ପାସ୍‌ହାର ରହିଛି ୬୦.୪୪ ପ୍ରତିଶତ। ଜିଲାରେ ମୋଟ ୨୨୫ ଜଣ ପରୀକ୍ଷା ଦେଇଥିବା ବେଳେ...

ଖବରଦାତାଙ୍କୁ ମାଡ଼ ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର

ପାଟଣା,୨୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମପାଟଣା ପ୍ରେସ କ୍ଲବ ତରଫରୁ ସୋମବାର କେନ୍ଦ୍ରାପଡ଼ାରେ ଖବରଦାତାଙ୍କୁ ପୋଲିସର ମାଡ଼ ମାରିବା ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି।...

ତାରାତାରିଣୀଙ୍କୁ ଦର୍ଶନ ପାଇଁ ଗାଇଡ୍‌ଲାଇନ୍‌ ଜାରି

ଛତ୍ରପୁର,୨ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ଥିବା ମା’ ତାରାତାରିଣୀ ମନ୍ଦିର ରବିବାରଠାରୁ ଜନସାଧାରଣଙ୍କ ଦର୍ଶନ ଲାଗି ଗାଇଡ୍‌ଲାଇନ୍‌ ଅନୁସାରେ ହେବ। ଏନେଇ ଶନିବାର ଜିଲାପାଳ...

ଠିକାଦାରଙ୍କ କବ୍‌ଜାରେ ମହାବିଦ୍ୟାଳୟ ଖେଳପଡ଼ିଆ

ବାଲେଶ୍ୱର ଅଫିସ,୩୦।୧- ବାଲେଶ୍ୱର ସହର ଏଡ଼ିଏମ୍‌ ଛକ ସ୍ଥିତ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିସରରେ ଥିବା ଖେଳ ପଡ଼ିଆରେ ଜନୈକ ଠିକାଦାର ଅନ୍ୟତ୍ର କାର୍ଯ୍ୟ ପାଇଁ...

ଛୁଟିଦିନରେ ବିଦ୍ୟାଳୟ ପରିଦର୍ଶନ କଲେ ବିଡିଓ

ପଦ୍ମପୁର, ୮।୧୨ (ଡି.ଏନ.ଏ.)- ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ପଞ୍ଚାୟତ ପୁରୁଷୋତ୍ତମପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢୁଛନ୍ତି। ଶନିବାର ଏ ସମ୍ପର୍କରେ...

ମମିତା ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ,୨୦ା୧୦: ମମିତା ମେହେର ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ତାଙ୍କୁ କଡ଼ା ସୁରକ୍ଷା...

ମୁମ୍ବାଇରୁ ସାଇକେଲରେ କଣ୍ଟାମାଳ ଆସିଲେ ୫ ଶ୍ରମିକ: ପାଖରେ ପଇସା ନ ଥିବାରୁ ବିକିଥିଲେ ୨ ସାଇକେଲ

ଗୁଡଭେଲା,୯ା୫(ଡି.ଏନ୍‌.ଏ.) : ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅଞ୍ଚଳର ୫ ଯୁବ ଶ୍ରମିକ ସାଇକେଲରେ ବମ୍ବେରୁ ନିଜ ଗାଁକୁ ଫେରୁଥିବା ବେଳେ ତୁଷୁରା ସହର ଦେଇ...

Advertisement
Archives

Model This Week