କର୍ଫ୍ୟୁ ସମୟରେ ଘରୁ ଗୋଡ଼ କାଢ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ଅନୁଗୋଳ ପୋଲିସ

ଅନୁଗୋଳ ଅଫିସ,୮ା୫: ଅନୁଗୋଳ ପୋଲିସ ପ୍ରଶାସନ ପକ୍ଷରୁ ଶୁକ୍ରବାର ସକାଳେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଏହି ଫ୍ଲାଗ୍‌ମାର୍ଚ୍ଚ ସମୟରେ କରୋନା ଭାଇରସ୍‌ ସଂକ୍ରମଣ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।
ଅନୁଗୋଳରେ ବୁଧବାର ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା। ସେଥିପାଇଁ ଅନୁଗୋଳ ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ଘରୁ ବାହାରକୁ ନ ବାହାରିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଭିନ୍ନ ଜିଲାରେ ବୃଦ୍ଧି ପାଉଥିବାରୁ ଅନୁଗୋଳ ଜିଲା ଗ୍ରୀନ୍‌ ଜୋନ୍‌ରେ ରହିଛି। ଏପରି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ନିୟମକୁ ଲୋକମାନେ ଅମାନ୍ୟ କରୁଥିବାରୁ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଘୋଷଣା କରାଯାଇଛି। ଏହି ସମୟରେ ଲୋକମାନେ ଘରୁ ନ ବାହାରିବାକୁ ଅନୁଗୋଳ ପୋଲିସ ପକ୍ଷରୁ କୁହାଯାଇଛି। ସଚେତନ ପରେ ଯେଉଁମାନେ ଅମାନିଆ ହୋଇ ଘରୁ ପଦାକୁ ଗୋଡ଼ କାଢ଼ିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଏସ୍‌ଡିପିଓ ଅଶ୍ବନୀ ସାହୁ, ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀ , ସବ-ଇନ୍ସପେକ୍ଟର ପ୍ରକାଶ ମାଝି, ଅରକ୍ଷିତ ସେଠୀ, ବିପ୍ଳବ ସାହୁ, ସତ୍ୟ ରଞ୍ଜନ ଲେଙ୍କା, ଯମୁନା ମାରାଣ୍ଡିଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମାଓବାଦୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ: ୨୦୧୯ ବିସ୍ଫୋରଣରେ ଥିଲା ହାତ

କୋରୁକୋଣ୍ଡା,୮।୮(ଡି.ଏନ୍‌.ଏ.): ମାଲକାନଗିରି ପୋଲିସ ପକ୍ଷରୁ ଜଣେ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେ ହେଲେ ସମରା ବଜ। ସମରା ଦୀର୍ଘ ଦିନରୁ ମାଓବାଦୀ ସଙ୍ଗଠନ ପାଇଁ କାର୍ଯ୍ୟ...

ଆକ୍ରମଣ କରି ଗ୍ୟାସ ଏଜେନ୍ସି କର୍ମଚାରୀଙ୍କଠାରୁ ୧୦ ଲକ୍ଷ ୮୦ହଜାର ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ, ୪।୫: ଭଦ୍ରକ ଜିଲା ତିହିଡି ବ୍ଲକରେ ସୋମବାର ଜଣେ ଗ୍ୟାସ ଏଜେନ୍ସି କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିବା...

ଶିକ୍ଷକ ନିର୍ଯାତନା ଦେବା ଅଭିଯୋଗରେ ଛାତ୍ରୀଛାତ୍ରଙ୍କ ପୋଡ଼ାଜଳା

ହିଞ୍ଜିଳିକାଟୁ,୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସରକାରୀ ଆଇଟିଆଇ ଛାତ୍ରୀଛାତ୍ରଙ୍କୁ ଉକ୍ତ ଅନୁଷ୍ଠାନର ଜଣେ ଶିକ୍ଷକ ନିର୍ଯାତନା ଦେଉଥିବା ଅଭିଯୋଗରେ ଶନିବାର ଛାତ୍ରୀଛାତ୍ର ଆଇଟିଆଇକୁ ତାଲା ପକାଇ...

ବେପାରୀଙ୍କ କବ୍‌ଜାରେ ହଳଦୀପତ୍ର

କେନ୍ଦୁଝର,୧୬।୧୧: ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ବିଭିନ୍ନ ପର୍ବରେ ଘରେ ପିଠାପଣାରେ ମହକି ଉଠେ। ଓଡ଼ିଆଣୀ ଘରେ ବିଭିନ୍ନ ପ୍ରକାରର ପିଠା ମଧ୍ୟରୁ...

ସ୍ଥାଣୁ ପାଲଟିଲାଣି ଜିଲା ଅବକାରୀ ବିଭାଗ : ୧୧ ପଦବୀ ଖାଲି, ଅନିଶ୍ଚିତତାରେ ଅବକାରୀ ଥାନା

ଜଗତ୍‌ସିଂହପୁର ଅଫିସ,୧୨ା୬: ଜଗତ୍‌ସିଂହପୁର ଜିଲା ଅବକାରୀ ବିଭାଗ ଏକ ପ୍ରକାର ସୁପ୍ତ ଅବସ୍ଥାରେ ରହିଛି। ଅନୁମୋଦିତ ୪୧ ପଦବୀରୁ ୧୧ଟି ଖାଲିପଡିଛି। ସେହିପରି ଜିଲାରେ ହେବାକୁ...

ଏସ୍‌ସିବିରେ ହେବ କରୋନା ପରୀକ୍ଷା

କଟକ ଅଫିସ, ୩୧।୩: କଟକ ଏସ୍‌ସିବି ମେଡିକାଲରେ କରୋନା ଭୂତାଣୁ ପରୀକ୍ଷା କେନ୍ଦ୍ର ଖୋଲାଯିବ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଥିବା...

ଗାଁରେ ପଶି ଘର ଭାଙ୍ଗିଲେ ହାତୀପଲ

ଗୁଡ଼ଭେଲା,୮ା୧ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅଧୀନ ଜାମୁଟ, ରହେନମାଳ ଓ ତରଙ୍ଗମୁଣ୍ଡାରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ରବିବାର ସକାଳେ ଏହିସବୁ ଗ୍ରାମର...

ଗାନ୍ଧୀଙ୍କ ସ୍ମୃତି ବହନ କରୁଛି ମଧୁମନ୍ଦିର

ବ୍ରହ୍ମପୁର ଅଫିସ,୩୦।୧:୧୯୨୦ରୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ ଗଠିତ ହୋଇଥିଲା। ଏହାପରେ ୧୯୨୧ରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଓଡ଼ିଶାରେ ପଣ୍ଡିତ ଗୋପବନ୍ଧୁ ଦାସ ସ୍ବାଧୀନତା...

Advertisement
Archives

Model This Week