କର୍ପୋରେଟ ଟିକସ ହ୍ରାସ ଐତିହାସିକ: ମୋଦି

ନୂଆଦିଲ୍ଲୀ,୨୧-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କର୍ପୋରେଟ ଟିକସ, ମିନିମମ୍‌ ଅଲ୍ଟରନେଟ ଟିକସ ଓ କ୍ୟାପିଟାଲ ଗେନ୍ସ ଉପରେ ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରିନିଆଯାଇଥିବା ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ, ଅର୍ଥମନ୍ତ୍ରୀଙ୍କ ପଦକ୍ଷେପ ଐତିହାସିକ। ତାଙ୍କ ସରକାର ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପହଞ୍ଚାଇବା ଲାଗି ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। କର୍ପୋରେଟ ଟିକସ ହ୍ରାସ ଦ୍ୱାରା ମେକ୍‌ ଇନ୍‌ ଇଣ୍ଡିଆକୁ ଶକ୍ତି ମିଳିବ। ଏହାଦ୍ୱାରା ଘରୋଇ ନିବେଶ ବୃଦ୍ଧି ପାଇବ ଓ ଭାରତୀୟ ସାମଗ୍ରୀ ବିଶ୍ୱରେ ପ୍ରତିଯୋଗିତାରେ ସାମିଲ ହୋଇପାରିବ।
ସାହସିକ ପଦକ୍ଷେପ: ଆର୍‌ବିଆଇ ଗଭର୍ନର
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ କର୍ପୋରେଟ ଟିକସ ହ୍ରାସ ଘୋଷଣାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସ୍ବାଗତ କରିଛନ୍ତି। ସୀତାରାମନ୍‌ ଏକ ସାହସିକ ପଦକ୍ଷେପ ନେଇଛନ୍ତି। ଏହା ଅର୍ଥନୀତି ପାଇଁ ସକାରାମତ୍କ ହେବ ଏବଂ ଆଗକୁ ବଢ଼ିବାରେ ସହାୟତା କରିବ। ଏହାଦ୍ୱାରା ବିକାଶଶୀଳ ଦେଶଗୁଡ଼ିକ ସହ ଏଣିକି ଭାରତ ପ୍ରତିଯୋଗିତାରେ ସାମିଲ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri