କର୍ପୋରେଟ ଟିକସ ହ୍ରାସକୁ ଆଇଏମ୍‌ଏଫ୍‌ର ସମର୍ଥନ

ଓ୍ବାଶିଂଟନ,୨୦-୧୦: ଘରୋଇ ବଜାର ଲାଗି କର୍ପୋରେଟ ଟିକସ ହ୍ରାସ ଦିଗରେ ଭାରତ ସରକାର ନିକଟରେ ନେଇଥିବା ନିଷ୍ପତ୍ତିକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଶୁକ୍ରବାର ସମର୍ଥନ ଜଣାଇଛି। ନିବେଶ ବଢାଇବା ଦିଗରେ ଏହା ସହାୟତା କରିବ ବୋଲି ଉକ୍ତ ଅନ୍ତର୍ଜାତୀୟ ଏଜେନ୍ସି ପ୍ରକାଶ କରିଛି। ବିତ୍ତିୟ ଧାରାକୁ ସଙ୍ଗଠିତ କରିବା ଏବଂ ଦୀର୍ଘମିଆଦୀ ସ୍ଥିରତା ଉପରେ ଏହା ଗୁରୁତ୍ୱାରୋପ କରିଛି। ବିତ୍ତୀୟ ପ୍ରସଙ୍ଗକୁ ନେଇ ଭାରତ ସତର୍କ ରହିବା ଆବଶ୍ୟକ। ନିବେଶ ଉପରେ ସକାରାତ୍ମକ ପ୍ରଭାବ ରହୁଥିବାରୁ କର୍ପୋରେଟ ଟିକସ ହ୍ରାସକୁ ସମର୍ଥନ ଜଣାଉଛୁ ବୋଲି ଆଇଏମ୍‌ଏଫ୍‌ ଏସିଆ ପାସିଫିକ ବିଭାଗ ନିର୍ଦ୍ଦେଶକ ଚାଙ୍ଗୟଙ୍ଗ ରେ କହିଛନ୍ତି। ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଗତ ଦୁଇ ତ୍ରୈମାସ ଧରି ଦେଶର ଜିଡିପି ଅଭିବୃଦ୍ଧି ହାର କମୁଛି। ଚଳିତ ଆର୍ଥତ୍କ ବର୍ଷ ଲାଗି ଅଭିବୃଦ୍ଧି ୬.୧% ଏବଂ ୨୦୨୦ରେ ୭% ରହିବା ନେଇ ଏହି ଅନ୍ତର୍ଜାତୀୟ ଏଜେନ୍ସି ଆଶାବାଦୀ ରହିଛି।
ରିଜର୍ଭ ବ୍ୟାଙ୍କର ରେପୋ ହ୍ରାସ ଏବଂ କର୍ପୋରେଟ ଟିକସ ହ୍ରାସ ପଦକ୍ଷେପ ନିବେଶ ଧାରା ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ଅପରପକ୍ଷରେ ଭାରତ ଅଣବ୍ୟାଙ୍କିଂ ବିତ୍ତ ପ୍ରତିଷ୍ଠାନ (ଏନ୍‌ବିଏଫ୍‌ସି) ସମସ୍ୟାକୁ ନଜରରେ ରଖୁ ବୋଲି ଏସିଆ ପାସିଫିକ ଉପନିର୍ଦ୍ଦେଶକ ଆନି ମାରି ଗଲଡେଓଲ୍ଫ କହିଛନ୍ତି। ଏନ୍‌ବିଏଫ୍‌ସି ଯେଭଳି ଋଣ ପ୍ରଦାନ କରିବାକୁ ସକ୍ଷମ ହେବେ ତାକୁ ମଧ୍ୟ ଧ୍ୟାନ ଦେବାକୁ ହେବ। ଭାରତ ବୃହତ୍‌ ପରିମାଣର ଋଣ କରୁଥିବାରୁ ବିତ୍ତୀୟ ଧାରାକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି। ଭାରତ ଏକ ସଂଘୀୟ ରାଷ୍ଟ୍ର ହୋଇଥିବାରୁ ଏ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ରହିଛି। ରାଜ୍ୟଗୁଡିକ କ୍ଷେତ୍ରରେ ବିତ୍ତୀୟ ପରିଚାଳନାକୁ ଦୃଢୀଭୂତ କରିବାକୁ ଗଲଡେଓଲ୍ଫ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର! ୨୦%ରୁ ଅଧିକ ଇଥାନଲ ମିଶିବ ପେଟ୍ରୋଲରେ, ସ୍ପଷ୍ଟ କଲେ…

ଦେଶରେ ପ୍ରଚଳିତ ୨୦% ଇଥାନଲ୍‌ ମିଶ୍ରିତ ପେଟ୍ରୋଲ (ଇ-୨୦) ଯୋଗୁ ଗାଡ଼ି ଯନ୍ତ୍ରାଂଶ ଖରାପ ହେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ଦୃଢ଼ ବିରୋଧ…

ଗ୍ରାହକଙ୍କୁ ଆପଲର ବଡ଼ ଝଟକା! ୧୭ ହଜାର ମହଙ୍ଗା ହେଲା iPhone 17, 17e ସହ…

ନୂଆଦିଲ୍ଲୀ, ନିକଟରେ ଆପଲ (Apple) ନିଜର ନୂଆ ଆଇଫୋନ ୧୮ ପ୍ରୋ ସିରିଜ (iPhone 18 Pro Series) ଏବଂ ପ୍ରଥମ ଫୋଲ୍ଡେବଲ ଫୋନ ଆଇଫୋନ ଡୁଓ…

ଲଞ୍ଚ ହେଲା iPhone 18 Pro- Pro Max: ଦାମ୍‌, ଫିଚର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: Apple ନିଜର ସେପ୍ଟେମ୍ବର ଲଞ୍ଚ ଇଭେଣ୍ଟରେ iPhone 18 Pro ଓ iPhone 18 Pro Maxକୁ ବଜାରକୁ ଆଣିଛି। ନୂଆ Pro ମଡେଲର କ୍ୟାମେରା,…

ସକାଳୁ ସକାଳୁ ତେଲ ବଜାରରେ ହଲଚଲ, ପେଟ୍ରୋଲକୁ ନେଇ ଆସିଲା ବଡ଼ ଅପଡେଟ୍‌!

ନୂଆଦିଲ୍ଲୀ,୧୦।୯: ଅନ୍ତର୍ଜାତୀୟ ବଜାରରେ କଚ୍ଚା ତେଲ (ଅଶୋଧିତ ତେଲ)ର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୧୦୦ ଡଲାର ପାର୍‌ କରିଛି। ଏହାଯୋଗୁଁ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡ଼ିକର…

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

ଚାକିରିଆ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ଶୀଘ୍ର ଲିଙ୍କ୍‌ କରନ୍ତୁ ଆଧାରକାର୍ଡ ନହେଲେ…

ନୂଆଦିଲ୍ଲୀ,୯।୯: ଚାକିରିଆ କର୍ମଚାରୀ ଏବଂ ଇଏସଆଇସି (ESIC) ହିତାଧିକାରୀଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା ଆସିଛି। ଏବେ ସମସ୍ତ ଇଏସଆଇସି କାର୍ଡଧାରୀଙ୍କ ପାଇଁ ନିଜ ପରିଚୟ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri