କର୍ପୋରେଟ ଜଗତକୁ ସୀତାରାମନ୍‌ଙ୍କ ପୂଜା ଭେଟି

ପାନାଜୀ,୨୧-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କର୍ପୋରେଟ ଜଗତକୁ ପୂଜା ଉପହାର ଭେଟି ଦେବାକୁ ଯାଇ ବଜେଟ ଢ଼ାଞ୍ଚାରେ ଟିକସ ହ୍ରାସ ଘୋଷଣା କରିଛନ୍ତି। ଏହାକୁ ତାଙ୍କର ମିନି ବଜେଟ କୁହାଯାଉଛି। ସେହିପରି ମିନିମମ୍‌ ଅଲ୍ଟରନେଟିଭ ଟିକସ ହ୍ରାସ କରି ସେ କର୍ପୋରେଟ ଜଗତକୁ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଷ୍ଟକ୍‌ ମାର୍କେଟ ନିବେଶକଙ୍କ ପାଇଁ ସେ ବଡ଼ଧରଣର ଘୋଷଣା କରିଛନ୍ତି। କର୍ପୋରେଟ ଟିକସକୁ ୧୦ ପ୍ରତିଶତ ହ୍ରାସ କରି ୨୫.୧୭%ରେ ରଖାଯାଇଥିବା ବେଳେ ଏହା ଏସିଆରେ ଭାରତର ପ୍ରତିଦ୍ୱନ୍ଦ୍ୱି ଦେଶ ଚାଇନା,ଦକ୍ଷିଣ କୋରିଆ ଓ ଇଣ୍ଡୋନେସିଆ ସହ ସମକକ୍ଷ ହୋଇଛି ବୋଲି ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୀତାରାମନ୍‌ ଶୁକ୍ରବାର କହିଛନ୍ତି। ଏହାଦ୍ୱାରା ଚାହିଦା ଓ ନିବେଶ ବଢ଼ିବ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, ଏଥିଯୋଗୁ ସରକାରଙ୍କୁ ବାର୍ଷିକ ୧.୪୫ ଲକ୍ଷ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡିବ।
ଆର୍ଥିକ ଅଭିବୃଦ୍ଧିକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ କର୍ପୋରେଟ ଜଗତକୁ ଖୁସି କରିବାକୁ ଯାଇ ସୀତାରାମନ୍‌ ତାଙ୍କର ଚତୁର୍ଥ ଅଭିବୃଦ୍ଧି ପଦକ୍ଷେପ ଘୋଷଣା କରିଛନ୍ତି। ଘରୋଇ କମ୍ପାନୀ ଓ ନୂଆ ମାନୁଫାକ୍‌ଚରିଂ କମ୍ପାନୀଙ୍କ ଲାଗି ଏକ ଅଧ୍ୟାଦେଶ ଜରିଆରେ କର୍ପୋରେଟ ଟିକସକୁ ହ୍ରାସ କରାଯାଇଛି ବୋଲି ସେ କହିଛନ୍ତି। ତାଙ୍କର କହିବାନୁଯାୟୀ, ଘରୋଇ କମ୍ପାନୀ ଅନ୍ୟ କୌଣସି ଛାଡ଼ ନେଉ ନ ଥିଲେ କେବଳ ୨୨% ଟିକସ ଦେବେ। ତେବେ ସରଚାର୍ଜ ଓ ଅନ୍ୟ ସେସ୍‌ ମିଶାଇଲେ ପ୍ରଭାବୀ ଟିକସ ପରିମାଣ ୨୫.୧୭% ହେବ। ବର୍ତ୍ତମାନ କମ୍ପାନୀଗୁଡ଼ିକ ୩୦% ହାରରେ କର୍ପୋରେଟ ଟିକସ ଦେଉଛନ୍ତି। ସେସ୍‌ ଓ ସରଚାର୍ଜ ମିଶାଇଲେ ଏହା ୩୪.୯୪%ରେ ପହଞ୍ଚତ୍ୟାଉଛି। ଅର୍ଥାତ୍‌ ନୂଆ ଟିକସ ହାର ଲାଗୁ ହେବା ପରେ କର୍ପୋରେଟ ଜଗତର ଟିକସ ହାର ୧୦% ହ୍ରାସ ପାଇବ। ସୂଚନାଥାଉ କି, ପ୍ରାଇଭେଟ, ଲିମିଟେଡ, ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ ଅଥବା ଅଣ ତାଲିକାଭୁକ୍ତ କମ୍ପାନୀ ସମସ୍ତଙ୍କ ଠାରୁ କର୍ପୋରେଟ ଟିକସ ଆଦାୟ କରାଯାଇଥାଏ। କର୍ପୋରେଟ ଟିକସକୁ ସରକାରଙ୍କ ମୁଖ୍ୟ ରାଜସ୍ବ ଆୟ ଭାବେ ଧରାଯାଏ। ସୀତାରାମନ୍‌ କହିଛନ୍ତି ଯେ, କୌଣସି କମ୍ପାନୀ ଯଦି ବର୍ତ୍ତମାନ ଛାଡ଼ ନେଉଛନ୍ତି, ତେବେ ଏହା ଟିକସ ହଲିଡେ ଶେଷ ହେବା ପରେ କମ୍‌ ଟିକସ ହାର ବିକଳ୍ପ ବାଛି ପାରିବେ। ନୂଆ ଟିକସ ହାର ଏପ୍ରିଲ ପହିଲାରୁ ଲାଗୁ ହେବ। ଏହା ଦକ୍ଷିଣ-ପୂର୍ବ ଏସିଆରେ ସବୁଠାରୁ କମ୍‌ ହୋଇଛି।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଅକ୍ଟୋବର ପହିଲା ପରେ ପ୍ରତିଷ୍ଠା ହେବାକୁ ଥିବା ନୂଆ ଘରୋଇ ମାନୁଫାକ୍‌ଚରିଂ କମ୍ପାନୀଙ୍କ ଲାଗି ଟିକସ ହାର ୧୫% ରହିବ। ସରଚାର୍ଜ ଓ ସେସ୍‌ ମିଶାଇଲେ ଏହା ୧୭.୦୧%ରେ ହେବ। ତେବେ ସେମାନଙ୍କୁ ଅନ୍ୟ କୌଣସି ଇନ୍‌ସେଣ୍ଟିଭ ବା ପ୍ରୋତ୍ସାହନ ମିଳିବ ନାହିଁ। ସୂଚନାଥାଉ କି, ନୂଆ ମାନୁଫାକ୍‌ଚରିଂ କମ୍ପାନୀଙ୍କ ପାଇଁ ପୂର୍ବରୁ ୨୫% ଟିକସ ଆଦାୟ କରାଯାଉଥିଲା। ସେସ୍‌ ଓ ସରଚାର୍ଜ ମିଶାଇଦେଲେ ଏହା ୨୯.୧୨%ହେଉଥିଲା। ଅର୍ଥାତ୍‌ ଅକ୍ଟୋବର ପହିଲା ପରେ ନୂଆ ମାନୁଫାକ୍‌ଚରିଂ କମ୍ପାନୀଙ୍କ ଟିକସ ଦେୟ ୧୨% କମିଯିବ। ନୂଆ କମ୍ପାନୀ ଅନ୍ୟ କୌଣସି ପ୍ରୋତ୍ସାହନ ନେଉ ନ ଥିଲେ ତାଙ୍କୁ ଏହି ଫାଇଦା ମିଳିବ। ତେବେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ସେମାନଙ୍କୁ ପ୍ରଡକ୍ସନ ବା ଉତ୍ପାଦନ ଆରମ୍ଭ କରିବାକୁ ହେବ ବୋଲି ସର୍ତ୍ତ ରଖାଯାଇଛି। ଟିକସ ଛାଡ଼ ଦେବା ଦ୍ୱାରା ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଧୀନରେ ନିବେଶ, ରୋଜଗାର ଓ ଆର୍ଥିକ ଗତିବିଧି ବଢ଼ିବ ଏବଂ ରାଜସ୍ବ ଆୟ ବୃଦ୍ଧି ପାଇବ। ଏହାଦ୍ୱାରା ବ୍ୟବସାୟୀ ନୂଆ ମାନୁଫାକ୍‌ଚରିଂ କମ୍ପାନୀ ଖୋଲିବା ଲାଗି ପ୍ରୋତ୍ସାହିତ ହେବେ ବୋଲି ସୀତାରାମନ୍‌ କହିଛନ୍ତି।
ସେହିପରି ସରକାର ମିନିମମ୍‌ ଅଲ୍ଟରନେଟ୍‌ ଟ୍ୟାକ୍ସ ବା ସର୍ବନିମ୍ନ ବିକଳ୍ପ ଟିକସ(ମ୍ୟାଟ୍‌)କୁ ହ୍ରାସ କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, କମ୍ପାନୀଗୁଡ଼ିକ ଏଣିକି ମ୍ୟାଟ୍‌ ବାବଦରେ ୧୫% ଟିକସ ଦେବେ। ସୂଚନାଥାଉ କି, ରିହାତି ହାସଲ କରୁଥିବା କମ୍ପାନୀ ବିଭିନ୍ନ ଛାଡ଼ ପାଉଥିବା କାରଣରୁ ଆଦୌ ଟିକସ ଦିଅନ୍ତି ନାହିଁ। ଏଭଳି କମ୍ପାନୀଙ୍କ ଠାରୁ ମ୍ୟାଟ୍‌ ଆଦାୟ କରାଯାଇଥାଏ। ବର୍ତ୍ତମାନ ସେମାନଙ୍କ ଠାରୁ ୧୮.୫% ଟିକସ ଆଦାୟ କରାଯାଉଛି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ବିଦେଶୀ କମ୍ପାନୀ ଅଧିକ ଉତ୍ସାହିତ ହେବେ। କାରଣ ସେମାନେ ଅଧିକ ମ୍ୟାଟ୍‌ କାରଣରୁ ଭାରତରେ ନିବେଶ କରିବାକୁ ପଛାଉଛନ୍ତି। ସରକାରଙ୍କ ଘୋଷଣା ପରେ ବିଦେଶୀ ନିବେଶକଙ୍କ ଆଗମନ ବୃଦ୍ଧି ପାଇଲେ ମୋଦି ସରକାରଙ୍କ ୨୦୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ କରିବା ସହଜ ହୋଇଯିବ।
ଷ୍ଟକ୍‌ ମାର୍କେଟ ନିବେଶକଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ସରକାର ଶେୟାର ବିକ୍ରି ଉପରେ ଆଦାୟ ହେଉଥିବା କ୍ୟାପିଟାଲ ଗେନ୍ସ ଟ୍ୟାକ୍ସ ଉପରେ ଲାଗୁଥିବା ଅତିରିକ୍ତ ସରଚାର୍ଜକୁ ହଟାଇ ଦେଇଛନ୍ତି। ଜୁଲାଇ ୫ ପୂର୍ବରୁ ଶେୟାର ବାଏବ୍ୟାକ୍‌ ପାଇଁ ଘୋଷଣା କରିଥିବା କମ୍ପାନୀଙ୍କ ପାଇଁ ମଧ୍ୟ ଏହି ଅତିରିକ୍ତ ସରଚାର୍ଜ ଲାଗୁ ହେବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସୂଚନାଥାଉ କି, ଜୁଲାଇ ୫ ସାଧାରଣ ବଜେଟରେ ଉଭୟ ଘରୋଇ ଓ ବିଦେଶୀ ନିବେଶକଙ୍କୁ ଝଟକା ଦେଇ ସରକାର ଅତିରିକ୍ତ ସରଚାର୍ଜ ଲାଗୁ କରିଥିଲେ। ଏଥିସହ ଶେୟାର ବଜାରରେ ନିବେଶ ଉପରେ ଲଙ୍ଗ୍‌ ଟର୍ମ କ୍ୟାପିଟାଲ ଗେନ୍ସ ସରଚାର୍ଜ ବଢ଼ାଇ ଦେଇଥିଲେ। ସରକାରଙ୍କ ନୂଆ ଘୋଷଣା ଦ୍ୱାରା ଷ୍ଟକ୍‌ ମାର୍କେଟରେ ଶେୟାର କିଣାବିକା କରୁଥିବା, ଇକ୍ୟୁଇଟି ମ୍ୟୁଚୁଆଲ୍‌ ଫଣ୍ଡରେ ନିବେଶ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହାଦ୍ୱାରା ଫାଇଦା ମିଳିବ।
ସେହିଭଳି କର୍ପୋରେଟ ସୋସିଆଲ ରେସ୍‌ପନ୍‌ସିବିଲିଟି(ସିଏସ୍‌ଆର୍‌) ଅଧୀନରେ ହେଉଥିବା ୨% ଖର୍ଚ୍ଚର ପରିଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ୨% ସିଏସ୍‌ଆର୍‌ ଅର୍ଥରାଶିକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର,ଅନ୍ୟ କୌଣସି ଏଜେନ୍ସି କିମ୍ବା କେନ୍ଦ୍ର ଓ ରାଜ୍ୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ଅର୍ଥ ଯୋଗାଣ ହେଉଥିବା ଇନ୍‌କ୍ୟୁବେଟର୍ସ ଉପରେ ମଧ୍ୟ ଖର୍ଚ୍ଚ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri