Posted inଜାତୀୟ

କର୍ନାଟକରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ:୩ ବିଦ୍ରୋହୀ ବିଧାୟକ ଅଯୋଗ୍ୟ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୨୬।୭(ପି.ଟି.):କର୍ନାଟକରେ ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ ୧୪ ମାସିଆ ମେଣ୍ଟ ସରକାର ଆସ୍ଥାଭୋଟରେ ପରାଜିତ ହେବାର ଦୁଇଦିନ ପରେ ବିଧାନସଭା ବାଚସ୍ପତି କେ.ଆର. ରମେଶ କୁମାର ୩ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଅନ୍ୟ ୧୪ ବିଦ୍ରୋହୀ ବିଧାୟକମାନଙ୍କ ସମ୍ପର୍କରେ ମଧ୍ୟ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଗୁରୁବାର ବାଚସ୍ପତି ସ୍ପଷ୍ଟ କରିଛନ୍ତି।
ଇସ୍ତଫା ଦେଇଥିବା ସ୍ବାଧୀନ ବିଧାୟକ ଆର. ଶଙ୍କରଙ୍କୁ ପଞ୍ଚଦଶ ବିଧାନସଭା ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ ୨୦୨୩ ଯାଏ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଛନ୍ତି। ସେହିପରି ଦଳବଦଳ ଆଇନର ଦଶମ ଅନୁଚ୍ଛେଦ ଅନୁସାରେ କଂଗ୍ରେସ ବିଧାୟକ ରମେଶ ଜାର୍କିହୋଲି ଓ ମହେଶ କୁମଥାଲ୍ଲୀଙ୍କୁ ମଧ୍ୟ ଅଯୋଗ୍ୟ ଘୋଷଣା କରାଯାଇଛି। ଏହି ବିଧାୟକମାନେ ବିଧାନସଭାକୁ ଆସିପାରିବେ ନାହିଁ କି ଗୃହର ଅବଧି ଶେଷ ହେବା ଯାଏ ନିର୍ବାଚନ ଲଢ଼ିପାରିବେ ନାହିଁ। କଂଗ୍ରେସ ଏବଂ ଜେଡିଏସ୍‌ର ଅବଶିଷ୍ଟ ୧୪ ବିଦ୍ରୋହୀ ବିଧାୟକମାନଙ୍କ ସମ୍ପର୍କରେ ଦିନେ ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନେବେ ବୋଲି ବେଙ୍ଗାଲୁରୁରେ ଏକ ଖବରଦାତା ସମ୍ମିଳନୀରେ ବାଚସ୍ପତି କହିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ପକ୍ଷରୁ ସ୍ବାଗତ କରାଯାଇଛି। ପ୍ରକାଶ ଯେ, ଶାସକ ମେଣ୍ଟର ୧୫ ବିଦ୍ରୋହୀ ବିଧାୟକ ଇସ୍ତଫା ଦେବା ପରେ ୨ ସ୍ବାଧୀନ ବିଧାୟକ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଥିଲେ। ଫଳରେ ୩ ସପ୍ତାହ ଧରି ସରକାର ବଞ୍ଚାଇବା ପାଇଁ କୁମାରସ୍ବାମୀ ଉଦ୍ୟମ କରିଥିଲେ। ଶେଷରେ ମଙ୍ଗଳବାର ବିଧାନସଭାରେ ଆସ୍ଥାଭୋଟରେ କୁମାରସ୍ବାମୀ ସରକାର ପରାଜିତ ହୋଇଥିଲେ। ସେପଟେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ପାଗ ଭିଡ଼ିଥିବା ଭାଜପା ନେତା ବି.ଏସ୍‌. ୟେଦୁରପ୍ପା କେନ୍ଦ୍ରୀୟ ନିର୍ଦ୍ଦେଶକୁ ଅପେକ୍ଷା କରି ବସିଛନ୍ତି। ଜଗଦୀଶ ଶେଟ୍ଟାର, ଅରବିନ୍ଦ ଲିମ୍ବାଭଲି ଓ ବାସବରାଜ ବୋମ୍ମାଇଙ୍କ ସମେତ କର୍ନାଟକ ଭାଜପାର କେତେଜଣ ନେତା ଗୁରୁବାର ଦଳର ଅଧ୍ୟକ୍ଷ ଅମିତ୍‌ ଶାହଙ୍କୁ ଭେଟି ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଛନ୍ତି। ଶାହ ଦିନେ ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇବା ସକାଶେ ଶାହ ନିର୍ଦ୍ଦେଶ ନ ଦେଲେ କର୍ନାଟକରେ ରାଷ୍ଟ୍ରପତି ଶାସନ ଜାରି କରିବା ଲାଗି ରାଜ୍ୟପାଳ ସୁପାରିସ କରିପାରନ୍ତି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁମ୍‌କାରେ ମିଳିତ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ଜଣେ ଯବାନ ଶହୀଦ୍‌

ରାଞ୍ଚି, ୨।୬: ଝାଡ଼ଖଣ୍ଡ ଦୁମ୍‌କାରେ ମିଳିତ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଏସଏସ୍‌ବି ଯବାନ ଶହୀଦ୍‌ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତ...

୧୦୦ ଦିନପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିବା କଂଗ୍ରେସ ନେତାଙ୍କୁ ଫୋନ କଲେ ମୋଦି

ନୂଆଦିଲ୍ଲୀ, ୧।୧୦: ଜୁନ୍‌ ମାସରୁ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭରତ ସିଂ ସୋଲାଙ୍କି ୧୦୧ ଦିନ ପରେ ଗୁରୁବାର ହସ୍ପିଟାଲରୁ...

ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ ବାଚସ୍ପତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୧: କର୍ନାଟକ ବିଧାନସଭାର ବାଚସ୍ପତି ଜେଡିଏସ୍‌ ଓ କଂଗ୍ରେସ ସରକାରଙ୍କ ୧୭ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଏନେଇ ବିଧାୟମାନେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର...

ଶୋରୁମ୍‌ରେ ଚାଷୀଙ୍କୁ କହିଲେ ‘ପାଖରେ ୧୦ ଟଙ୍କା ନାହିଁ, ଗାଡ଼ି କିଣିବାକୁ ଆସିଛ’, ତା’ ପରେ

ବାଙ୍ଗାଲୋର,୨୪।୧: ବୋଲେରୋ ପିକ୍‌ ଅପ୍‌ ଟ୍ରକ କିଣିବାକୁ ଶୋରୁମ୍‌ ଆସିଥିବା ଜଣେ ଚାଷୀଙ୍କୁ ଅପମାନ ଦେଇଥିଲେ ଜଣେ ସେଲ୍ସମ୍ୟାନ। ଉତ୍ତ୍ୟକ୍ତ ହୋଇ ଚାଷୀ ଘଣ୍ଟାକ ମଧ୍ୟରେ...

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା

ହରିୟାଣା,୫।୧୦: ପାଖେଇ ଆସୁଛି ହରିୟାଣା ବିଧାନସଭା ନିର୍ବାଚନ। ଏବେ ଏହାକୁ ନେଇ ରାଜନୀତି ସରଗରମ ଥିବା ବେଳେ କଂଗ୍ରେସକୁ କିନ୍ତୁ ଲାଗିଛି ଧକ୍କା। କାରଣ କଂଗ୍ରେସ...

ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ଘର ଠିକଣା ଲୋକ କଲ୍ୟାଣ ମାର୍ଗ ରଖିଦେଲେ ଲୋକଙ୍କ କଲ୍ୟାଣ ହୁଏନା…

ନୂଆଦିଲ୍ଲୀ, ୪।୬ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି, ବେକାରୀ ସମସ୍ୟା ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ- ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ, ୩୧।୫: ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିଲାବେଳେ ଏମାନଙ୍କ...

ଅଗଷ୍ଟରେ ତୃତୀୟ ଲହର,ସେପ୍ଟେମ୍ବର ଶୀର୍ଷ, ଏସ୍‌ବିଆଇ ରିପୋର୍ଟ…

ନୂଆଦିଲ୍ଲୀ,୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଧୀରେଧୀରେ ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ନେଇ ଷ୍ଟେଟ୍‌ ବ୍ୟଙ୍କ ଅପ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ...

Advertisement
Archives

Model This Week