କରୋନା ସଂକ୍ରମଣ: ଶିଶୁଙ୍କ ସୁସ୍ଥତା ହାର ଶହେ ପ୍ରତିଶତ!

ଭୋପାଳ,୧୮।୭: କରୋନା ସଂକ୍ରମଣ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ଏହା କବଳରେ ଛୋଟଠାରୁ ବଡ ସମସ୍ତେ ପଡି ଯାଉଥିବା ବେଳେ କରୋନା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ନିକଟରେ ଦେଖାଯାଇଛି ଭୋପାଳରେ ଜୁଲାଇ ମାସଠାରୁ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ଏବେ ସେଠାରେ ପ୍ରତିଦିନ ପ୍ରାୟ ୯୦ ନୂଆ ସଂକ୍ରମିତ ଚିହ୍ନଟ କରାଯାଉଛନ୍ତି। ଏଠାରେ ୯ ଦିନର ଶିଶୁଠାରୁ ଆରମ୍ଭ କରି ୯୦ ବର୍ଷ ବୟସର ବ୍ୟକ୍ତି ବି କରୋନରେ ସଂକ୍ରମିତ ହୋଇଥିବା ଜଣାପଡିଛି। କିନ୍ତୁ ଏଠାରେ ଶିଶୁଙ୍କ ସୁସ୍ଥତା ହାର ପ୍ରାୟ ଶହେ ପ୍ରତିଶତ ବୋଲି କୁହାଯାଉଛି। ତେବେ ପରିବାର ସଦସ୍ୟଙ୍କ ଅବହେଳା ଯୋଗୁ ଶିଶୁମାନେ କରୋନାରେ ପୀଡ଼ିତ ହେଉଥିବା କୁହାଯାଉଛି। ଜୁଲାଇ ୧ରୁ ୧୦ ମଧ୍ୟରେ ୦-୧୫ ବର୍ଷର ପାଖାପାଖି ୩୩ ଜଣ ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏମାନେ ପ୍ରାୟ ସମସ୍ତେ ସୁସ୍ଥ ହୋଇଯାଇଥିବା କୁହାଯାଏ। ଶିଶୁମାନଙ୍କୁ କରୋନା କବଳରୁ ଦୂରେଇ ରଖିବାକୁ ହେଲେ ଘର ଭିତରେ ହ୍ୟାଣ୍ଡ ସାନିଯାଇଜ୍‌ ଓ ସୋସିଆଲ ଡିଷ୍ଟାନସିଂକୁ ମଧ୍ୟ ଗୁରୁତ୍ୱ ଦେବା ଜରୁରୀ ବୋଲି କହିଛନ୍ତି ଗାନ୍ଧୀ ମେଡିକାଲ କଲେଜର ଶିଶୁରୋଗ ବିଭାଗର ମୁଖ୍ୟ ଡା. ଜ୍ୟୋତ୍ସ୍ନା ଶ୍ରୀବାସ୍ତବ। ଆବଶ୍ୟକ ନ ଥିଲେ ପିଲାମାନଙ୍କୁ ବାହାରକୁ ଯିବାକୁ ଦେବା ଠିକ୍‌ ନୁହେଁ। ଯେତେ ସମ୍ଭବ ପିଲାଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିବା ଭଲ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ପ୍ରଖ୍ୟାତ ଗାୟକ ବାଲାସୁବ୍ରମଣ୍ୟମ୍‌

ନୂଆଦିଲ୍ଲୀ,୨୫।୯: ପ୍ରସିଦ୍ଧ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଗତ ଅଗଷ୍ଟ ୫ରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ।...

ଇମ୍ରାନ ଖାନଙ୍କୁ ରାବଣ ଭାବେ ସଜେଇ କରାଗଲା ଦହନ

ଭୋପାଳ,୯।୧୦: ସାରା ଦେଶରେ ବିଜୟା ଦଶମୀରେ ପାପ, ଅହଙ୍କାର, ଅସତ୍ୟର ପ୍ରତୀକ ସ୍ବରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯାଇଛି। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ...

ଟେଲିଭିଜନ ସିରିଜ୍ ଦେଖି ଗୁଜରାଟରେ ଗଢି ଉଠିଲା ବାଳିକା ପଞ୍ଚାୟତ

ଭୁଜ,୧୮ ।୭: ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘ବାଳିକା ବଧୂ’ରୁ ପ୍ରେରଣା ପାଇ ଗୁଜରାଟ କଚ୍ଛର ଏକ ପ୍ରଗତିଶୀଳ ଗାଁ ବାଳିକା ପଞ୍ଚାୟତ ମାଧ୍ୟମରେ ମହିଳାଙ୍କୁ ସଶକ୍ତ...

ସୁରକ୍ଷିତ ରହିବେ ଯବାନ: ଟି-୯୦ ଟ୍ୟାଙ୍କ ପାଇଁ କିଣାହେବ ନୂଆ ସରଞ୍ଜାମ

ନୂଆଦିଲ୍ଲୀ, ୨୧।୭: ଭାରତୀୟ ଯବାନଙ୍କ ସୁରକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ସେନା ବ୍ୟବହାର କରୁଥିବା ଟ୍ୟାଙ୍କରେ ନୂତନ ବିକଶିତ...

ପ୍ରଶ୍ନ ଘେରରେ ନିର୍ବାଚନ ଆୟୋଗ

କୋଲକାତା/ନୂଆଦିଲ୍ଲୀ,୧୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ‘ଗଣତନ୍ତ୍ରର ଉତ୍ସବ’ ରୂପେ ଉତ୍ସାହଜନକ ହୋଇନାହିଁ। ଶାସକ ତୃଣମୂଳ କଂଗ୍ରେସ ଏବଂ ବିରୋଧୀ ଭାଜପା ନେତାଙ୍କ ବୟାନବାଜି ସମଗ୍ର ପ୍ରଚାରକୁ...

ଦଶମ-ଏକାଦଶ ମାର୍କ ଆଧାରରେ ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ…

ନୂଆଦିଲ୍ଲୀ,୧୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହାର ଭାଲ୍ୟୁଏଶନ କିପରି କରାଯିବ ସେ ନେଇ ବିବାଦ ଦେଖାଦେଇଥିଲା।...

ରାହୁଲ‘ରାଞ୍ଛୋଡଦାସ ଗାନ୍ଧୀ’: ଶିବରାଜ

ପଣଜୀ,୧୯।୮: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଅନୁଚ୍ଛେଦ ୩୭୦କୁ ନେଇ ସେ ରାହୁଲଙ୍କୁ କହିଛନ୍ତି...

ଅରୁଣାଚଳ ପ୍ରଦେଶ ହେଲା କରୋନା ମୁକ୍ତ ରାଜ୍ୟ

ଇଟାନଗର,୨୮ ।୨: ଅରୁଣାଚଳ ପ୍ରଦେଶ ଏବେ କରୋନା ମୁକ୍ତ ରାଜ ପାଲଟି ଯାଇଛି । ରବିବାର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ...

Advertisement
Archives

Model This Week