କରୋନା ସଂକ୍ରମଣ ରୋକିବା ଲାଗି ଆଫ୍ରିକାଠାରୁ ଶିକ୍ଷାଲାଭର ରହିଛି ଆବଶ୍ୟକତା: ଜାତିସଂଘ ମହାସଚିବ

ଜେନେଭା,୨୦।୫: ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ୍‌ କହିଛନ୍ତି ଯେ, କରୋନା ସଂକ୍ରମଣ ରୋକିବା ପାଇଁ ବିକଶିତ ରାଷ୍ଟ୍ରମାନେ ଆଫ୍ରିକୀୟ ଦେଶ ଗୁଡ଼ିକଠାରୁ ଶିକ୍ଷାଲାଭର ଆବଶ୍ୟକତା ରହିଛି। ଆଫ୍ରିକୀୟ ଦେଶରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ବହୁ ପୂର୍ବରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଫଳରେ ଏଠାରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ତୁଳନାତ୍ମକ ଭାବେ କମ୍‌ ରହିଛି। ଅନ୍ୟ ବିକଶିତ ଦେଶ ଆଫ୍ରିକୀୟ ଦେଶରେ ଗ୍ରହଣ କରାଯାଇଥିବା ପ୍ରଣାଳୀକୁ ଗ୍ରହଣ କରିବା ଉଚିତ। ଆଫ୍ରିକୀୟ ଦେଶଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩ ହଜାର ୨୨୫ ରହିଛି। ସେହିପରି ଏସବୁ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୯୨୫ ଛୁଇଁଛି। ଅପରପକ୍ଷରେ ବିକଶିତ ଦେଶ ଆମେରିକା, ରୁଷ୍‌, ସ୍ପେନ୍‌, ବ୍ରାଜିଲ୍‌, ବିଟ୍ରେନ୍‌, ଇଟାଲି, ଫ୍ରାନ୍ସ୍‌ ଆଦିରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଅଧିକ ରହିଛି। ବିକଶିତ ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ପ୍ରାରମ୍ଭିକ ସମୟରୁ ଉଦ୍ୟମ ହୋଇଥିଲେ ସୁଫଳ ମିଳିଥାନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନ ସାଗରରେ ମିଳିତ ନୌସମରାଭ୍ୟାସ, ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା…

ଟୋକିଓ,୨୫।୧୧: ଦକ୍ଷିଣ ଚାଇନା ସାଗରରୁ ଜାପାନ ସାଗର ପର୍ଯ୍ୟନ୍ତ ସାମୁଦ୍ରିକ ଅଞ୍ଚଳରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ ପକ୍ଷରୁ ମିଳିତ ଭାବେ ନୌସମରାଭ୍ୟାସ ଜାରି...

ତାଇଓ୍ବାନକୁ ନେଇ ଚାଇନା-ଆମେରିକା ମୁହାଁମୁହିଁ, ଚାଇନା ଜାହାଜ ବୁଡ଼ାଇବାକୁ ଯୋଜନା…

ବେଜିଂ/ଓ୍ବାଶିଂଟନ,୧୨।୩ : ଆମେରିକାର ଜଣେ ବରିଷ୍ଠ ଜେନେରାଲ ପରାମର୍ଶ ଦେଇଛନ୍ତି ଯେ ଚାଇନା ତାଇୱାନକୁ ଘେରିବାରେ ଲାଗିଛି। ଏହାକୁ ରୋକିବା ପାଇଁ ଆମକୁ ଚାଇନାର ଜାହାଜକୁ...

ଭଣ୍ଡାରିପୋଖରୀର ୩ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୦ ଜଣଙ୍କ ସ୍ବାବ ସଂଗ୍ରହ

ଭଣ୍ଡାରିପୋଖରୀ,୨୩।୫ (ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ତିନୋଟି ସଙ୍ଗରୋଧ କେନ୍ଦ୍ରରୁ କରୋନା ଲକ୍ଷଣ ଥିବା ୨୦ ପ୍ରବାସୀଙ୍କ ସ୍ବାବ ସଂଗ୍ରହ କରାଯାଇଛି। ମାଳଦା ପଞ୍ଚାୟତ...

ଜଳୁଛି କାଲିଫର୍ନିଆ ଜଙ୍ଗଲ

ସାନ୍‌ ଫ୍ରାନ୍ସିସ୍‌କୋ, ୨୫।୭: କାଲିଫର୍ନିଆ-ନେଭାଡା ସୀମାରେ ହଜାର ହଜାର ଏକର ଜଙ୍ଗଲ ଦୀର୍ଘ ଦୁଇ ସପ୍ତାହ ହେଲା ଜଳୁଛି। ପ୍ରାଥମିକ ଅବସ୍ଥାରେ ଆମେରିକା ଜଙ୍ଗଲ ସେବା...

ବଳକା କୋଭାକ୍ସିନ ବ୍ୟବହାର ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଭୁବନେଶ୍ୱରରେ କୋଭାକ୍ସିନ ଦିଆଯାଉଥିବା ବେଳେ ଅନ୍ୟସବୁଠି କୋଭିଶିଲ୍ଡ ବ୍ୟବହାର ହେଉଛି। ଏବେ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ହିତାଧିକାରୀଙ୍କ ପାଇଁ ଆବଶ୍ୟକ ଟିକା...

ଶ୍ରୀଲଙ୍କାରେ ପ୍ରତି ସପ୍ତାହରେ ହୁ ହୁ ବଢୁଛି ପେଟ୍ରୋଲ, ଡିଜେଲ

କଲମ୍ବୋ,୧୩ା୬: ଆସନ୍ତା ମାସରୁ ଇନ୍ଧନ ରାଶନ ଯୋଜନା ଆରମ୍ଭ କରିବାକୁ ଶ୍ରୀଲଙ୍କା ସରକାର ଯୋଜନା କରିଛନ୍ତି। ଏହା ଅଧୀନରେ ପେଟ୍ରୋଲ ପମ୍ପରେ ପଞ୍ଜୀକୃତ ଗ୍ରାହକଙ୍କୁ ସାପ୍ତାହିକ...

ଇମ୍ରାନଙ୍କ ସରକାର ସମୟରେ ସ୍ତ୍ରୀଙ୍କ ବନ୍ଧୁଙ୍କ ସମ୍ପତ୍ତିରେ ହୋଇଛି ବୃଦ୍ଧି: ରିପୋର୍ଟ…

ଇସଲାମାବାଦ,୬।୩ : ଗୋଟିଏ ପଟେ ଗିରଫ ହେବାର ଖଣ୍ଡା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଝୁଲୁଛି। ଏଥି...

ସପ୍ତାହକ ମଧ୍ୟରେ କେରଳ ଫେରିବେ ୨୧୫୦ ପ୍ରବାସୀ: ଅର୍ଥନୀତି ହେବ ପ୍ରଭାବିତ

କୋଚି,୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆର୍ଥିକ ସଙ୍କଟ ଦେଖାଦେଇଛି। ବହୁ ଶିଳ୍ପ ସଂସ୍ଥା ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଥିବା...

Advertisement
Archives

Model This Week