କରୋନା ସଂକ୍ରମଣ କମୁଛି

ବେଜିଂ,୨୧।୨(ପି.ଟି./ ଆଇଏଏନ୍‌ଏସ୍‌): ଚାଇନାରେ କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ୨,୧୧୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସଂକ୍ରମିତଙ୍କ ସଂଖ୍ୟା ୭୪, ୫୭୬ରେ ପହଞ୍ଚିଛି। ବୁଧବାର ୧୧୪ ଜଣଙ୍କ ମୃତ୍ୟୁ ହୋଇଛି। ହେଲେ ନୂଆ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଜଣାପଡ଼ିଛି। ଚାଇନାର ଜାତୀୟ ସ୍ବାସ୍ଥ୍ୟ କମିଶନ ପକ୍ଷରୁ କୁହାଯାଇଛି ଯେ, ନୂଆ ସଂକ୍ରମିତଙ୍କ ସଂଖ୍ୟା କମି ୩୯୪କୁ ଚାଲିଆସିଛି। ଗତ ଡିସେମ୍ବରଠାରୁ କରୋନା ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏବେ ପ୍ରଥମ ଥର ଲାଗି ନୂଆ ସଂକ୍ରମଣକାରୀଙ୍କ ସଂଖ୍ୟା କମିବା ଆରମ୍ଭ କରିଛି। ତଥାପି ଏବେ ୪,୯୨୨ ଜଣ କରୋନାରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ଉହାନ ସହର ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ବୁଧବାର ୧,୭୭୯ ବ୍ୟକ୍ତି ରୋଗମୁକ୍ତ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ମୋଟ ୧୬,୧୫୫ ବ୍ୟକ୍ତି ଅଦ୍ୟାବଧି କରୋନା କବଳରୁ ମୁକୁଳିଥିବା ଜଣାପଡ଼ିଛି। ହଂକଂରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ ସଂକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୬୫ ସଂକ୍ରମଣର ଶିକାର ହୋଇଛନ୍ତି। ତାଇଓ୍ବାନ୍‌ରେ ୨୪, ମାକାଉରେ ୧୦ ବ୍ୟକ୍ତି କରୋନା ସଂକ୍ରମିତ ଥିବା ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ପୀଡ଼ିତଙ୍କ ପାଇଁ ସହାୟତା ଅଭିଯାନ: ୭୩ ବୟସ୍କା ମହିଳା ଦୌଡ଼ି ଦୌଡ଼ି ଭ୍ରମଣ କଲେଣି ୧୨ ଦେଶ

ଇସ୍ତାନବୁଲ୍‌,୧୦।୧୨: ଭୂକମ୍ପ ପୀଡ଼ିତଙ୍କ ପାଇଁ ସହାୟତା ଅଭିଯାନ ଆରମ୍ଭ କରିଛନ୍ତି ବ୍ରିଟେନ୍‌ର ୭୩ ବର୍ଷ ବୟସ୍କା ମହିଳା ରୋଜି ସ୍ବେଲ ପୋପ୍‌। ସେ ଅଣ୍ଟାରେ ଟ୍ରଲି...

ଶ୍ରୀଲଙ୍କାରେ ୩ ଉଗ୍ରପନ୍ଥୀ ଗୋଷ୍ଠୀ ନିଷିଦ୍ଧ

କଲମ୍ବୋ,୧୫।୫(ପି.ଟି): ଶ୍ରୀଲଙ୍କା ସରକାର ନ୍ୟାଶନାଲ ଥୋହିଦ୍‌ ଜମାତ୍‌ (ଏନ୍‌ଟିଜେ) ସମେତ ଦୁଇଟି ଇସ୍‌ଲାମିକ୍‌ ଚରମପନ୍ଥୀ ଗୋଷ୍ଠୀକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏପ୍ରିଲ ୨୧ ଇଷ୍ଟର ପର୍ବରେ...

କାହିଁକି ସାନ ଭଉଣୀଙ୍କୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି କିମ୍‌

ପ୍ୟୋଙ୍ଗୟାଙ୍ଗ,୨୧।୮: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ସାନ ଭଉଣୀ କିମ୍‌ ୟୋ ଜୋଙ୍ଗ ଦେଶର ଦ୍ୱିତୀୟ ଶକ୍ତିଶାଳୀ ନେତା ପାଲଟି ଯାଇଛନ୍ତି।...

‘ପାକିସ୍ତାନରେ ବଢ଼ିବ ସଂକ୍ରାମକ ରୋଗ’

ଓ୍ବାଶିଂଟନ,୭ା୯: ଭୟଙ୍କର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପାକିସ୍ତାନ ସଂଘର୍ଷ କରୁଥିବା ବେଳେ ରେକର୍ଡ ବର୍ଷା ଯୋଗୁ ଦେଶରେ ଅବସ୍ଥା ବିଗିଡ଼ିବା ନେଇ ବିଶ୍ୱ ସ୍ବାସ୍ଥ୍ୟ...

ବନ୍ଦ ହେଲା ଇଣ୍ଟରନେଟ୍‌ ଏକ୍ସପ୍ଲୋରର

ଓ୍ବାଶିଂଟନ୍‌, ୧୬ା୬: ମାଇକ୍ରୋସଫ୍ଟର ସର୍ବପୁରାତନ ବ୍ରାଉଜର ଇଣ୍ଟରନେଟ୍‌ ଏକ୍ସପ୍ଲୋରର୍‌ (ଆଇଇ) ଦୀର୍ଘ ୨୭ ବର୍ଷ ଧରି ସେବା ଯୋଗାଇବା ପରେ ବୁଧବାର ମଧ୍ୟ ରାତ୍ରିରେ ଅବସର...

ଟୋଲୋ ନ୍ୟୁଜର ଖବରଦାତାଙ୍କୁ ହତ୍ୟା

କାବୁଲ,୨୬ ।୮: ଆଫଗାନିସ୍ତାନରେ ତାଲିବାନର ବର୍ବରତା ବେଳକୁ ବେଳ ବଢିବାରେ ଲାଗିଛି । ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ ସେଠାକାର ସବୁଠାରୁ ବଡ ମିଡିଆ ଏଜେନ୍ସି...

ପ୍ଲାଷ୍ଟିକମୁକ୍ତ ହେବ ଏଭରେଷ୍ଟ୍‌

କାଠମାଣ୍ଡୁ: ଏଭରେଷ୍ଟ୍‌ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାକୁ ୨୦୨୦ ସୁଦ୍ଧା ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି ଖୁମ୍ବୁ ପାସଙ୍ଗଲାମୁୁ ରୁରାଲ୍‌...

ସୀମାରେ ରକ୍ତାକ୍ତ ସଂଘର୍ଷ

ବାକୁ/ୟୋରଭାନ୍‌, ୧୪ା୯: ପ୍ରାୟ ୨ ବର୍ଷର ବ୍ୟବଧାନରେ ପୁଣି ଅଶାନ୍ତ ହୋଇପଡ଼ିଛି ଆର୍ମେନିଆ ଓ ଆଜରବୈଜାନ ସୀମା। ନାଗୋର୍ନୋ-କାରାବାଖ୍‌ ବିବାଦୀୟ ଅଞ୍ଚଳକୁ ନେଇ ମୁହାଁମୁହିଁ ହୋଇଛନ୍ତି...

Advertisement
Archives

Model This Week