କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ମୁହଁ ବନ୍ଦ କରିଛି ଚାଇନା

ବେଜିଂ,୫।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶରେ ପ୍ରତିଷେଧକ ଟୀକା ନେଇ ଗବେଷଣା ଜାରି ରହିଛି। ଏପରିସ୍ଥଳେ ଉହାନରେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତଙ୍କୁ ବାହାର କୌଣସି ଲୋକଙ୍କ ସହିତ ମିଳାମିଶା ଉପରେ ଚାଇନା କଟକଣା ଜାରି କରିଛି। ନିଜ ଅନୁଭୁତି ବିଷୟରେ କହିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ଏଭଳି କରିବାକୁ ଅନୁମତି ଦିଆଯାଉ ନାହିଁ। ଉହାନରେ କରୋନା ସଂକ୍ରମଣ କିଭଳି ବ୍ୟାପିଲା ଏବଂ କାହିଁକି ସଂକ୍ରମିତଙ୍କ ମୃତ୍ୟୁ ଘଟିଲା ସେନେଇ ଚୁପ୍‌ ରହିବାକୁ ଚାଇନାର କମ୍ୟୁନିଷ୍ଟ ସରକାର ନିର୍ଦ୍ଦେଶ ଦେଇଥିବା କୁହାଯାଉଛି। ସରକାରଙ୍କ ବିରୋଧରେ କୌଣସି ମାମଲା ଦାଏର ନ କରିବାକୁ ଆଇନଜୀବୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ସୁସ୍ଥ ହୋଇ ଘରକୁ ଫେରିଥିବା ସଂକ୍ରମିତ ଅନ୍‌ଲାଇନ୍‌ରେ କାହା ସହିତ ଚାଟ୍‌ କରୁଛନ୍ତି ପୋଲିସକୁ ସେସବୁର ଯାଞ୍ଜ୍‌ ଲାଗି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ରବୀନାଙ୍କ ଡ୍ୟାନ୍ସ ଦେଖି ଲାଜେଇଗଲେ ଝିଅ

ମୁମ୍ବାଇ: କରୋନା ଯୋଗୁ ଏବେ ବଲିଉଡ୍‌ କଳାକାରମାନେ ଘରେ ସମୟ ବିତାଉଛନ୍ତି। ଏହି ସମୟରେ ପ୍ରତ୍ୟେକ କାର୍ଯ୍ୟକଳାପକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଆଜିକାଲି ରବୀନା...

ଟିକା ନେଇଥିବା ସେକ୍ସପିୟରଙ୍କ ମୃତ୍ୟୁ

କୋଭିଡ୍‌ ଟିକା ନେଇଥିବା ପ୍ରଥମ ପୁରୁଷ ତଥା ବିଶ୍ୱର ଦ୍ୱିତୀୟ ବ୍ୟକ୍ତି ବ୍ରିଟେନ ବାସିନ୍ଦା ବିଲ୍‌ ସେକ୍ସପିୟର(୮୧)ଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ଡିସେମ୍ବର ୮ରେ...

ନିମାପଡ଼ାକୁ ଫେରିଲେ ୨୪୫ ପ୍ରବାସୀ

ନିମାପଡ଼ା,୧୧ା୫(ଡି.ଏନ.ଏ): କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି। ଏ ନେଇ କେତେଟା ନିୟମ କୋହଲ କରାଯାଇଥିବାବେଳେ ରାଜ୍ୟ ବାହାରେ...

ଲକ୍‌ଡାଉନ୍‌: ଘର ଆଗରେ ବୋର୍ଡ ଲଗାଇଲେ ୬୦ ବର୍ଷୀୟା ବୃଦ୍ଧା, ଲେଖିଲେ ଅଧିକ ମଦ ଆବଶ୍ୟକ

ଓଟ୍ଟଓ୍ବା: ମହାମାରୀ କରୋନା ଭୂତାଣୁ ଯୋଗୁ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଏହି ଭୂତାଣୁ ଆଉ ବ୍ୟାପିବ ନାହିଁ। ଏଭଳି ପରିସ୍ଥିତିରେ ଲୋକଙ୍କ...

ୟୁଏଫ୍‌ଓ ବାସ୍ତବ, ତଦନ୍ତ ଜରୁରୀ

ଓ୍ବାଶିଂଟନ୍‌, ୧୮ା୫:ଏଲିଅନ୍‌ ଏବଂ ଅନ୍‌ଆଇଡେଣ୍ଟିଫାଏଡ୍‌ ଫ୍ଲାଇଂ ଅବ୍‌ଜେକ୍ଟ(ୟୁଏଫ୍‌ଓ) ବାବଦରେ କାହିଁକେବେଠୁ ନାନା ଚର୍ଚ୍ଚା ଲାଗିରହିଛି। ଅନେକ ସମୟରେ ଲୋକଙ୍କ ମୋବାଇଲ କ୍ୟାମେରାରେ କଏଦ ୟୁଏଫ୍‌ଓ ଫଟୋ...

୨୦ରୁ ହାଇକୋର୍ଟ ଶଟ୍‌ଡାଉନ୍‌

କଟକ ଅଫିସ, ୨୦।୫: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ କରାଯାଇଛି । ଆସନ୍ତା...

ସଡ଼କରେ ଅନ୍ତିମ ସଂସ୍କାର…

ରାଞ୍ଚି,୧୨।୪: କରୋନା ସଂକ୍ରମଣ ଦେଶରେ ଲଗାତାର ବଢ଼ି ଚାଲିଛି। ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।...

ପରିସ୍ଥିତି ନ ସୁଧୁରିଲେ ମେ’- ଜୁନ୍‌ରେ ବି ରିଲିଜ୍‌ ହେବନି ବଲିଉଡ୍‌ ଫିଲ୍ମ

ମୁମ୍ବାଇ,୨୯।୩: କରୋନା ଭାଇରସ କାରଣରୁ ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ଓ ରଣବୀର ସିଂଙ୍କ ‘୮୩’ର ରିଲିଜ୍‌କୁ ସ୍ଥଗିତ ରଖାଯାଇଥିଲା। ହେଲେ ଏହି କରୋନା ଏବେ ଏଭଳି...

Advertisement
Archives

Model This Week