କରୋନା ସଂକ୍ରମଣରୁ ମୁକ୍ତ ହେଲେ ଇଧି ଫାଉଣ୍ଡେଶନର ମୁଖ୍ୟ

ଇସ୍‌ଲାମାବାଦ,୭।୫: ପାକିସ୍ତାନରେ ଥିବା ଇଧି ଫାଉଣ୍ଡେଶନର ମୁଖ୍ୟ ଫୈଜଲ ଇଧି କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ଜଣାପଡିଛି। ଗତ ମାସରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଏବେ ପ୍ରଥମଥର ଲାଗି ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏହାପରେ ଆଉ ଏକ ରିପୋର୍ଟକୁ ସେ ଅପେକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ଇସଲାମାବାଦରେ ଥିବା ପିଆଇଏମ୍‌ଏସ୍‌ ହସ୍ପିଟାଲରୁ ବୁଧବାର ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା। ଗୁରୁବାର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଆଉ ଦିନେ ଦୁଇଦିନ ମଧ୍ୟରେ ଆସିବାକୁ ଥିବା ରିପୋର୍ଟକୁ ଅପେକ୍ଷା କରାଯାଇଛି। ଦ୍ୱିତୀୟ ରିପୋର୍ଟ ଯଦି ନେଗେଟିଭ ଆସେ ତେବେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଏହାପରେ ସେ କରାଚି ଯିବେ ବୋଲି କହିଛନ୍ତି। ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି ଓ ତାଙ୍କ ନିକଟରେ କୋଭିଡ-୧୯ର କୌଣସି ଲକ୍ଷଣ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ସୂଚନାଯୋଗ୍ୟ, ଫୈଜଲ ଏପ୍ରିଲ ୧୫ରେ ଲାହୋର ଯାଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଭେଟିବା ସହ ତାଙ୍କୁ ଏକ ଚେକ୍‌ ପ୍ରଦାନ କରିଥିଲେ। ଏହାପରେ ସେ କରୋନାରେ ସଂକ୍ରମିତ ହେବା ଜଣାପଡିବା ପରେ ଇମ୍ରାନ ନିଜକୁ କ୍ୱାରାଣ୍ଟାଇନରେ ରଖି କୋଭିଡ-୧୯ ଟେଷ୍ଟ କରାଇଥିଲେ। ହେଲେ ଇମ୍ରାନଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆକୁ ୟୁକ୍ରେନର ପାଲଟା ଜବାବ, ରୁଷିଆ ବାୟୁସେନାର ୪ ମିଶାଇଲ, ହେଲିକପ୍ଟର, ଯୁଦ୍ଧ ବିମାନ ନଷ୍ଟ

କ୍ୱିଭ/ମସ୍କୋ,୩ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ପହଞ୍ଚିଥିଲେ ବି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ୟୁକ୍ରେନର ଲକ୍ଷ ଲକ୍ଷ ଲୋକ...

ଲଗାତାର ୬୦ ଥର ଥରିଲା ତୁର୍କୀ: ଚାପି ହୋଇ ୧୮ଜଣଙ୍କ ଜୀବନ ଗଲା

ଆଙ୍କରା,୨୫।୧: ତୁର୍କୀରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ଲଗାତାର ୬୦ ଥର ଭୂକମ୍ପ ଅନୁଭୁତ ହୋଇଛି। ସେଥିମଧ୍ୟରେ ୧୫ଥର ବଡ଼ ଧରଣର ଭୂକମ୍ପ ହୋଇଛି। ଏଥିରେ ୧୮...

ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ ,ଚିହ୍ନଟ ହେଲେ ୧୦,୮୫୬ ପଜିଟିଭ୍‌

ଭୁବନେଶ୍ୱର,୧୫।୧(ବ୍ୟୁରୋ): ରାଜ୍ୟରେ ଶନିବାର ୧୦ହଜାର ୮୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୨୧ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮...

ପିଲାଙ୍କୁ ସ୍ମାର୍ଟଫୋନ୍‌ଠାରୁ ଦୂରେଇବାକୁ ଏହି ସହର ଆପଣାଇଲା ନିଆରା ଉପାୟ

ସ୍ମାର୍ଟଫୋନ ଜୀବନକୁ ସହଜ ଏବଂ ସରଳ କରିଦେଇଛି। କିନ୍ତୁ ଏହି ଆଧୁନିକ ଟେକ୍ନୋଲୋଜି ପିଲାଙ୍କ ପାଇଁ ବହୁତ କ୍ଷତିକାରକ। ଏହାର ପ୍ରଭାବ ସେମାନଙ୍କ ମାନସିକ ଓ...

ପୁଣି କରୋନା ଆତଙ୍କ: ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଲା

ନୂଆଦିଲ୍ଲୀ,୧୩।୩: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା...

କରୋନା ସନ୍ଦିଗ୍ଧଙ୍କ ପାଇଁ ୧୬୧ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର

ସୋନପୁର,୨୯।୩(ନି.ପ୍ର.) କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। କରୋନା ସନ୍ଦିଗ୍ଧଙ୍କୁ ରଖିବା ପାଇଁ ଜିଲାର ୬ଟି...

୨୦୪୩ ଦାଦନ ଶ୍ରମିକ ହୋମ୍‌ କ୍ୱାରାଣ୍ଟାଇନ୍‌ରେ

ବଲାଙ୍ଗୀର ଅଫିସ,୨୬ା୩: ବଲାଙ୍ଗୀର ଭଳି ଦାଦନ ପ୍ରବଣ ଜିଲାର ବିଭିନ୍ନ ଗଁ।ରୁ ପ୍ରତିବର୍ଷ ହଜାର ହଜାର ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଜୀବିକା ଅନ୍ବେଷଣରେ ଯାଇଥାନ୍ତି।...

କରୋନା ରୋଗୀଙ୍କୁ ଖାଦ୍ୟ, ଔଷଧ ଦେଉଛି ରୋବୋଟ

ନୂଆଦିଲ୍ଲୀ,୧୦।୨: ଚାଇନାରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୯୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି।...

Advertisement
Archives

Model This Week