କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତୀୟ ଅଧିକ ସଚେତନ

ଓ୍ବାଶିଂଟନ,୧୨।୫: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ସାମାଜିକ ଦୂରତା ବଜାୟ ରଖିବା ଏବଂ ଅନ୍ୟ କେତେକ ସଚେତନତା ପାଳନ କରିବା ଦ୍ୱାରା ଏଥିରୁ ଦୂରେଇ ରହିବା ସହଜ ହୋଇଥାଏ। ଏକ୍ଷେତ୍ରରେ ପୃଥିବୀର ଅନ୍ୟ ଦେଶର ଲୋକଙ୍କ ତୁଳନାରେ ଭାରତୀୟମାନେ ଅଧିକ ସଚେତନ। ଏସମ୍ପର୍କରେ ଅନ୍ତର୍ଜାତୀୟ ସଂସ୍ଥା ଆଇ ସ୍କୋୟାର ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ଜର୍ମାନୀ, ଆମେରିକା ଭଳି ଦେଶର ସାଧାରଣ ଲୋକଙ୍କ ଅପେକ୍ଷା ଭାରତୀୟମାନେ ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ଅନ୍ୟ ନିୟମକୁ ଭଲଭାବେ ପାଳନ କରୁଛନ୍ତି। ୭୯ ପ୍ରତିଶତ ଭାରତୀୟ କରୋନା ମହାମାରୀ ପ୍ରତି ସତର୍କ ରହିଛନ୍ତି। ସେହିପରି ୭୮ ପ୍ରତିଶତ କରୋନା ସଂକ୍ରମଣକୁ ଏକ ବଡ଼ ସମସ୍ୟା କହିଛନ୍ତି। ଦେଶର ୧୬ରୁ ୩୯ ବର୍ଷ ବୟସ୍କ ଯୁବବର୍ଗଙ୍କ ତୁଳନାରେ ୪୦ରୁ ୬୯ ବର୍ଷ ବୟସ୍କ ଲୋକେ କରୋନା ସଂକ୍ରମଣ ନେଇ ଅଧିକ ସତର୍କ ରହୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଏହି ସର୍ଭେ ୨୦ ମାର୍ଚ୍ଚରୁ ଏପ୍ରିଲ୍‌ ୨ ମଧ୍ୟରେ ହୋଇଥିଲା। ଏଥିରେ ୩୦୦ ଲୋକଙ୍କୁ ସାମିଲ୍‌ କରାଯାଇଥିଲା। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍‌ଡାଉନ୍‌ ଯୋଗୁ କରୋନା ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ରହିଥିବା ବହୁ ଭାରତୀୟ ସର୍ଭେ ସମୟରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେଲ୍‌ ମାରିଲା ଦକ୍ଷିଣ କୋରିଆର ପ୍ରଥମ ସ୍ପେସ୍‌ ରକେଟ୍‌ ପରୀକ୍ଷଣ

ସିଓଲ, ୨୨।୧୦: ଦକ୍ଷିଣ କୋରିଆ ପ୍ରଥମ ଥର ପାଇଁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ସ୍ପେସ୍‌ ରକେଟ୍‌ ‘ନୁରୀ’ର ପରୀକ୍ଷଣ କରାଯାଇଛି। ମହାକାଶକୁ ଉପଗ୍ରହ ପ୍ରେରଣ...

ଭୂକମ୍ପ ପରେ ନ କମି ବଢ଼ିଛି ଏଭରେଷ୍ଟ ଉଚ୍ଚତା: ସଂଶୋଧିତ ଉଚ୍ଚତା ସମ୍ପର୍କରେ ନେପାଳ ଦେଲା ସୂଚନା

କାଠମାଣ୍ଡୁ,୮।୧୨: ଗିରିଶୃଙ୍ଗ ଏଭରେଷ୍ଟର ଉଚ୍ଚତା ୨୦୧୫ରେ ନେପାଳରେ ହୋଇଥିବା ଭୂକମ୍ପ ଯୋଗୁ କମିନି, ବଂର ଏହାର ଉଚ୍ଚତା ଭୂକମ୍ପ ପରେ ବଢ଼ିଛି। ଏହାର ସଂଶୋଧିତ ଉଚ୍ଚତା...

ଶ୍ରୀଲଙ୍କାରେ ଗୃହଯୁଦ୍ଧ ପରିସ୍ଥିତି

କଲମ୍ବୋ,୧୦ ।୫: ଶ୍ରୀଲଙ୍କାରେ ଦେଖାଯାଇଥିବା ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଘଟଣାର...

ପାଣି ପାଇଁ କରୋନା ସଂକ୍ରମଣ ଅବା ମୃତ୍ୟୁକୁ ନାହିଁ ଭୟ…

ନୂଆଦିଲ୍ଲୀ,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀରେ କରୋନା ଯୋଗୁ ଭୟଙ୍କର ସ୍ଥିତି ଦେଖାଦେଇଛି। ତେବେ...

ରୁଷିଆ-ୟୁକ୍ରେନ ଯୁଦ୍ଧ ବିଷୟରେ ଟିକେ ବି ଜାଣିନାହାନ୍ତି ଏହି ୬ ବ୍ୟକ୍ତି

ମସ୍କୋ,୩ା୩: ୨୦୨୨ ଫେବୃୟାରୀରେ ତୃତୀୟ ବିଶ୍ୱଯୁଦ୍ଧର ଝଲକ ଦେଖାଇଛି ରୁଷିଆ। ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରିଚାଲିଛି। ଏଥିରେ ୟୁକ୍ରେନର ଅନେକ ଲୋକ ପ୍ରାଣ ହରାଇ...

ଗୋଟିଏ ମାସ ମଧ୍ୟରେ ୧୦୮ ଦେଶରେ ପହଞ୍ଚିଲାଣି ଓମିକ୍ରନ୍ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ, ଖ୍ରୀଷ୍ଟମାସ ପୁର୍ବ ସନ୍ଧ୍ୟା ସୁଦ୍ଧା ରଦ୍ଦ ହେଲାଣି ୪ହଜାର ୫୦୦ ବିମାନ

ୱାଶିଂଟନ,୨୫ ।୧୨: ଏକ ପ୍ରକାର ସାରା ବିଶ୍ୱକୁ ବ୍ୟାପି ଗଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ସାଉଥ୍ ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ଭାରିଏଣ୍ଟ...

ମାସ୍କ୍‌ ପିନ୍ଧିବା ମନା: ଜାରି ହେଲା ନିର୍ଦ୍ଦେଶ…

ଜେରୁଜେଲମ୍‌,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ଯେ, ମାସ୍କ୍‌ ପିନ୍ଧିବା ଏବଂ...

CORONAVIRUS UPDATE: ରାଜ୍ୟରେ ୩୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୪୯୯ ଚିହ୍ନଟ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଶୁକବ୍ରାର ଆଉ ୧୪୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

Advertisement
Archives

Model This Week