କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ୬ ଦିନରେ ହଜାରେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରୁଛି ଚାଇନା

ବେଜିଂ,୨୬।୧: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୫୬ ଜଣଙ୍କ ମୃତ୍ୟୁ ଘଟିଛି। ୨୩୭ ଲୋକ ଗୁରୁତର ଭାବେ ଏହାଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେହିପରି ୧,୯୬୫ ସନ୍ଦିଗ୍ଧଙ୍କ ମଧ୍ୟରୁ ୧,୨୮୭ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। ସର୍ବାଧିକ ମୃତ୍ୟୁ ଘଟଣା କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ଘଟିଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ସରକାର ବୁହାନ୍‌ ପ୍ରଦେଶରେ ହଜାରେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ପାଇଁ ଚାଇନା ସରକାର ଘୋଷଣା କରିଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ଜୋର୍‌ସୋର୍‌ ଜାରି ରହିଛି। ୨୫ ହଜାର ବର୍ଗଫୁଟ ଅଞ୍ଚଳରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୦୩ରେ ସ୍ପର୍ସ ଭୁତାଣୁ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଚାଇନା ସରକାର ୭ ଦିନ ମଧ୍ୟରେ ବେଜିଂରେ ଏକ ହସ୍ପିଟାଲ ନିର୍ମାଣ କରିଥିଲେ। ଚଳିତ ଥର ୬ ଦିନରେ ହସ୍ପିଟାଲ ନିର୍ମାଣ କରି ଚାଇନା ପୂର୍ବର ରେକର୍ଡ ଭାଙ୍ଗିବା ଲାଗି ଯୋଜନା କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖରାପ ହେଉଥିବା ଲୁହବୁହା ଗ୍ୟାସକୁ କର୍ମଚାରୀଙ୍କ ଉପରେ ପରୀକ୍ଷା କଲା ପାକିସ୍ତାନ!

ଇସ୍‌ଲାମାବାଦ,୧୫ ।୨: ପାକିସ୍ତାନର ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ ଅଧିକାଂଶ ସମୟରେ କିଛି ନା କିଛି ବେକାବୁ ବୟାନକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଏବେ...

ବାଇଡେନ୍‌ଙ୍କୁ ଟ୍ରମ୍ପ୍‌ଙ୍କ ଚିଠି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଉଦାରତାପୂର୍ଣ୍ଣ ଚିଠି ଲେଖିଛନ୍ତି। ଏ ନେଇ ବାଇଡେନ୍‌ ହ୍ବାଇଟ ହାଉସ୍‌ ପରିସରରେ ଖବରଦାତାଙ୍କୁ...

ଆମେରିକା ଉପରେ ସାଇବର ଆକ୍ରମଣ

ୱାଶିଂଟନ,୨୦।୧୨: ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ହସ୍ତକ୍ଷେପକୁ ନେଇ ଉଠିଥିବା ଝଡ଼ ବିଗତ ୪ ବର୍ଷ ଧରି ଆମେରିକା ରାଜନୀତିକୁ ପ୍ରଭାବିତ କରିଆସିଥିଲା। ଏବେ ନୂଆ...

ବାଇଡେନ୍‌ଙ୍କ ନୂଆ କ୍ୟାବିନେଟ ଘୋଷଣା

ୱାଶିଂଟନ,୨୪ ।୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ନୂଆ କ୍ୟାବିନେଟ ଘୋଷଣା କରିଛନ୍ତି । ଆସନ୍ତା ଜାନୁୟାରୀ ୨୦ରେ ବାଇଡେନ୍ କାର୍ଯ୍ୟଭାର ଗ୍ରହଣ...

ସେନାକୁ ସମାଲୋଚନା ମହଙ୍ଗା ପଡିଲା: ପାକ୍‌ ଖବରଦାତାଙ୍କୁ ହତ୍ୟା

ଇସ୍‌ଲାମାବାଦ,୧୮ା୬(ପି.ଟି.): ପାକିସ୍ତାନୀ ସେନାବାହିନୀ ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ସମାଲୋଚନା କରିବା ସେଠାକାର ଜଣେ ବ୍ଲଗର୍‌ ତଥା ଖବରଦାତାଙ୍କ ପାଇଁ ମହଙ୍ଗା ପଡିଛି। ମହମ୍ମଦ ବିଲାଲ...

ବାବା ରାମଦେବଙ୍କୁ ଝଟ୍‌କା ଦେଲା ନେପାଳ

କାଠମାଣ୍ଠୁ,୯।୬: ନେପାଳ ସରକାର ଦେଶରେ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ କିଟ୍‌ର ବିତରଣ ଉପରେ ରୋକ ଲଗାଇଛନ୍ତି। ଯୋଗ ଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଉପହାର...

ବର୍ଷକୁ ୭ କୋଟି ଲୋକ ଦେଶାନ୍ତର ହେଉଛନ୍ତି

ଜେନେଭା,୨୦ା୬(ଆଇଏଏନ୍‌ଏସ୍‌): ହିଂସାକାଣ୍ଡ, ମାଲିମକଦ୍ଦମା, ବିବାଦ ଆଦି ବିଭିନ୍ନ କାରଣରୁ ୨୦୧୮ରେ ସାରା ବିଶ୍ୱରୁ ୭ କୋଟିରୁ ଅଧିକ ଲୋକ ଦେଶାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି। ଗତ...

ଭାରତରେ କରୋନାଜନିତ ୫୦ଲକ୍ଷ ମୃତ୍ୟୁ: ରିପୋର୍ଟ

ଓ୍ବାଶିଂଟନ୍‌,୨୧।୭: କରୋନା ଦ୍ୱିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କରୋନା ଦୈନିକ ସଂକ୍ରମଣ ସ୍ଥିର ରହୁଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରର ବିପଦ...

Advertisement


Archives

Model This Week