Posted inଜାତୀୟ

କରୋନା ମୃତ୍ୟୁସଂଖ୍ୟା ୭୨୩କୁ ବୃଦ୍ଧି: ଚାଇନାରେ ୩୪,୮୦୦ ବ୍ୟକ୍ତି ଆକ୍ରାନ୍ତ, ୨୭ ଦେଶର ୩୩୨ ବ୍ୟକ୍ତି ସଂକ୍ରମିତ

ବେଜିଂ, ୮ା୨: ଚାଇନାରେ କରୋନା ଭାଇରସ୍‌ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ଏହି ମୃତ୍ୟୁସଂଖ୍ୟା ୭୨୩ରେ ପହଞ୍ଚିଥିବାବେଳେ ସଂକ୍ରମଣକାରୀଙ୍କ ସଂଖ୍ୟା ୩୪, ୮୦୦କୁ ବୃଦ୍ଧିପାଇଛି। ଚାଇନାର ହୁବେଇ ପ୍ରଦେଶ ପରିସ୍ଥିତି ସାଂଘାତିକ ହୋଇପଡ଼ିଛି। ଏଠାରେ ଶନିବାର ୮୧ ଜଣଙ୍କ ମୃତ୍ୟୁ ହୋଇଥିବାପ]ପ୍ରଶାସନ ପକ୍ଷରୁ କୁହାଯାଇଛି। ସାର୍ସ(ସିଭିୟର ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ) ଠାରୁ ଏହା ଅଧିକ ଭୟଙ୍କର ହେବାରେ ଲାଗିଛି। ୨୦୦୨-୦୩ରେ ସାର୍ସ ଯୋଗୁ ବିଶ୍ୱବ୍ୟାପୀ ମୋଟ ୭୭୪ ଲୋକ ପ୍ରାଣ ହରାଇଥିଲେ। କିନ୍ତୁ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଯେଉଁଭଳି ଭାବେ ବଢ଼ିଚାଲିଛି, ତାହା ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ବର୍ତ୍ତମାନ ସୁଦ୍ଧା ୨୭ ଦେଶକୁ କରୋନା ଭାଇରସ୍‌ ସଂକ୍ରମଣ ହୋଇସାରିଛି।
ଜାପାନର କ୍ରୁସ୍‌ ଲାଇନର ଜାହାଜରେ ଥିବା ୩,୭୦୦ ଯାତ୍ରୀଙ୍କୁ କରୋନା ଭାଇରସ୍‌ ଯୋଗୁ ଅଲଗା ରଖାଯାଇଛି। ଏଥିରେ ଭାରତର ୧୩୮ ଜଣ ଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ପ୍ରତି ଦୃଷ୍ଟି ଦିଆଯାଉଥିବା ଜଣାପଡ଼ିଛି। କୋଚିରେ ୧୫ ଛାତ୍ର ଆସି ପହଞ୍ଚିଥିବାବେଳେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି। ଅନ୍ୟପକ୍ଷରେ ହଂକଂରେ ଜଣେ ଓ ଫାଲିପାଇନ୍ସରେ ଜଣେ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବାବେଳେ ଚାଇନାକୁ ଛାଡ଼ି ବିଣ୍ବବ୍ୟାପୀ ସଂକ୍ରମିତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ଚାଇନା ପକ୍ଷରୁ ସ୍ଥିତି ସୁଧାରିବା ଲାଗି ଜୋର୍‌ଦାର ପ୍ରୟାସ କରାଯାଉଛି। ଶନିବାର ପୁଣି ୧୫ଶହ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ଉହାନ୍‌ରେ ଖୋଲାଯାଇଛି। କରୋନାକୁ ରୋକିବା ଲାଗି ଆମେରିକା ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି। ପ୍ରକାଶଥାଉ କି, ଏହି ରୋଗରେ ଆକ୍ରାନ୍ତ ୬୦ ବର୍ଷିୀୟ ଜଣେ ଆମେରିକୀୟ ମହିଳାଙ୍କ ଗୁରୁବାର ଉହାନ୍‌ରେ ମୃତ୍ୟୁ ହୋଇଥିଲା। ଆମେରିକୀୟ ଦୂତାବାସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ସେହିଭଳି ଜାପାନର ଜଣେ ବ୍ୟକ୍ତି ମଧ୍ୟ ସନ୍ଦିଗ୍ଧ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ଚାଇପାକୁ ଛାଡ଼ି ବର୍ତ୍ତମାନ ସୁଦ୍ଧା ଜାପାନରେ ସର୍ବାଧିକ ୮୯, ସିଙ୍ଗାପୁରରେ ୩୩, ଥାଇଲାଣ୍ଡରେ ୩୨, ଦକ୍ଷିଶ କୋରିଆରେ ୨୪ ରୋଗୀ କରୋନା ଭାଇରସ୍‌ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସର୍ବଦଳୀୟ ବୈଠକ, ଯୋଗଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୬।୧୨: ପାର୍ଲାମେଣ୍ଟର ଶୀତ ଅଧିବେଶନ ୭ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ କେନ୍ଦ୍ର ସରକାର ମଙ୍ଗଳବାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ବୈଠକରେ ଅଧିବେଶନ କାର୍ଯ୍ୟସୂଚୀ ଏବଂ...

କେରଳରେ ପ୍ରବଳ ବର୍ଷା: ଖୋଲିଲା କାଲାରକୁଟି ଡ୍ୟାମ, ୭ ମତ୍ସଜୀବି ନିଖୋଜ

ଥିରୁଭାନନ୍ତପୁରମ,୨୦।୭: କେରଳରେ ଶନିବାର ପ୍ରବଳ ବର୍ଷା ହେବାର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଏମିତିକି କିଛି ଜିଲାରେ ରେଡ ଆଲର୍ଟ ମଧ୍ୟ ଜାରି କରାଯାଇଛି। ପ୍ରବଳ...

ଡିବିଟିରେ ୩୬,୬୫୯ କୋଟି

ନୂଆଦିଲ୍ଲୀ,୨୦।୪: ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର(ଡିବିଟି) ଦ୍ୱାରା ଦେଶର ୧୬.୦୧ କୋଟି ଲୋକଙ୍କ ପାଖକୁ ସରକାର ୩୬,୬୫୯ କୋଟି ଟଙ୍କା ପଠାଇଛନ୍ତି। ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ(ପିଏଫ୍‌ଏମ୍‌ଏସ୍‌)ରେ...

ବ୍ଲାଉଜ ପାଇଁ ମହିଳାଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ୍‌,୬।୧୨: ବ୍ଲାଉଜ ପାଇଁ ସ୍ବାମୀଙ୍କ ସହ ଝଗଡ଼ା ପରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ରବିବାର ଏଭଳି ଘଟଣା ଘଟିଛି ହାଇଦ୍ରାବାଦ୍‌ରେ। ମୃତକ ହେଲେ ୩୫...

‘ପଞ୍ଜାବ ପାଇଁ ଅରବିନ୍ଦ କେଜରିଓ୍ବାଲ କରୋନା’

ମୋରିଣ୍ଡା,୪।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପଞ୍ଜାବ ପାଇଁ କରୋନା। ଆମକୁ ବାହାରୁ ଆସୁଥିବା ରୋଗକୁ ଗ୍ରହଣ କରିବା ଉଚିତ ନୁହେଁ ବୋଲି କହିଛନ୍ତି ପଞ୍ଜାବ...

ଚିଦାମ୍ବରମ୍‌ ସ୍ତ୍ରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୪।୨ (ପି.ଟି.): ସାରଦା ଚିଟ୍‌ଫଣ୍ଡ ଏବଂ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କ ସ୍ତ୍ରୀ ନଳିନୀ ଚିଦାମ୍ବରମ, ପୂର୍ବତନ ସିପିଏମ୍‌...

ମହିଳା ବିମାନଯାତ୍ରୀଙ୍କୁ ବିଛା କାମୁଡ଼ିଲା

ନୂଆଦିଲ୍ଲୀ,୭।୫: ନାଗପୁରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ କଙ୍କଡ଼ା ବିଛା କାମୁଡ଼ିଥିଲା। ଗତ ମାସ ୨୩ ତାରିଖରେ ଏହି...

ଆତଙ୍କ ସୃଷ୍ଟି କରନାହିଁ

ନୂଆଦିଲ୍ଲୀ, ୧୭ା୫ (ଆଇଏଏନ୍‌ଏସ୍‌): ଛତିଶଗଡ଼ରେ ୨,୦୦୦ କୋଟି ଟଙ୍କାର ମଦ ଦୁର୍ନୀତିର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆତଙ୍କର ବାତାବରଣ...

Advertisement
Archives

Model This Week