Posted inଜାତୀୟ

କରୋନା ମୃତ୍ୟୁସଂଖ୍ୟା ୭୨୩କୁ ବୃଦ୍ଧି: ଚାଇନାରେ ୩୪,୮୦୦ ବ୍ୟକ୍ତି ଆକ୍ରାନ୍ତ, ୨୭ ଦେଶର ୩୩୨ ବ୍ୟକ୍ତି ସଂକ୍ରମିତ

ବେଜିଂ, ୮ା୨: ଚାଇନାରେ କରୋନା ଭାଇରସ୍‌ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ଏହି ମୃତ୍ୟୁସଂଖ୍ୟା ୭୨୩ରେ ପହଞ୍ଚିଥିବାବେଳେ ସଂକ୍ରମଣକାରୀଙ୍କ ସଂଖ୍ୟା ୩୪, ୮୦୦କୁ ବୃଦ୍ଧିପାଇଛି। ଚାଇନାର ହୁବେଇ ପ୍ରଦେଶ ପରିସ୍ଥିତି ସାଂଘାତିକ ହୋଇପଡ଼ିଛି। ଏଠାରେ ଶନିବାର ୮୧ ଜଣଙ୍କ ମୃତ୍ୟୁ ହୋଇଥିବାପ]ପ୍ରଶାସନ ପକ୍ଷରୁ କୁହାଯାଇଛି। ସାର୍ସ(ସିଭିୟର ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ) ଠାରୁ ଏହା ଅଧିକ ଭୟଙ୍କର ହେବାରେ ଲାଗିଛି। ୨୦୦୨-୦୩ରେ ସାର୍ସ ଯୋଗୁ ବିଶ୍ୱବ୍ୟାପୀ ମୋଟ ୭୭୪ ଲୋକ ପ୍ରାଣ ହରାଇଥିଲେ। କିନ୍ତୁ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଯେଉଁଭଳି ଭାବେ ବଢ଼ିଚାଲିଛି, ତାହା ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ବର୍ତ୍ତମାନ ସୁଦ୍ଧା ୨୭ ଦେଶକୁ କରୋନା ଭାଇରସ୍‌ ସଂକ୍ରମଣ ହୋଇସାରିଛି।
ଜାପାନର କ୍ରୁସ୍‌ ଲାଇନର ଜାହାଜରେ ଥିବା ୩,୭୦୦ ଯାତ୍ରୀଙ୍କୁ କରୋନା ଭାଇରସ୍‌ ଯୋଗୁ ଅଲଗା ରଖାଯାଇଛି। ଏଥିରେ ଭାରତର ୧୩୮ ଜଣ ଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ପ୍ରତି ଦୃଷ୍ଟି ଦିଆଯାଉଥିବା ଜଣାପଡ଼ିଛି। କୋଚିରେ ୧୫ ଛାତ୍ର ଆସି ପହଞ୍ଚିଥିବାବେଳେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି। ଅନ୍ୟପକ୍ଷରେ ହଂକଂରେ ଜଣେ ଓ ଫାଲିପାଇନ୍ସରେ ଜଣେ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବାବେଳେ ଚାଇନାକୁ ଛାଡ଼ି ବିଣ୍ବବ୍ୟାପୀ ସଂକ୍ରମିତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ଚାଇନା ପକ୍ଷରୁ ସ୍ଥିତି ସୁଧାରିବା ଲାଗି ଜୋର୍‌ଦାର ପ୍ରୟାସ କରାଯାଉଛି। ଶନିବାର ପୁଣି ୧୫ଶହ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ଉହାନ୍‌ରେ ଖୋଲାଯାଇଛି। କରୋନାକୁ ରୋକିବା ଲାଗି ଆମେରିକା ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି। ପ୍ରକାଶଥାଉ କି, ଏହି ରୋଗରେ ଆକ୍ରାନ୍ତ ୬୦ ବର୍ଷିୀୟ ଜଣେ ଆମେରିକୀୟ ମହିଳାଙ୍କ ଗୁରୁବାର ଉହାନ୍‌ରେ ମୃତ୍ୟୁ ହୋଇଥିଲା। ଆମେରିକୀୟ ଦୂତାବାସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ସେହିଭଳି ଜାପାନର ଜଣେ ବ୍ୟକ୍ତି ମଧ୍ୟ ସନ୍ଦିଗ୍ଧ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ଚାଇପାକୁ ଛାଡ଼ି ବର୍ତ୍ତମାନ ସୁଦ୍ଧା ଜାପାନରେ ସର୍ବାଧିକ ୮୯, ସିଙ୍ଗାପୁରରେ ୩୩, ଥାଇଲାଣ୍ଡରେ ୩୨, ଦକ୍ଷିଶ କୋରିଆରେ ୨୪ ରୋଗୀ କରୋନା ଭାଇରସ୍‌ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri