କରୋନା ମୃତକଙ୍କ ଅନ୍ତିମ ସଂସ୍କାର ନେଇ ପୁଣେରେ ରାଜନୀତି ଆରମ୍ଭ

ପୁଣେ, ୧୬।୬: କରୋନା ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ଦେଶରେ ସମସ୍ତ ରାଜ୍ୟ ମଧ୍ୟରେ ଶୀର୍ଷରେ ରହିଛି। କରୋନା ମୃତକଙ୍କୁ ବହୁ କ୍ଷେତ୍ରରେ ପରିବାର ସଦସ୍ୟ ଛାଡ଼ି ଚାଲିଯାଉଥିବାରୁ ପୁଣେ ନଗର ନିଗମ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। କରୋନା ମୃତକଙ୍କ ଅନ୍ତିମ ସଂସ୍କାର ଯେଭଳି ସୁବିଧାରେ ହେବ ସେଥିପାଇଁ ପୁଣେ ନଗର ନିଗମ ପକ୍ଷରୁ ଏହାର ଦାୟିତ୍ୱ ୨ ମାସ ତଳେ ୩ଟି ସ୍ବେଚ୍ଛାସେବୀ ସଂଗଠନକୁ ଦେଇଥିଲେ। ହିନ୍ଦୁଙ୍କ ଅନ୍ତିମ ସଂସ୍କାର ଦାୟିତ୍ୱ ଏ.ଏସ୍‌.ଏଣ୍ଟ୍ରପାଇଜ୍‌କୁ ଦିଆଯାଇଥିଲା। ସେହିପରି ମୁସଲମାନଙ୍କ ସଂସ୍କାର ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆକୁ ଦିଆଯାଇଥିବାବେଳେ ଖ୍ରୀଷ୍ଟିଆନ୍‌ଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ଆଲ୍ଫା ସଂସ୍ଥାକୁ ଅର୍ପଣ କରାଯାଇଥିଲା। ଏସବୁ ସଂସ୍ଥା ମୃତକଙ୍କୁ ଭଲଭାବେ ସାନିଟାଇଜ କରିବା ପରେ ଆମ୍ବୁଲାନ୍ସକୁ ସାନିଟାଇଜ୍‌ କରି ମୃତଦେହକୁ ସଂସ୍କାର ପାଇଁ ନେଇଥାନ୍ତି। ତେବେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ୍‌ ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆକୁ ରାଷ୍ଟ୍ରବିରୋଧୀ ବୋଲି କହି ଟୁଇଟ୍‌ କରିବା ପରେ ପୁଣେ ନିଗମ ପକ୍ଷରୁ ଏହାକୁ ମୃତଦେହ ଅନ୍ତିମ ସଂସ୍କାର ଲାଗି ଦିଆଯାଇଥିବା ଅନୁମତିକୁ ରଦ୍ଦ କରିଦେଇଛନ୍ତି। ଏବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ବିରୋଧୀ ଶାସକ ଦଳ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

ବଡ଼ ସଫଳତା: ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କଲା ଏହି ଟିମ୍‌

ନୂଆଦିଲ୍ଲୀ,୩୦।୭: ଭାରତର ଯୁବ ବ୍ୟାଟିଂ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ନିଜର ଦ୍ରୁତ କ୍ରିକେଟ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଆଗାମୀ ଦଲୀପ ଟ୍ରଫି…

ସରକାରଙ୍କ ବଡ଼ ସୂଚନା: ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା! ଜାଣନ୍ତୁ କେତେ…

ଭୁବନେଶ୍ୱର,୩୦।୭: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିବାର ସମ୍ଭାବନା ରହିଛି। ରାଜ୍ୟ ସରକାରୀ ସ୍ତରରେ ସେମାନଙ୍କ ଦରମା ବୃଦ୍ଧି…

ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଉଥିଲେ ଯୁବକ, ଅଖାରେ ପଶି ମାଟି ତଳେ ୩ ଦିନ ରହିବା ପରେ ଘଟିଲା…

ଚଣ୍ଡିଗଡ଼,୩୦ା୭:ଏକ ପାରମ୍ପରିକ ଗ୍ରାମ ସର୍କସ ଦଳର ଜଣେ ୨୭ ବର୍ଷୀୟ ଯୁବକ ପୂର୍ବରୁ ଅନେକ ଥର ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଇଥିଲେ। ତେବେ ହରିୟାଣାର ନୁହ ଜିଲାରେ…

ବସ୍‌ ଡ୍ରାଇଭରଙ୍କ ଘରୁ ମିଳିଲା ୨୦ କୋଟି ଟଙ୍କା, ୧୫ କେ.ଜି. ସୁନା: ପୋଲିସ ତାଜୁବ

କୋଲକାତା,୩୦।୭:ପୂର୍ବରୁ ସରକାରୀ ବସ୍‌ ଡ୍ରାଇଭର ଭାବେ କାମ କରୁଥିବା ପଶ୍ଚିମବଙ୍ଗ ବୀରଭୂମ ଜିଲାର ମିନାର ମଣ୍ଡଳଙ୍କ ଘରୁ ପୋଲିସ ୨୦ କୋଟି ନଗଦ ଟଙ୍କା ଏବଂ ୧୫…

ଅଗ୍ନିବୀରଙ୍କ ପାଇଁ ଏସ୍‌ଏସ୍‌ବିରେ ୫୦% କନ୍‌ଷ୍ଟେବଲ ପଦବୀ ସଂରକ୍ଷିତ

ନୂଆଦିଲ୍ଲୀ,୩୦ା୭: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) (ଯୁଦ୍ଧ ପାଇଁ ପ୍ରସ୍ତୁତ ସାଧାରଣ ଡ୍ୟୁଟି) ଗ୍ରୁପ୍‌ ‘ସି’ ପଦବୀ ନିଯୁକ୍ତି ନିୟମାବଳୀ, ୨୦୨୬ ଉପରେ…

ପରିବହନ ପ୍ରଦୂଷଣରୁ ପ୍ରତି ୬ ମିନିଟ୍‌ରେ ଜଣକ ଅକାଳ ମୃତ୍ୟୁ

ନୂଆଦିଲ୍ଲୀ,୩୦ା୭: ସଡ଼କ ପରିବହନଜନିତ ପ୍ରଦୂଷଣ ଭାରତରେ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ସମସ୍ୟା ସୃଷ୍ଟି କରିଛି। ୨୦୨୪ରେ ଗାଡ଼ିମୋଟରଜନିତ ପ୍ରଦୂଷଣ କାରଣରୁ ପ୍ରତି ୬ ମିନିଟ୍‌ରେ ଜଣେ ବ୍ୟକ୍ତିଙ୍କ…

‘ମହାପ୍ରଭୁ ଜଗନ୍ନାଥ’ ଆନିମେଶନ ଚଳଚ୍ଚିତ୍ର ରିଲିଜ୍‌କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ: କେତେଜଣଙ୍କ ଆପତ୍ତି ପାଇଁ …

ନୂଆଦିଲ୍ଲୀ,୩୦ା୭ : ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’ର ମୁକ୍ତିଲାଭ ଉପରେ ରୋକ ଲଗାଇବାକୁ ଓଡ଼ିଶା ସରକାର କରିଥିବା ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେତେଜଣ ବ୍ୟକ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri