କରୋନା ମୁକାବିଲା: ସଫଳତାର ଶ୍ରେୟ ମୋଦିଙ୍କୁ ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୪।୫: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଦେଖାଦେଇଛି। ତେବେ ଭାରତ ପାଇଁ ଏହାର ମୁକାବିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶିତା ଏବଂ ଲକ୍‌ଡାଉନ୍‌ ନିଷ୍ପତ୍ତିି ଯୋଗୁ ଦେଶରେ କରୋନା ସଂକ୍ରମଣ ହାର ପୃଥିବୀର ଅନ୍ୟ ବିକଶିତ ଦେଶ ତୁଳନାରେ ଯଥେଷ୍ଟ କମ୍‌ ରହିଛି। ଏହି ସଫଳତା ଲାଗି ମୋଦିଙ୍କୁ ଶ୍ରେୟ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ସ୍ଥିତି ଏବଂ ଲକ୍‌ଡାଉନ୍‌ ସମ୍ପର୍କରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ ଯୋଗଦେଇ ସେ ଏଭଳି କହିଛନ୍ତି। ମହାରାଷ୍ଟ୍ରର ଶିବସେନା ସରକାର ଯେଭଳି ଉତ୍ତରପ୍ରଦେଶର ପ୍ରବାସୀ ଶ୍ରମିକଙ୍କ ପ୍ରତି ବ୍ୟବହାର ପ୍ରଦର୍ଶନ କରିଛନ୍ତି ତାହା ନିନ୍ଦନୀୟ। ଏହାକୁ ଉତ୍ତରପ୍ରଦେଶ କେବେ ବି ଭୁଲିବ ନାହିଁ ବୋଲି ଯୋଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ…

ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୧୮।୫: ସୋମବାର (୧୮ ମଇ, ୨୦୨୬) ତିରୁଭାନନ୍ତପୁରମର କେନ୍ଦ୍ରୀୟ ଷ୍ଟାଡିୟମରେ କଂଗ୍ରେସ ନେତା ଭି.ଡି. ସାଥୀସାନ୍‌ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ସେ…

୩୦ ମିନିଟ ପର୍ଯ୍ୟନ୍ତ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ଯୁଦ୍ଧକୁ ନେଇ ହେଲା ନୂଆ ପ୍ଲାନ? ଜାଣନ୍ତୁ…

ଓ୍ବାଶିଂଟନ,୧୮।୫: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସପ୍ତାହେ ଧରି ଚାଲିଥିବା ତୀବ୍ର ସଂଘର୍ଷ ପରେ ବର୍ତ୍ତମାନ ଏକ ଅସ୍ତ୍ରବିରତି କାର୍ଯ୍ୟକାରୀ ହେଉଛି। ତଥାପି, ଏହା ସତ୍ତ୍ୱେ,…

ସିଆଇଆଇର ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ ହେଲେ ଦାରିଙ୍ଗବାଡ଼ିର ସୁନାଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା ବ୍ରାହ୍ମଣୀଗାଁ ଅଞ୍ଚଳ…

ହଠାତ୍‌ ମାଡ଼ିଆସିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ୨ ଜୀବନ

ଲକ୍ଷ୍ମୀପୁର,୧୮ା୫(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣଙ୍କ ଜୀବନ ଯାଇଛି। ଓଡ଼ିଆ ପେଣ୍ଟ ପଞ୍ଚାୟତର ତଳକାଇପଦର…

ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ? ରୁଷିଆ ତେଲ କିଣି ପାରିବନି ଭାରତ!

ନୂଆଦିଲ୍ଲୀ,୧୮।୫: ହର୍ମୁଜ ପ୍ରଣାଳୀରେ ଅବରୋଧ ଯୋଗୁ, ବିଶ୍ୱ ତୈଳ ସଙ୍କଟ ଗଭୀର ହେଉଛି, ତଥାପି ଏହାର ସମାଧାନର କୌଣସି ଦୃଶ୍ୟ ଦେଖାଯାଉ ନାହିଁ। ପ୍ରାରମ୍ଭରେ, କିନ୍ତୁ, ଆମେରିକା…

ସକାଳୁ ସକାଳୁ ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଚଢ଼ାଉ, ସ୍ପେଶାଲ ସ୍କ୍ବାଡ୍‌ ନିଯୁକ୍ତ ହୋଇ…

କେନ୍ଦୁଝର/ହାଟଡିହୀ/ଛେନାପଦୀ/ବଞ୍ଚୋ ,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏକାଧିକ ଟିମ୍‌ ଗଠନ କରି ଆନନ୍ଦପୁର…

ନ୍ୟାୟ ନ ପାଇ ଆତ୍ମହତ୍ୟା କଲେ ଗଣବଳାତ୍କାର ପୀତିତା ୨ ଭଉଣୀ

ଯୋଧପୁର,୧୮ା୫: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଗ୍ରାମାଞ୍ଚଳରେ ବହୁବର୍ଷ ଧରି ଗଣବଳାତ୍କାର ଓ ବ୍ଲାକ୍‌ମେଲ୍‌ର ସମ୍ମୁଖୀନ ହୋଇଆସୁଥିବା ୨ ଭଉଣୀ ବାରମ୍ବାର ଥାନାର ଦ୍ୱାରସ୍ଥ ହେବା ସତ୍ତ୍ୱେ ନ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri