କରୋନା ମାଡ଼: ଖାତାଦେଖା, ପରୀକ୍ଷା, ନୂଆ ନାମଲେଖା ପାଇଁ ଚାପରେ ସରକାର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଲକ୍‌ଡାଉନ ଦେଶର ବିଭିନ୍ନ କ୍ଷେତ୍ର ଉପରେ ବ୍ୟାପକ ପ୍ରଭାବ ପକାଇଛି। ସମାନଭାବେ ଶିକ୍ଷା କ୍ଷେତ୍ର ଉପରେ ଏହା ବିଶେଷ ପ୍ରଭାବ ପକାଇଥିବା ଯୋଗୁ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ପାଠପଢ଼ା ବର୍ତ୍ତମାନ ଦିଗହରା ହୋଇଛି। ଏବେ ସୁଦ୍ଧା ବିଭିନ୍ନ ଶ୍ରେଣୀର ପରୀକ୍ଷାଫଳ ବାହାରି ପିଲାମାନଙ୍କ ନୂଆ ଶ୍ରେଣୀରେ ନାମଲେଖା ଶେଷ ହେବା କଥା। କିନ୍ତୁ ଏହା ସମ୍ଭବ ହୋଇ ନ ଥିବାବେଳେ ଯୁକ୍ତ ୨ଠାରୁ ଆରମ୍ଭକରି ଯୁକ୍ତ ୩ ଏବଂ ପିଜି ପିଲାମାନଙ୍କ ପରୀକ୍ଷା ଏ ପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ଆସନ୍ତା ମଙ୍ଗଳବାର ଦ୍ୱିତୀୟ କୁଳପତିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ସମସ୍ତ ପରୀକ୍ଷା ପ୍ରସ୍ତୁତି ଏବଂ ଜୁନ୍‌ ୧୭ରେ କଲେଜ ଖୋଲିବାକୁ ଥିବାବେଳେ ଏଥିଲାଗି ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯିବ। ଗତ ୬ ତାରିଖରେ କୁଳପତିମାନଙ୍କ ସହ ଏକ ବୈଠକ କରାଯାଇ ବାକିଥିବା ସବୁ ପରୀକ୍ଷା ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। ଉକ୍ତ ନିଷ୍ପତ୍ତି ଅନୁଯାୟୀ, ଯୁକ୍ତ ୩ ମହାବିଦ୍ୟାଳୟ ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟର ୬ଷ୍ଠ ଏବଂ ୪ର୍ଥ ସେମିଷ୍ଟର ପରୀକ୍ଷା ଓ ଏହାର ଫଳ ପ୍ରକାଶ ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଦୀର୍ଘଦିନ ଧରି କଲେଜ ବନ୍ଦ ରହିବା ପରେ ଏତେବଡ଼ ଦାୟିତ୍ୱ ତୁଲାଇବା କଲେଜ କର୍ତ୍ତୃପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବିଭିନ୍ନ ମହଲରେ ଆଲୋଚନା ଚାଲିଛି।
ବୈଠକକରି ନିଷ୍ପତ୍ତି ନେବା ଏବଂ ଏହାକୁ ବାସ୍ତବ କ୍ଷେତ୍ରରେ ଲାଗୁ କରିବା କୁଳପତିମାନଙ୍କ ଲାଗି ଏକ ଚ୍ୟାଲେଞ୍ଜ ହୋଇଛି। ଅନ୍ୟପଟେ ଏ ପର୍ଯ୍ୟନ୍ତ ଯୁକ୍ତ୨ ପରୀକ୍ଷା ଶେଷ ହୋଇ ନ ଥିବାବେଳେ ଏହାକୁ ଚୂଡ଼ାନ୍ତ କରିବା ଏବଂ ଫଳ ପ୍ରକାଶ କରି ସେମାନଙ୍କୁ ଯୁକ୍ତ ୩ଶ୍ରେଣୀରେ ନାମ ଲେଖାଇବା ଆହୁରି ଏକ ବିରାଟ ସମସ୍ୟା ବୋଲି ଅଧିକାଂଶ କଲେଜ କର୍ତ୍ତୃପକ୍ଷ ଏବେଠାରୁ ମନେକଲେଣି। ଏହାକୁ କିଭଳି ଦାୟିତ୍ୱ ସହକାରେ ତୁଲାଇବେ ଏବଂ ଛାତ୍ରୀଛାତ୍ରମାନଙ୍କୁ ଏଥିଲାଗି ଯେପରି କୌଣସି ଅସୁବିଧା ନ ହେବ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଯୁକ୍ତ ୩ର ସମସ୍ତ ପରୀକ୍ଷା ଶେଷ କରିବାର ପ୍ରସ୍ତୁତି କେତେ ମାତ୍ରାରେ ହେଲାଣି ତାକୁ ନେଇ ମଙ୍ଗଳବାର ଆଲୋଚନା ହେବ।
ବୈଠକରେ କୁଳପତିମାନେ ଗତଥରର ନିଷ୍ପତ୍ତି ଅନୁଯାୟୀ କେତେମାତ୍ରାରେ ପରୀକ୍ଷା ଲାଗି ପ୍ରସ୍ତୁତି କଲେଣି ଏବଂ ଆଗକୁ ପିଲାମାନେ ଫେରିଲେ ହଷ୍ଟେଲ ସୁବିଧା କ’ଣ କରିଛନ୍ତି ସେନେଇ ଆଲୋଚନା ହେବ ବୋଲି ଜଣାପଡିଛି। ଅନ୍ୟପଟେ ପରୀକ୍ଷା ଶେଷକରି ଫଳ ବାହାରିବା ଲାଗି କେତେମାତ୍ରାରେ ପ୍ରସ୍ତୁତି କରାଯାଇଛି ଓ ନୂଆକରି ନାମଲେଖାଇବାକୁ ଥିବା ଛାତ୍ରୀଛାତ୍ରମାନଙ୍କ ପାଇଁ ଏବେଠାରୁ ବ୍ୟବସ୍ଥା କରାଗଲା କି ନାହିଁ ସେନେଇ ମଧ୍ୟ ଆଲୋଚନା ହେବ।
ସେହିପରି ବାକି ରହିଯାଇଥିବା ଯୁକ୍ତ ୨ ପରୀକ୍ଷା ଜୁଲାଇରେ ଅନୁଷ୍ଠିତ ହେବ। ଏହାର ତାରିଖ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ା ପୂର୍ବରୁ ଯେଉଁ ବିଷୟରେ ପରୀକ୍ଷା ଶେଷ ହୋଇଯାଇଛି, ସେସବୁ ଖାତାଦେଖା ଜୁନ୍‌ରେ ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଥିଲେ ା ହେଲେ ଏ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ଏବଂ ଖାତାଦେଖା ନେଇ ସରକାର ସେପରି କୌଣସି ଚୂଡ଼ାନ୍ତ ପ୍ରସ୍ତୁତି ଆରମ୍ଭ କରିନାହାନ୍ତି। ମାଟ୍ରିକ ଖାତାଦେଖା ଆରମ୍ଭ ହେବାପରେ ଯୁକ୍ତ୨ ପରୀକ୍ଷା ଉପରେ ଆଲୋଚନା ହେବ ବୋଲି ମନ୍ତ୍ରୀ ଦାଶ ସୂଚନା ଦେଇଛନ୍ତି। କିନ୍ତୁ ଯୁକ୍ତ ୨ ପରୀକ୍ଷା କରାଯିବା ଏବଂ ଶେଷ ହୋଇଥିବା ବିଷୟର ଖାତା ମୂଲ୍ୟାୟନ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଅଧିକାଂଶ ପରୀକ୍ଷା କେନ୍ଦ୍ର(ପ୍ରାୟ ୫୦୦) କ୍ୱାରାଣ୍ଟାଇନ ସେଣ୍ଟର କରାଯାଇଥିବା ବେଳେ ଏହା ଏକ ବଡ଼ ସମସ୍ୟା ହୋଇ ରହିଛି। ତେଣୁ ପ୍ରାଥମିକ ସ୍ତରରେ ଯୁକ୍ତ ୨ ପରୀକ୍ଷା ହେବା ନେଇ ଆଲୋଚନା ହୋଇଛି। ଏହାକୁ ଶେଷ କରିବା ନେଇ ମଧ୍ୟ ସେପରି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ମାଟ୍ରିକ ଖାତା ମୂଲ୍ୟାୟନ ତାରିଖକୁ ମଧ୍ୟ ରାଜ୍ୟ ସରକାର ୩ଥର ପରିବର୍ତ୍ତନ କରି ଆସନ୍ତା ମଙ୍ଗଳବାରଠାରୁ ମୂଲ୍ୟାୟନ ହେବ ବୋଲି ଚୂଡ଼ାନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

ହାଇକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅବସର ପରେ PM CARES ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିବେ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅବନୀନ୍ଦ୍ର କୁମାର ସିଂହ ତାଙ୍କ ଅବସର ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ…

ପାର୍ବଣ ଭେଟି ଦେଲେ ରାଜ୍ୟ ସରକାର, ୮% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୯।୯: ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?