କରୋନା ମହାମାରୀ ଯୋଗୁ ପୃଥିବୀର ସ୍ଥିତି ଅତି ଖରାପ ହେବାକୁ ଯାଉଛି: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୯।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଧୀରେ ଧୀରେ ପୃଥିବୀର ସ୍ଥିତି ଅତି ଖରାପ ହେବାକୁ ଯାଉଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୧ ଲକ୍ଷ ୯୯ ହଜାର ୬୧୧ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮ ହଜାର ୭୩୭ ଛୁଇଁଛି। କରୋ ମହାମାରୀ ବର୍ତ୍ତମାନ ସୁଦ୍ଧା ୬ ମାସ ଧରି ସାରା ପୃଥିବୀରେ ସଙ୍କଟ ସୃଷ୍ଟି କରିଥିଲେ ବି କୌଣସି ଦେଶ ଏହାର କବଳରୁ ନିସ୍ତାର ପାଇ ପାରି ନ ଥିବା ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଏଦନହୋମ୍‌ ଗେବ୍ରେୟାସିସ୍‌ ସୂଚନା ଦେଇଛନ୍ତି। ଗତ ୧୦ ଦିନରେ ପୃଥିବୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ରହିଥିବା ସେ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି। କିଛି ଦେଶରେ କରୋନା ଲଢ଼େଇରେ ସକାରାତ୍ମକ ଫଳାଫଳ ମିଳିଛି। ଏନେଇ ଡବ୍ଲ୍ୟୁଏଚ୍‌ଓ ବେଶ୍‌ ଉତ୍ସାହିତ। ତେବେ ଏସବୁ ଦେଶ ନିଜର ସଫଳତା ନେଇ ଆତ୍ମସନ୍ତୁଷ୍ଟ ହୋଇଛନ୍ତି। କିନ୍ତୁ କରୋନାର ପରବର୍ତ୍ତୀ ସଂକ୍ରମଣ ପ୍ରତି ସେମାନଙ୍କର ଅଭିମୁଖ୍ୟ ସୁଦୃଢ଼ ନ ଥିବା ସେ କହିଛନ୍ତି। ଏହା ଅତ୍ୟନ୍ତ ବିପଦ ଜନକ। ପୃଥିବୀର ବହୁ ଲୋକ ଏବେ ମଧ୍ୟ କରୋନା ସଂକ୍ରମଣ ହେବାର ଆଶଙ୍କା ମଧ୍ୟରେ ରହିଛନ୍ତି। ଏଥିରୁ ମୁକ୍ତି ପାଇଁ ସଚେତନତା ସହିତ ବଳିଷ୍ଠ ପ୍ରତିକ୍ରିୟାଶୀଳ ଯୋଜନା ଅପରିହାର୍ଯ୍ୟ ବୋଲି ଗେବ୍ରେୟାସିସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଗୁଳିମାଡ଼ କରିଥିବା ଯୁବକଙ୍କୁ ମିଳିସାରିଛି ଏହି ପୁରସ୍କାର

ଓ୍ବାଶିଂଟନ,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ପେନସିଲଭେନିଆର ବଟଲରରେ ନିର୍ବାଚନ ପ୍ରଚାର କରୁଥିବାବେଳେ ଗୁଳିମାଡ଼ ହୋଇଛି। ଗୁଳିଟି ତାଙ୍କ ଡାହାଣ କାନର ଉପର...

ଟ୍ରମ୍ପଙ୍କୁ ହତ୍ୟା କରିବାର ଥିଲା ଯୋଜନା: ଏଫ୍‌ବିଆଇର ବଡ଼ ଖୁଲାସା

ଓ୍ବାଶିଂଟନ,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଛି। ପେନସିଲଭେନିଆ ଠାରେ ଟ୍ରମ୍ପ ଏକ ସାଧାରଣ ସଭାକୁ ସମ୍ବୋଧନ କରୁଥିବାବେଳେ ତାଙ୍କୁ ଗୁଳିମାଡ ହୋଇଥିଲା।...

‘ମୁଁ ଟ୍ରମ୍ପଙ୍କୁ ଘୃଣା କରେ’…ଗୁଳି ଚଳାଇବା ପୂର୍ବରୁ ଭିଡିଓ ଜାରି କରିଥିଲେ ଶୁଟ୍‌ର, ଦେଖନ୍ତୁ…

ଓ୍ବାଶିଂଟନ,୧୪।୭: ଏକ ନିର୍ବାଚନୀ ସଭାରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ତାଙ୍କ କାନରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ...

ଥରିଲା ବିଶ୍ୱ: ଇନ୍ଦିରା ଗାନ୍ଧୀଙ୍କ ଠାରୁ ସିଞ୍ଜୋ ଆବେଙ୍କ ପରି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ହୋଇଛି ମରଣାତ୍ମକ ଆକ୍ରମଣ, ହରାଇଛନ୍ତି ଜୀବନ…

ନୂଆଦିଲ୍ଲୀ,୧୪।୭: ଆମେରିକାରେ ଏକ ରାଲିରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଛି ମରାଣାତ୍ମକ ଆକ୍ରମଣ। ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ତାଙ୍କୁ ଗୁଳି କରାଯାଇଛି।...

ଜଣାପଡ଼ିଲା ଟ୍ରମ୍ପଙ୍କୁ କିଏ ମାରିଛି ଗୁଳି

ୱାଶିଂଟନ, ୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ପରିଚୟ ଖୋଜି ପାଇଛି ପୋଲିସ୍‌ । ମିଳିଥିବା ସୂଚନା ଅନୁସାରେ...

ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୪।୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ...

କାନ ଚିରି ବାହାରିଗଲା ଗୁଳି…ମରଣାନ୍ତକ ଆକ୍ରମଣ ପରେ ବଡ଼ ବୟାନ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ତାଙ୍କୁ ଗୁଳି କରାଯାଇଛି। ଏହି ଗୁଳିମାଡ଼ରେ...

ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୁଳିମାଡ଼, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ୱାଶିଂଟନ୍‌, ୧୪।୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଛି ।  ପେନ୍‌ସ୍ଲେଭାନିଆରେ ଆୟୋଜିତ ଏକ ରାଲିରେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri