କରୋନା ଭୂତାଣୁ ପାଇଁ ଆତଙ୍କିତ ହେବାର ନାହିଁ, ସରକାର ଅଛନ୍ତି ପ୍ରସ୍ତୁତ: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର, ୨୮।୧(ବ୍ୟୁରୋ): କରୋନା ଭୂତାଣୁର ମୁକାବିଲା ପାଇଁ ସତର୍କ ଅଛନ୍ତି ରାଜ୍ୟ ସରକାର। ତେଣୁ ଏନେଇ ଆତଙ୍କିତ ହେବାର ନାହିଁ ବୋଲି ମଙ୍ଗଳବାର ସବୁ ଜିଲାର ସିଡିଏମଓଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଏହା କହିଛନ୍ତି। କରୋନା ଭୂତାଣୁ ନେଇ ସମସ୍ତ ଜିଲା ମୁଖ୍ୟ ଡାକ୍ତରଖାନାରେ କିପରି ଭାବରେ ପ୍ରସ୍ତୁତି ସହ ସଜାଗ ରହିବେ, ସେ ନେଇ ଆଲୋଚନା କରାଯାଇଛି। ଏହି ରୋଗ ପାଇଁ ଔଷଧ ନ ଥିବାରୁ ପ୍ରତିଷେଧକ ଉପରେ ଗୁରୁତ୍ୱ ଦିଆଯାଇଛି। ଚାଇନାରୁ ଫେରିଥିବା କାକଟପୁର ଯୁବକଙ୍କ ଶରୀରରେ କେବଳ ଥଣ୍ଡା ଲକ୍ଷଣ ଦେଖାଯାଇଛି। ଏହାବ୍ୟତୀତ ଅଧିକ କିଛି ମିଳିନାହିଁ ବୋଲି ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରୁ ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩୦।୭-କଟକ ସହରରୁ ଗୁରୁବାର ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୦ଟି କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୧ଜଣ ହେଉଛନ୍ତି ସ୍ଥାନୀୟ...

ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ

ପୁରୀ ଅଫିସ,୨୩।୩: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ଧର୍ମପୀଠରେ କଟକଣା ଲଗାଇଛନ୍ତି। ଦେବଦେବୀଙ୍କ ସେବାପୂଜା ସ୍ବାଭାବିକ ରହିଥିବାବେଳେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି।...

କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ: ବାଲୁକାକଳାରେ ସଚେତନତାର ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୮।୨: ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ। ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଏହା ପୂର୍ବରୁ ବାଲୁକାକଳା ମାଧ୍ୟମରେ ଲୋକମାନଙ୍କୁ...

ଶ୍ରମିକ ନେତା ସୌରିବନ୍ଧୁ କରଙ୍କ ପରଲୋକ

ଭୁବନେଶ୍ୱର,୧୪ା୪ (ବ୍ୟୁରୋ): ବିଶିଷ୍ଟ ଟ୍ରେଡ୍‌ ୟୁନିୟନ ନେତା ତଥା ଲେଖକ ସୌରିବନ୍ଧୁ କରଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ...

ଗୋଟିଏ ନମ୍ବରରେ ଚାଲୁଥିଲା ଏକାଧିକ ଟାଟା ଏସିଇ: ୧୩ ଗାଡ଼ି ଜବତ, ୬ଟିର ନମ୍ବର ଜାଲ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ଫାଇନାନ୍ସ ଓ ଜରିମାନା ଫାଙ୍କିବାକୁ ଜଣେ ଟ୍ରାଭେଲ୍‌ ଏଜେନ୍ସି ମାଲିକ କରିଥିଲେ ଚଞ୍ଚକତା। ଗୋଟିଏ ନମ୍ବରରେ ଚଳାଉଥିଲେ ଏକାଧିକ ଗାଡ଼ି। ଏପରି କି ୩ଟି...

ଆଜି ବିଧାୟିକା ଭାବେ ଶପଥ ନେବେ ଅଳକା ମହାନ୍ତି

ଭୁବନେଶ୍ୱର,୧୩।୬(ବ୍ୟୁରୋ): ବ୍ରରାଜନଗର ବିଧାୟିକା ଭାବେ ଅଳକା ମହାନ୍ତି ସୋମବାର ଅପରାହ୍ନରେ ଶପଥ ନେବେ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ...

ବନ୍ୟାଞ୍ଚଳ ଅନୁଧ୍ୟାନ କରିବ ରାଜ୍ୟ କଂଗ୍ରେସ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ରାଜ୍ୟ କଂଗ୍ରେସ ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବେ। ୨୩ ତାରିଖ ସୁଦ୍ଧା ବନ୍ୟାଞ୍ଚଳ ଅନୁଧ୍ୟାନ କରି ପିସିସି ସଭାପତି...

ପ୍ରଶାସନ ନ ଶୁଣିବାରୁ ଆତ୍ମାହୁତି ଉଦ୍ୟମ

ଖୋର୍ଦ୍ଧା ଅଫିସ, ୫।୧: ରାଜ୍ୟରେ ଦିନକୁ ଦିନ ଅନ୍‌ଲାଇନ ଠକେଇ ଘଟଣା ବଢ଼ିବାରେ ଲାଗିଛି। ଦୈନିକ ଅନେକ ବ୍ୟକ୍ତି ଅନ୍‌ଲାଇନ ଠକେଇର ଶିକାର ହେଉଛନ୍ତି। ଖୋର୍ଦ୍ଧା...

Advertisement
Archives

Model This Week