କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୨,୧୧୨: ସୁସ୍ଥ ହେଲେ ସବୁଠାରୁ କମ୍‌ ବୟସର ଶିଶୁ

ବେଜିଂ,୨୦।୨: କରୋନା ଭାଇରସ ସଂକ୍ରମଣରେ ଚାଇନାରେ ଏବେ ସୁଦ୍ଧା ୨,୧୧୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୭୪,୧୮୫ ଏହି ମାରାତ୍ମକ କରୋନା ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା କୁହାଯାଉଛି। ଏଥିରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ଚାଇନାର ହୁବଇ ସହରରେ ହୋଇଛି ବୋଲି ଜଣାପଡିଛି। ସବୁଠାରୁ ବଡ କଥା ହେଲା ଏଥିରେ ପୀଡିତ ଥିବା ସବୁଠାରୁ କମ୍‌ ବୟସର ରୋଗୀ ଅର୍ଥାତ୍‌ ୭ ମାସର ଜଣେ ଶିଶୁ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ ଅନୁମତି ପ୍ରଦାନ କରାଯାଇଛି। ସୂଚନାଯୋଗ, ଫେବୃୟାରୀ ୩ରେ ଉକ୍ତ ଶିଶୁଟି କରୋନା ଭାଇରସରେ ପୀଡିତ ଥିବା ଜଣାପଡିବା ପରେ ତା’ର ଚିକିତ୍ସା ଚାଲିଥିଲା। ଆଉ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା କୁହାଯାଉଛି। ଗତବର୍ଷ ଡିସେମ୍ବରରେ ଚାଇନାରେ ପ୍ରଥମ କରି ଦେଖାଯାଇଥିବା କରୋନା ଭାଇରସ ଏବେ ସେଠାରେ ମହାମାରୀର ରୂପ ନେଇ ସାରିଲାଣି। ଏପଟେ କେବଳ ଚାଇନା ନୁହେଁ ଭାରତ ସମେତ ବିଶ୍ୱର ଆଉ କିଛି ଦେଶକୁ ମଧ୍ୟ ଏହା ବ୍ୟାପି ଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଔଷଧ କମ୍ପାନୀର ଉତ୍ପାଦନ ବନ୍ଦ କରିବାକୁ ଧମକ

ଇସଲାମାବାଦ,୨୬।୨: ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ଔଷଧ ପାଇଁ ସଂଘର୍ଷ କରୁଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ପାକିସ୍ତାନରେ ଅସ୍ତ୍ରୋପ୍ରଚାର ପାଇଁ ଆବଶ୍ୟକ...

ଚେକ୍‌ ପୋଷ୍ଟରେ ବିସ୍ଫୋରଣ: ୩ ମୃତ

ଇସଲାମାବାଦ୍‌,୨୮।୪: ପାକିସ୍ତାନର ବଜରିସ୍ତାନର ଉତ୍ତର ପଶ୍ଚିମ ଜିଲାରେ ଏକ ଚେକ୍‌ ପୋଷ୍ଟରେ ବିସ୍ଫୋରଣ ଘଟିଛି। ଏଥିରେ ୩ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ୨ ଜଣ...

ବଢୁଛି ତାପମାତ୍ରା, ୟେଲୋ ଓ୍ବାର୍ନିଂ ଜାରି

ବେଜିଂ,୨୯ା୬: ଚାଇନାର ବିଭିନ୍ନ ଅଞ୍ଚଳରେ ବୁଧବାର ଉଚ୍ଚ ତାପମାତ୍ରା ଏବଂ ଲୁ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। କେନ୍ଦ୍ରୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ...

ମହାକାଶରେ ଚାଇନାର ସୌରଶକ୍ତି ପ୍ରକଳ୍ପ ଯୋଜନା

ବେଜିଂ,୨୮।୬: ମହାକାଶରେ ଚାଇନା ସୋଲାର ପାଓ୍ବାର ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ୨୦୨୮ ସୁଦ୍ଧା ପ୍ଲାଣ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଚାଇନା...

ମସ୍କଙ୍କ ବଡ ଘୋଷଣା: କେବଳ ବ୍ଲୁ ନୁହେଁ ୩ଟି ଭିନ୍ନ ଭିନ୍ନ ରଙ୍ଗରେ ହେବ ଟୁଇଟରର ‘ଭେରିଫାଇଡ ବ୍ୟାଜ’

ୱଶିଂଟନ,୨୫ ।୧୧: ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ନୂଆ ମାଲିକ ଏଲନ ମସ୍କ କହିଛନ୍ତି ଟୁଇଟରର ଭେରିଫାଏଡ ସର୍ଭିସରେ ଖୁବଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି । ବିଲେନିୟର...

ଦେହରକ୍ଷୀଙ୍କୁ ବିବାହ କଲେ ଥାଇଲାଣ୍ଡ ରାଜା

ବ୍ୟାଙ୍ଗକକ୍‌,୨।୫: ରାଜ୍ୟାଭିଷେକର ଗୋଟିଏ ଦିନ ପୂର୍ବରୁ ଥାଇଲାଣ୍ଡ ରାଜା ମାହା ବାଜିରାଲଙ୍ଗକର୍ନ ବୁଧବାର ତାଙ୍କ ଉପମୁଖ୍ୟ ଦେହରକ୍ଷୀଙ୍କୁ ବିବାହ କରିଛନ୍ତି। ଏହାପରେ ତାଙ୍କୁ ସେ କୁଇନ୍‌...

ଆଇଏସ୍‌ ଆକ୍ରମଣରେ ୫୦ ସିରିଆ ସୈନ୍ୟ ମୃତ

ଦାମାସ୍‌କସ୍‌,୨୧।୪: ଆଇଏସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ୫୦ ଜଣ ସିରିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏନେଇ ମାନବାଧିକାର ପର୍ଯ୍ୟବେଷକଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଆଇଏସ୍‌ ତଥା...

ବ୍ରିଟିଶମାନେ ଗଣିତରେ ଦୁର୍ବଳ

କଲ୍‌ଚେଷ୍ଟର(ବ୍ରିଟେନ), ୭।୧: ବ୍ରିଟିଶମାନଙ୍କଠାରେ ଗାଣିତିକ ଦକ୍ଷତାର ଅଭାବ ରହିଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବୀକାର କରିଛନ୍ତି। ବର୍ତ୍ତମାନର ଡେଟା ଯୁଗରେ ପ୍ରତି କାମ ପାଇଁ...

Advertisement
Archives

Model This Week