Posted inଖେଳ

କରୋନା ଭାଇରସ ପ୍ରଭାବ: ରୁଦ୍ଧଦ୍ୱାରରେ ହେବ ସୁମୋ ଟୁର୍ନାମେଣ୍ଟ

ଟୋକିଓ,୧ା୩(ଏଏଫ୍‌ପି)-କରୋନା ଭାଇରସ ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ସୁମୋ ସ୍ପ୍ରିଙ୍ଗ୍‌ ଟୁର୍ନାମେଣ୍ଟ ରୁଦ୍ଧଦ୍ୱାର ମଧ୍ୟରେ ହେବ। ଏହି ଖେଳର ପରିଚାଳନା ପରିଷଦ ରବିବାର ପ୍ରକାଶ କରିଛି। ସୁମୋ ଟୁର୍ନାମେଣ୍ଟ ମାର୍ଚ୍ଚ ୮ରୁ ୨୨ ପର୍ଯ୍ୟନ୍ତ ଓସାକାଠାରେ ଅନୁଷ୍ଠିତ ହେବ। ଏଥିରୁ ଦର୍ଶକଙ୍କୁ ବଞ୍ଚତ୍ତ କରାଯାଇଛି। କରୋନା ଭାଇରସ ସଂକ୍ରମଣରୁ ରୋକିବା ଅଭିପ୍ରାୟ ନେଇ ଏହି ନିଷ୍ପତ୍ତି ନିଆଯାଇଥିବା ଜାପାନ ସୁମୋ ଆସୋସିଏଶନ କହିଛି। ଜାପାନରେ କରୋନା ଭାଇରସରେ ୨୩୦ ସଂକ୍ରମିତ ହୋଇଥିବାବେଳେ ଇତିମଧ୍ୟରେ ୫ଜଣଙ୍କର ମୃତ୍ୟୁ ଘଟିଛି। ଜାପାନରେ ମାର୍ଚ୍ଚ ୬ ଓ ୭ରେ ଆୟୋଜକ ଦେଶ ଏବଂ ଇକ୍ୱେଡର ମଧ୍ୟରେ ଡେଭିସ୍‌ କପ୍‌ ମ୍ୟାଚ ରୁଦ୍ଧଦ୍ୱାରରେ ଖେଳାଯିବ ବୋଲି ଇଣ୍ଟରନ୍ୟାଶନାଲ ଟେନିସ ଫେଡେରେଶନ (ଆଇଟିଏଫ୍‌) ଘୋଷଣା କରିବା ପରେ ସୁମୋ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଦେଶର ଟପ୍‌ ଫୁଟ୍‌ବଲ ପ୍ରତିଯୋଗିତା ଜେ-ଲିଗ୍‌ର ସମସ୍ତ ମ୍ୟାଚ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସ୍ପ୍ରିଙ୍ଗ୍‌ ସୁମୋ ଟୁର୍ନାମେଣ୍ଟର ସମସ୍ତ ଟିକେଟ ବିକ୍ରି ସରିଥିଲା। ଜାପାନର ପଶ୍ଚିମାଞ୍ଚଳ ସହର ଓସାକାରେ ଏହି ଟୁର୍ନାମେଣ୍ଟକୁ ଦୈନିକା ହାରାହାରି ୭,୦୦୦ ଦର୍ଶକ ଉପଭୋଗ କରିଥାନ୍ତେ। ଜାପାନରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଜୁଲାଇ ୨୪ରୁ ହେବ। କରୋନା ଭାଇରସ ପାଇଁ ଏହି ଇଭେଣ୍ଟର ସଫଳ ଆୟୋଜନ ଦେଶ ପାଇଁ ଚିନ୍ତାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରସିଦ୍ଧ କ୍ରିକେଟର୍‌ ହିଥ୍‌ ଷ୍ଟ୍ରିକଙ୍କ ପରଲୋକ

ହରାରେ,୩।୯: ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍‌ ଷ୍ଟ୍ରିକଙ୍କ ପରଲୋକ ଘଟିଛି। ୪୯ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ଦେଇଛନ୍ତି। ଏଥର ତାଙ୍କ ଦେହାନ୍ତ ଖବର...

ବାଲାଂଦେଶ ବିପକ୍ଷରେ ଶତକ ମାରି ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

ବର୍ମିଂହାମ, ୧।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପରେ ପୁଣି ଥରେ ଶତକ ଅର୍ଜନ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ବାଲାଂଦେଶ ବିପକ୍ଷରେ ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଉଥିବା ମ୍ୟାଚରେ...

ରଣଜୀ ମୁକାବିଲା: ଫଲୋଅନ ପରେ ଆସାମର ସଂଘର୍ଷ

କଟକ ଅଫିସ,୩୦ା୧-  ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଫଲୋଅନ ପାଇବା ସତ୍ତ୍ବେ ମ୍ୟାଚ୍‌ ବଞ୍ଚାଇବାକୁ ଚେଷ୍ଟା କରୁଛି ଭ୍ରମଣକାରୀ...

ମହିଳାଙ୍କ ଉପରେ ବାସନ୍ଦ ଲାଗିବା ପ୍ରସଙ୍ଗ:  ଇରାନ ଗସ୍ତ କରିବେ ଫିଫା ପ୍ରତିନିଧି

ଲୌସାନ୍ନେ,୧୨।୯(ଏଏଫ୍‌ପି): ଇରାନରେ ମହିଳା ପ୍ରଶଂସକଙ୍କୁ ଫୁଟ୍‌ବଲ ଷ୍ଟାଡିୟମ ମଧ୍ୟକୁ ପ୍ରବେଶକୁ ବାରଣ ରହିଛି। ଏହି ନିୟମରେ ପରିବର୍ତ୍ତନ କରିବା ପାଇଁ ଫିଫା ପକ୍ଷରୁ ପ୍ରତିନିଧି ମଣ୍ଡଳି...

ଫାଇନାଲରେ ଭାରତ

ସାଲାଲା (ଓମାନ), ୧।୬: ଏଠାରେ ଚାଲିଥିବା ଏସିଆ କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ବବିଂ...

ଗାଳି ହେବାରୁ ନିଷ୍ପତ୍ତି ବଦଳାଇଲେ ଅମ୍ପାୟର

ମୋହାଲି,୩।୧-ସ୍ଥାନୀୟ ଆଇ.ଏସ୍‌. ବିନ୍ଦ୍ରା ଷ୍ଟାଡିୟମଠାରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି। ପଞ୍ଜାବର ଯୁବ...

ବିସିସିଆଇର ୩୬ତମ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି

ନୂଆଦିଲ୍ଲୀ,୧୮।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ)ର ୩୬ତମ ଅଧ୍ୟକ୍ଷ ହୋଇଛନ୍ତି ପୂର୍ବତନ କ୍ରିକେଟର୍‌ ରୋଜର ବିନ୍ନି। ମଙ୍ଗଳବାର ମୁମ୍ବାଇର ତାଜ...

କୁମିତେ ସେମିନାରରେ ଭାଗନେଲେ ୧୪୦ କରାଟେକା

ଭୁବନେଶ୍ୱର, ୩।୭(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ କରାଟେ ଡୋ ସଂଘ ଆନୁକୂଲ୍ୟରେ ଉତ୍କଳ କରାଟେ ସ୍କୁଲ ପରିସରରେ ଜାତୀୟ ସ୍ତରୀୟ ଆଡ୍‌ଭାନ୍ସ କୁମିତେ ସେମିନାର ଅନୁଷ୍ଠିତ...

Advertisement
Archives

Model This Week