କରୋନା ଭାଇରସ କବଳରେ ୩୧ ଦେଶ, ଜାପାନ ଜାହାଜରେ ଆଉ ଜଣଙ୍କର ମୃତ୍ୟୁ

ବେଜିଂ,୨୫।୨: କରୋନା ଭାଇରସର ଭୟାବହତା କମିବାର ନାଁ ନେଉନି। ଚାଇନାରେ ପ୍ରଥମକରି ଦେଖାଯାଇଥିବା ଏହି କରୋନା ଭାଇରସରେ ଏବେ ସେଠାରେ ପ୍ରାୟ ୭୭,୬୫୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ସଂକ୍ରମିତ ଥିବା ୨,୬୬୩ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଚାଇନାର ହୁବଇ ଅଞ୍ଚଳରେ କରୋନା ଭାଇରସରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ମହାମାରୀ ଏବେ ପାଖାପାଖି ୩୧ ଦେଶକୁ ବ୍ୟାପିଥିବା କୁହାଯାଉଛି। ଏଥିମଧ୍ୟରେ ଚାଇନା ପରେ ସାଉଥ୍‌ କୋରିଆରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେବେ ଜାପାନ ଉପକୂଳରେ ଲାଗିଥିବା ଏକ ଜାହାଜରେ ଫଶି ରହିଥିବା ପ୍ରାୟ ୩ ହଜାର ଲୋକଙ୍କ ମଧ୍ୟରୁ କେତେକଙ୍କୁ ଛାଡି ଦିଆଯାଇଥିବା ବେଳେ ଅନ୍ୟ କେତେଜଣ ଏବେବି ଜାହାଜରେ ଫସି ରହିଛନ୍ତି। ପୂର୍ବରୁ ଜାପାନ ଉପକୂଳରେ ଲାଗିଥିବା ଏହି ଜାହାଜ ଡାଇମଣ୍ଡ ପ୍ରିନସେସ୍‌ରେ କରୋନା ଭାଇରସ ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ବ୍ୟକ୍ତିଙ୍କ ବୟସ ପାଖାପାଖି ୮୦ ବର୍ଷ ହେବ ବୋଲି କୁହାଯାଉଛି। ହେଲେ ତାଙ୍କ ସମ୍ପର୍କରେ ବିଶେଷ ସୂଚନା ମିଳିପାରି ନାହିଁ। ଅନ୍ୟପଟେ ଉକ୍ତ ଜାହାଜରେ ଫଶି ରହିଥିବା କେତେଜଣ ଭାରତୀୟ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ଅନ୍ୟ କେତେଜଣ ସେମାନଙ୍କୁ ଉଦ୍ଧାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଦିନ ମଧ୍ୟରେ ଶୁଭେନ୍ଦୁ ସରକାରଙ୍କ ପ୍ରଥମ ୟୁ-ଟର୍ଣ୍ଣ, ଗଣମାଧ୍ୟମକୁ ନେଇ ନେଲେ ଏଭଳି ନିଷ୍ପତ୍ତି

କୋଲକାତା,୨୨।୫: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଭାଜପା ସରକାର ପଶ୍ଚିମବଙ୍ଗରେ ଦାୟିତ୍ୱ ଗ୍ରହଣ କରିବାର ୧୨ ଦିନ ବିତିଗଲାଣି। ଏହି ସମୟ ମଧ୍ୟରେ ପ୍ରଶାସନ ଦ୍ରୁତ ଗତିରେ ନିଷ୍ପତ୍ତି…

ଯୁଦ୍ଧ ରୋକିବା ପାଇଁ ୪ଟି ସର୍ତ୍ତ ଜାରି କଲେ ଟ୍ରମ୍ପ, ବଡ଼ ଧମକ ଦେଇ କହିଲେ- ଇରାନ ନ ମାନିଲେ…

ନୂଆଦିଲ୍ଲୀ,୨୨।୫: ମଧ୍ୟପ୍ରାଚ୍ୟ ଆଉ ଏକ ଯୁଦ୍ଧର ଆଶଙ୍କାରେ ପଡ଼ିପାରେ। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ବିପଦରେ ପଡ଼ିଛି, ଏବଂ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇପାରେ।…

୨୪ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ତାରିଖ ଘେଷଣା: ଏହି ଦିନ ହେବ ଭୋଟିଂ

ନୂଆଦିଲ୍ଲୀ,୨୨।୫: ଜୁନ-ଜୁଲାଇରେ ଖାଲି ପଡୁଥିବା ୨୪ଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଏହା ସହିତ ମହାରାଷ୍ଟ୍ର ଏବଂ ତାମିଲନାଡୁର ଦୁଇଟି…

ଆସୁଛି ଲଘୁଚାପ, ଏହି ଦିନଠୁ ପ୍ରବଳ ବର୍ଷିବ

ଭୁବନେଶ୍ବର,୨୨ା୫: ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ…

ଇନ୍‌ଷ୍ଟାଗ୍ରାମରେ ଭାଜପାକୁ ପଛରେ ପକାଇଲା ‘କକ୍‌ରୋଚ ଜନତା ପାର୍ଟି’: ନୂଆ ଆକାଉଣ୍ଟ ସହ ଫେରିଲେ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୨୨ା୫(ପି.ଟି.):ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଥିବା ବ୍ୟଙ୍ଗାତ୍ମକ ଡିଜିଟାଲ ଆନ୍ଦୋଳନ ‘କକ୍‌ରୋଚ ଜନତା ପାର୍ଟି’ (ସିଜେପି) ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର ଏହି ପାର୍ଟିର…

ପୁଅ ବିବାହରେ ଯୋଗଦେଲେ ମୋତେ ମାରି ଦିଆଯିବ: କାହିଁକି ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୨।୫: ଇରାନ ସମ୍ପର୍କରେ ପରିସ୍ଥିତିରେ ବ୍ୟସ୍ତ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ ତାଙ୍କ ନିଜ ପୁଅର ବିବାହରେ ଯୋଗଦେବା ପାଇଁ ସମୟ ନାହିଁ। ଟ୍ରମ୍ପ…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

ଅକାମୀ ହୋଇପଡିଛି ୨୬ ଲକ୍ଷର ପ୍ରୋଜେକ୍ଟ: ଚାଷୀ ହନ୍ତସନ୍ତ

କେସିଙ୍ଗା,୨୨।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭମରମାଲ ଗ୍ରାମ ନିକଟରେ ଜଳସେଚନ ପାଇଁ ଗତ ୨୦୨୦-୨୧ରେ ୨୬ ଲକ୍ଷ ୮୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri