କରୋନା ଚିକିତ୍ସା: ପିପିଇ କିଟ୍‌-ମାସ୍କ୍‌ ପାଇଁ ନିଆଯାଉଛି ମୋଟ ହସ୍ପିଟାଲ ବିଲ୍‌ର ୫୦ ପ୍ରତିଶତ

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ସଂକ୍ରମିତଙ୍କ ଚିକିତ୍ସା ନେଇ ନାନା ପ୍ରକାର ଅଭିଯୋଗ ଉଠିବାରେ ଲାଗିଛି। କେତେକ ଘରୋଇ ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମୋଟ ବିଲ୍‌ର ୫୦ ପ୍ରତିଶତ କେବଳ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ନିଆଯାଉଥିବା ଅଭିଯୋଗ ହେଉଛି। ହସ୍ପିଟାଲ ବିଲ୍‌ରେ ଏଥିପାଇଁ ଏକ ଲକ୍ଷ ଟଙ୍କା ଯୋଡ଼ା ଯାଉଛି। ପୂର୍ବରୁ ଏଥିପାଇଁ ୧୦ ପ୍ରତିଶତ ଅର୍ଥ ହସ୍ପିଟାଲ ବିଲ୍‌ରେ ଯୋଡ଼ା ଯାଉଥିବାବେଳେ ଏବେ ଏହାକୁ ବୃଦ୍ଧି କରାଯାଇଥିବାରୁ ସାଧାରଣ ଲୋକେ ବହୁ ଅସୁବିଧାରେ ପଡୁଛନ୍ତି। ଅପରପକ୍ଷରେ ହସ୍ପିଟାଲ ବିଲ୍‌ରେ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଯୋଡ଼ା ଯାଇଥିବା ଟଙ୍କାକୁ ବୀମା କମ୍ପାନୀ ଦେଉନାହାଁନ୍ତି। ହସ୍ପିଟାଲ କର୍ମଚାରୀ ଗୋଟିଏ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ପିନ୍ଧି ଏକାଧିକ ସଂକ୍ରମିତଙ୍କୁ ଚିକିତ୍ସା କରିଥାନ୍ତି। ତେବେ ଏଥି ପାଇଁ ପ୍ରତି ସଂକ୍ରମିତଙ୍କଠାରୁ ପୃଥକ୍‌ ପୃଥକ୍‌ ଭାବେ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ଟଙ୍କା ବିଲ୍‌ରେ ଯୋଡ଼ା ଯାଉଥିବା ଅଭିଯୋଗ ହେଉଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ୮୦ ହଜାର ଟଙ୍କା ବିଲ୍‌ ଦିଆଯାଇଛି। ସେଥିମଧ୍ୟରୁ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ଲକ୍ଷେ ୪୦ ହଜାର ଟଙ୍କା ଯୋଡ଼ା ଯାଇଛି। ସଂକ୍ରମିତ ଜଣକ ୧୯ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେହିପରି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ ପକ୍ଷରୁ ୮୦ ହଜାର ଟଙ୍କା କେବଳ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ପାଇଁ ବିଲ୍‌ରେ ଯୋଡ଼ା ଯାଇଥିବା ପରିବାର ବର୍ଗ କହିଛନ୍ତି। ପ୍ରଥମ ଦୁଇଦିନ ଏଥିପାଇଁ ଦିନ ପିଛା ୪,୩୦୦ଟଙ୍କା ଦାବି କରାଯାଇଥିବାବେଳେ ପରବର୍ତ୍ତୀ ଦିନଗୁଡ଼ିକରେ ପ୍ରତିଦିନ ଲାଗି ୮,୯୦୦ ଟଙ୍କା ଦେବାକୁ କୁହାଯାଇଥିଲା। ଚେନ୍ନାଇରେ ଜଣେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିବା ସମୟରେ ହସ୍ପିଟାଲ ପକ୍ଷରୁ ତାଙ୍କଠାରୁ ୩୩,୦୦୦ଟଙ୍କା ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ଦାବି କରାଯାଇଛି। କରୋନା ସଂକ୍ରମଣ ଯୋଗୁ ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ସ୍ବାସ୍ଥ୍ୟ ବୀମା ପଲିସି ଧାରକଙ୍କ ସଂଖ୍ୟାରେ ୨୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ମାତ୍ର ବୀମା କମ୍ପାନୀଗୁଡ଼ିକ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ଟଙ୍କା ଦେବାକୁ ମନା କରିବାରୁ ପଲିସି ଧାରକଙ୍କୁ ମେଡ଼ିକାଲ ବିଲ୍‌ ପୈଠ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଂସାକୁ ନେଇ ମୁହଁ ଖୋଲିଲେ ଜାମିଆ କୁଳପତି: ବିନା ଅନୁମତିରେ ବିଶ୍ୱବିଦ୍ୟାଳୟରେ ପଶିଥିଲା ପୋଲିସ, ଦିଆଯିବ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ଜାମିଆ ମିଲିଆ ଇସ୍‌ଲାମିଆରେ ରବିବାର ହୋଇଥିବା ହିଂସା ଓ କ୍ୟାମ୍ପସ୍‌ରେ ପୋଲିସ ପ୍ରବେଶ ନେଇ ବିଶ୍ୱବିଦ୍ୟାଳୟର କୁଳପତି ସୋମବାର...

ରାଫାଲର ଗୃହପ୍ରବେଶ

ନୂଆଦିଲ୍ଲୀ, ୨୯।୭: ବହୁ ପ୍ରତିକ୍ଷୀତ ରାଫାଲ ଯୁଦ୍ଧ ବିମାନ ରାଫାଲ ବୁଧବାର ଭାରତରେ ଗୃହପ୍ରବେଶ କରିଛି। ଫ୍ରାନ୍ସ୍‌ରୁ ୭ ହଜାର କିଲୋମିଟର ଦୂରତା ଅତିକ୍ରମ ୫ଟି...

CORONAVIRUS UPDATE: ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି: ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ଜଣଙ୍କ ଗଞ୍ଜାମର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଗଞ୍ଜାମରେ କରୋନା...

ସଙ୍କଟ ବଢ଼ାଇବେ ସ୍ଥାନୀୟ ଆକ୍ରାନ୍ତ

ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ରେ ପହଞ୍ଚତ୍ଛି। କିନ୍ତୁ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ରାଜ୍ୟ ସରକାର କହିଛନ୍ତି। କାରଣ ଚିହ୍ନଟ...

କରୋନା ଭାଇରସ ଭୟ: ସ୍ଥଗିତ ରହିଲା ଆଇଫା ଆଓ୍ବାର୍ଡ ଉତ୍ସବ

ମୁମ୍ବାଇ,୬।୩: ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଆୟୋଜିତ ହେବାକୁ ଥିବା ଇଣ୍ଟରନ୍ୟାଶନାଲ ଇଣ୍ଡିଆନ ଫିଲ୍ମ...

ନିଜକୁ କଳ୍‌କି ଭଗବାନ କହୁଥିବା ବିଜୟଙ୍କ ଆଶ୍ରମରେ ଚଢ଼ାଉ: ୫ଶହ କୋଟି ଟଙ୍କା ଜବତ

ଚେନ୍ନାଇ,୨୨।୧୦: ନିଜକୁ ବିଷ୍ଣୁଙ୍କ ଅବତାର କହି କଳକି ଭଗବାନ ନାଁରେ ବେଶ୍‌ ପରିଚିତ ଥିବା ୭୦ ବର୍ଷୀୟ ବିଜୟ କୁମାରଙ୍କ ଭିନ୍ନ ଭିନ୍ନ ଆଶ୍ରମରେ ଆୟକର...

ବୃନ୍ଦାବନରେ ଫସି ରହିଛନ୍ତି ୬୦ ଓଡ଼ିଆ ତୀର୍ଥଯାତ୍ରୀ

ଅମରପାଲି, ୨୬ା୩(ଡି.ଏନ.ଏ.): ତୀର୍ଥ କରିବାକୁ ଯାଇଥିବା ସୁବର୍ଣ୍ଣପୁର, ବୌଦ୍ଧ ଓ ଦେବଗଡ଼ ଜିଲାର ୬୦ ଜଣ ତୀର୍ଥଯାତ୍ରୀ ଏବେ ଉତ୍ତରପ୍ରଦେଶର ବୃନ୍ଦାବନରେ ଫସି ରହିଛନ୍ତି। ସେମାନଙ୍କ...

କଲାମଙ୍କ ଜନ୍ମଦିବସକୁ ‘ନ୍ୟାଶନାଲ ଷ୍ଟୁଡେଣ୍ଟସ୍‌ ଡେ’ ଭାବେ ପାଳନ କରିବାକୁ ପ୍ରସ୍ତାବ ରଖିଲେ ଆନନ୍ଦ ଭାସ୍କର

ନୂଆଦିଲ୍ଲୀ,୧୬।୬: ପୂର୍ବତନ ରାଜ୍ୟ ସଭା ଏମ୍‌ପି ତଥା ଭାଜପା ନେତା ଆନନ୍ଦ ଭାସ୍କର ରାପୋଲୁ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିବସକୁ ‘ନ୍ୟାଶନାଲ...

Coronavirus Update

Archives

Model This Week

Why Dharitri