କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ମାଷ୍ଟରଟିକ୍ରାରୁ ହଟିଲା କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ କଟକଣା

ବରଗଡ଼ ଅଫିସ,୭ା୬: କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ-୧୪ର ସୁବାସ ନଗର(ମାଷ୍ଟରଟିକ୍ରା) ଏବଂ ସ୍ଥାନୀୟ ଶ୍ରାରାମ ମନ୍ଦିରରୁ ମାଷ୍ଟରଟିକ୍ରା ଛକ ପର୍ଯ୍ୟନ୍ତ ରାସ୍ତାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ସେହିପରି ସୁବାସ ନଗର ଏବଂ ବ୍ରହ୍ମବିହାରରେ ବଫର୍‌ ଜୋନ୍‌ କଟକଣା ଲାଗୁ ହୋଇଥିଲା। ତେବେ ଆକ୍ରାନ୍ତ ଜଣକ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ଉପରୋକ୍ତ ଅଞ୍ଚଳରୁ ସଂଗୃହୀତ ସ୍ବାବ୍‌ ନମୁନା  ନେଗେଟିଭ ରିପୋର୍ଟ ଆସିଛି। ଏହାପରେ ରବିବାରରୁ ମାଷ୍ଟରଟିକ୍ରା,ସୁବାସ ନଗର ଏବଂ ବ୍ରହ୍ମବିହାର ଅଞ୍ଚଳରୁ ଉଭୟ କଣ୍ଟେନମେଣ୍ଟ ଏବଂ ବଫର୍‌ ଜୋନ୍‌ କଟକଣାକୁ ହଟାଇ ଦିଆଯାଇଛି। ଅନ୍ୟପଟେ ସରକାରଙ୍କ ଗାଇଡ୍‌ଲାଇନ୍‌ ମୁତାବକ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିବ ବୋଲି ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଏଲ୍‌ ପାଇଁ ୩ ଗୁଣା ଫି’ ନେଇ ଦଲାଲ ଗିରଫ

ଭବାନୀପାଟଣା,୨୭।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଆର୍‌ଟିଓରୁ ଜଣେ ଦଲାଲଙ୍କୁ ଗିରଫ କରାଯାଇଛି। ଦଲାଲ ଜଣକ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) କରାଇବାକୁ ପ୍ରକୃତ ମୂଲ୍ୟଠାରୁ ୩ଗୁଣା ଅଧିକ...

ରାଜ୍ୟରୁ ପୁଣି ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୩୦୫କୁ ବୃଦ୍ଧି ପାଇଛି। ୪ ମୃତକଙ୍କ...

ହ୍ୱାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଆଣ୍ଟୋନି ଫୌସି କରୋନା ପିଜିଟିଭ

ୱାଶିଂଟନ,୧୬ ।୬: କରୋନା ମହାମାରୀ ବିଶ୍ୱର ଅଧିକାଂଶ ଦେଶରୁ କମି ଆସିଥିବା ବେଳେ ଏବେ ପୁଣି ଥରେ କିଛି ଦେଶରେ ମୁଣ୍ଡ ଟେକିଲାଣି । ଆମେରିକାରେ...

ଶହୀଦ ଚନ୍ଦ୍ରକାନ୍ତଙ୍କ ସ୍ମୃତିରେ ଶୋକସଭା

ରାଇକିଆ,୨୪ା୬(ଡି.ଏନ.ଏ)-ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଶହୀଦ ହୋଇଥିବା କନ୍ଧମାଳ ଜିଲା ରାଇକିଆ ବ୍ଲକ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସ୍ମୃତିରେ ଶୋକ ସଭା (ଆଦିବାସୀ ସଂସ୍କୃତିରେ ମାଡ଼ା)...

ଟୋକନ ବ୍ୟବସ୍ଥାକୁ ଚାଷୀଙ୍କ ବିରୋଧ

ବରଗଡ଼ ଅଫିସ,୧୮।୧୧: ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗତ ୧୫ ତାରିଖରୁ ମଣ୍ଡିଗୁଡ଼ିକ ଖୋଲିଥିଲେ ମଧ୍ୟ ରବିବାର ସୁଦ୍ଧା...

ଫାଇଦାରେ ଆଗୁଆ, ନିଯୁକ୍ତିରେ ପଛୁଆ

ଯାଜପୁର ଅଫିସ୍‌,୬ା୮: କଳିଙ୍ଗନଗରରେ ଶିଳ୍ପାୟନ ପଛରେ ମୂଳ ଲକ୍ଷ୍ୟ ରହିଥିଲା ସ୍ଥାନୀୟ ଅଞ୍ଚଳ ସମେତ ରାଜ୍ୟର ନିଯୁକ୍ତି ଏବଂ ଅର୍ଥନୈତିକ କ୍ଷେତ୍ରରେ ବିକାଶ। ଏହି ଅଞ୍ଚଳକୁ...

ବୀମା ସହାୟତା ନମିଳିଲେ ଚାଷୀ ଆନ୍ଦୋଳନ

ଲୋଇସିଂହା, ୨୯।୭(ଡି.ଏନ.ଏ.) ୨୦୧୯-୨୦ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ମିଳିବା ଜାଣି ଚାଷୀ ଖୁସି ହୋଇଥିଲେ ା ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ...

ମୁଁ ଆର୍‌ଟିପିସିଆର ଟେଷ୍ଟ କରିବିନି କହିଲେ ଯୁବତୀ, ଷ୍ଟେଶନରେ କଲେ ଏମିତି ହଙ୍ଗାମା; ଭିଡିଓ ଭାଇରାଲ

ଜୟପୁର,୨୧।୪: ପୋଲିସ ସହ ସାଧାରଣ ଜନତାଙ୍କ ଯୁକ୍ତିତର୍କ, ମାଡ଼ପିଟ୍‌ ହେଉଥିବାର ଭିଡିଓ ପ୍ରତିଦିନ ଭାଇରାଲ ହେଉଛି। କିଛିଦିନ ତଳେ ଦିଲ୍ଲୀର ଏକ ଦମ୍ପତି ମାସ୍କ ପିନ୍ଧି...

Advertisement
Archives

Model This Week