କରୋନାର କରୁଣ ଦୃଶ୍ୟ: ମୃତଦେହ ଥିବା ବେଡ୍‌ ନିକଟରେ ଶୋଇ ଚିକିତ୍ସିତ ହେଉଛନ୍ତି ସଂକ୍ରମିତ

ମୁମ୍ବାଇ,୭।୫:ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହେଉଛି। ଫଳରେ ମୃତଦେହ ରହିଥିବା ଓ୍ବାର୍ଡରେ ମଧ୍ୟ ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଛି। ଏଭଳି ଏକ କରୁଣ ଦୃଶ୍ୟ ସମ୍ବଳିତ ଭିଡ଼ିଓ ମହାରାଷ୍ଟ୍ର ବିଧାୟକ ନୀତିଶ ଏନ୍‌. ରାଣେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ଏହି ଭିଡ଼ିଓଟି ମୁମ୍ବାଇର ସିଓନ ହସ୍ପିଟାଲର ବୋଲି କୁହାଯାଉଛି। ୫୭ ସେକେଣ୍ଡର ଏହି ଭିଡ଼ିଓରେ ଏକ କରୋନା ଓ୍ବାର୍ଡରେ କଳା ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ବନ୍ଧା ଯାଇଥିବା କେତେକ ମୃତଦେହକୁ ବିଭିନ୍ନ ବେଡ୍‌ ଉପରେ ରଖାଯାଇଛି। ସେହି ଓ୍ବାର୍ଡରେ ଅନ୍ୟ କରୋନା ସଂକ୍ରମିତଙ୍କୁ ମଧ୍ୟ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓକୁ ମୁମ୍ବାଇ ମହାନଗର ନିଗମ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବବର୍ଗ ପଢ଼ନ୍ତୁ ଗୀତା: ମୋଦି

ନୂଆଦିଲ୍ଲୀ,୧୧।୩: ଗୀତା ମନୁଷ୍ୟଙ୍କୁ ପରୋପକାର କରିବାର ମାର୍ଗ ପ୍ରଦର୍ଶିତ କରାଇଥାଏ। ମାନବତାର କଲ୍ୟାଣ ପାଇଁ କିଛି ନୂଆ କରିବା ଲାଗି ଗୀତା ପ୍ରେରଣା ଦେଇଥାଏ। ଭିଡ଼ିଓ...

ଶହୀଦ ଯବାନଙ୍କୁ କାନ୍ଧ ଦେଲେ ବୃଦ୍ଧା ମା’, ମୁଖାଗ୍ନୀ ଦେଲେ ୭ମାସର ପୁଅ

ଚଣ୍ଡିଗଡ଼,୨୯।୭: ପଞ୍ଜାବ ବଟାଲା ଗଁାର ପାବଲାରାଲି କାଲନ୍‌ରେ ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି। ଜଣେ ଶହୀଦ ଯବାନଙ୍କୁ ବୃଦ୍ଧା ମା’ କାନ୍ଧରେ କାନ୍ଧେଇଥିବା...

କ୍ଲାସକୁ ବିଳମ୍ବରେ ଆସିଲେ ଲଗାଇବାକୁ ପଡିବ ଗୋଟିଏ ଚାରା

ଗୁଜରାଟ,୨୫।୮: ପରିବେଶ ପ୍ରଦୂଷଣ କମ୍‌ କରିବାକୁ ଓ ବୃକ୍ଷ ସଂଖ୍ୟା ବଢାଇବାକୁ ଯାଇ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଭିନ୍ନ ଏକ ଉପାୟ ଅବଲମ୍ବନ କରିଛନ୍ତି। ଏଥିପାଇଁ...

ଗୋବିନ୍ଦପୁର ପଞ୍ଚାୟତ ୭୨ ଘଣ୍ଟିଆ ଶଟ୍‌ଡାଉନ

ଧାମନଗର, ୨୫।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଉକ୍ତ ଆକ୍ରାନ୍ତ ଜଣକ ଗାଁର ଅନ୍ୟମାନଙ୍କ...

ଆସୁଛି ନୂଆ ୨୦୦,୫୦୦ଟଙ୍କିଆ ନୋଟ୍‌

ମୁମ୍ବାଇ,୨୫-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ମହାତ୍ମା  ଗାନ୍ଧୀ ସିରିଜରେ ନୂଆ ୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଜାରି କରିବାକୁ ଯାଉଛି। ପୂର୍ବରୁ ପ୍ରଚଳିତ...

ଯୁଦ୍ଧବେଳେ ସୈନ୍ୟଙ୍କୁ ଅସନ୍ତୁଷ୍ଟ କର ନାହିଁ

ନୂଆଦିଲ୍ଲୀ,୧୩ା୬(ପି.ଟି.): ଯୁଦ୍ଧ ବେଳେ ସୈନ୍ୟଙ୍କୁ ଅସନ୍ତୁଷ୍ଟ ରଖାଯାଇପାରିବ ନାହିଁ। କରୋନା ବିରୋଧୀ ଲଢ଼େଇରେ ସାମିଲ ଡାକ୍ତରଙ୍କୁ ବେତନ ପ୍ରଦାନରେ ବିଳମ୍ବ କରାଯିବା ଉଚିତ ନୁହେଁ। ତୁରନ୍ତ...

ରଥଯାତ୍ରା: ମୋଦି-ମମତା ଗୋଟିଏ ସ୍ବରରେ କହିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ,୪।୭: ଶ୍ରୀଜଗନ୍ନାଥଙ୍କ ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସ୍ବରରେ ଜୟ ଜଗନ୍ନାଥ କହିଛନ୍ତି।...

ଶହେ ପରିବାରକୁ ଏକ ମାସର ରାଶନ ସହ ୩ ହଜାର ମାସ୍କ ବାଣ୍ଟିଲେ ଦିବ୍ୟାଙ୍ଗ ଭିକାରି

ପଠାନକୋଟ,୧୯।୫: କରୋନା ସଙ୍କଟ ସମୟରେ ମାନବିକତାର କିଛି ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ପଞ୍ଜାବର ପଠାନକୋଟରେ ଏମିତି ଏକ ଚିତ୍ର ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା...

Advertisement

BGU

Archives

Model This Week

Why Dharitri